ଜେଲ୍ରୁ ମୁକୁଳିଲେ ହନିପ୍ରୀତ୍
ପଞ୍ଚକୁଲା, ୭ା୧୧(ଆଇଏଏନ୍ଏସ୍): ଜେଲ୍ରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ହର୍ମିତ୍ ରାମରହିମ୍ ସିଂଙ୍କ ପାଳିତା କନ୍ୟା ହନିପ୍ରୀତ୍ ଇନ୍ସାନ୍ଙ୍କୁ ବୁଧବାର ଅମ୍ବାଲା କେନ୍ଦ୍ରୀୟ ଜେଲ୍ରୁ ମୁକ୍ତି ମିଳିଛି। କୋର୍ଟ ପକ୍ଷରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ୨୦୧୭ରେ ହରିୟାଣାର ପଞ୍ଚକୂଲାରେ…
ଅଲ୍ଓ୍ବର କୋର୍ଟରେ ପୋଲିସ- ଓକିଲ ସଂଘର୍ଷ
ଜୟପୁର, ୭ା୧୧,(ଆଇଏଏନ୍ଏସ୍): ଦିଲ୍ଲୀ ପରେ ରାଜସ୍ଥାନର ଅଲ୍ଓ୍ବର କୋର୍ଟ ପରିସରରେ ବୁଧବାର ସକାଳେ ପୋଲିସ- ଓକିଲଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ଓକିଲମାନେ ଜଣେ ମହିଳା ପୋଲିସକୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବରିଷ୍ଠ ପୋଲିସ ଅଧିକାରୀ ଓ ବିଚାରପତି…
ବାୟୁ ପ୍ରଦୂଷଣ ରୋକିବାରେ ସରକାର ବିଫଳ: କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ,୭ା୧୧(ପି.ଟି.): ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ଉତ୍କଟ ବାୟୁ ପ୍ରଦୂଷଣ ରୋକିବାରେ କର୍ତ୍ତୃପକ୍ଷ ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ବୁଧବାର ଭର୍ତ୍ସନା କରିଛନ୍ତି। ନଡ଼ା ନ ପୋଡିବା ଲାଗି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୭ ଦିନ ମଧ୍ୟରେ କୁଇଣ୍ଟାଲ ପିଛା ୧୦୦…
ସିରିଏଲ୍ କିଲର ଗିରଫ
ଏଲୁରୁ,୭ା୧୧: ଗତ ୨୦ ମାସ ମଧ୍ୟରେ ୧୦ ଜଣଙ୍କୁ ବିଷ ଦେଇ ହତ୍ୟା କରିଥିବା ସିରିଏଲ୍ କିଲର ଶିବାଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ବୁଧବାର ଗିରଫ କରିଛି। ସେ ଆଉ ୨୦ ଜଣଙ୍କୁ ହତ୍ୟାକରିବା ଲାଗି ଯୋଜନାରେ ଥିଲା ବୋଲି ପୋଲିସ ବିଶ୍ୱାସ…
ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ପୂର୍ଣ୍ଣ ପେନ୍ସନ ମାମଲାର ଶୁଣାଣି ୧୩ରେ
ନୂଆଦିଲ୍ଲୀ,୭ା୧୧(ପି.ଟି.): କର୍ତ୍ତବ୍ୟରେ ଥାଇ ମୃତ୍ୟୁ ହେଉଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ପୂର୍ଣ୍ଣ ପେନ୍ସନ ସହ ଜଣକୁ ନିଯୁକ୍ତି ଦେବା ଲାଗି ଦାଏର ପିଟିଶନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ସରକାରୀ ଅଧିକାରୀଙ୍କ ଭଳି ପୋଲିସଙ୍କ ମୃତ୍ୟୁ ପାଇଁ ସମାନ ନିୟମ…
ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଭିଯୋଗ: ଆତଙ୍କବାଦ ରପ୍ତାନି କରୁଛି ପାକିସ୍ତାନ
ଜାତିସଂଘ,୭ା୧୧(ପି.ଟି.): ଜାତିସଂଘ ସୁରକ୍ଷା ପରିଷଦ ଅଧିବେଶନରେ ପାକିସ୍ତାନ କଶ୍ମୀର ମହିଳାଙ୍କ ଅଧିକାର ପ୍ରସଙ୍ଗ ଉଠାଇଥିଲାବେଳେ ଭାରତ ଏହାର କଡ଼ା ସମାଲୋଚନା କରିଛି। ଇସ୍ଲାମାବାଦ ଆତଙ୍କବାଦ ରପ୍ତାନି କରିବା ସହ ସଙ୍କୀର୍ଣ୍ଣ ରାଜନୈତିକ ସ୍ବାର୍ଥ ଲାଗି ମହିଳାଙ୍କ ସ୍ବରକୁ ଚାପିଦେଉଥିବା ନୂଆଦିଲ୍ଲୀ ଅଭିଯୋଗ…
ଦୃଷ୍ଟି ଆଢୁଆଳରେ ପରଙ୍ଗବାସୀ
ଛେଣ୍ଡିପଦା, ୭।୧୧(ଡି.ଏନ.ଏ.) ବିନା ମୌଳିକ ସୁବିଧା, ପରିଚୟପତ୍ର ସହ ସରକାରୀ ଯୋଜନାରୁ ବାଦ୍ ପଡି ଜୀବନ କାଟୁଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପରଙ୍ଗ ଗ୍ରାମବାସୀ। ଜିଲା ସଦରମହକୁମାଠାରୁ ୧୦ କିମି ଦୂରରେ ଏହି ଗ୍ରାମ ଥିଲେ ମଧ୍ୟ ଏହା ଉପରେ…
ଅଯୋଧ୍ୟା ରାୟ ପୂର୍ବରୁ ୟୁପିକୁ ସତର୍କ କରାଇଲା କେନ୍ଦ୍ର
ନୂଆଦିଲ୍ଲୀ,୭ା୧୧(ଆଇଏଏନ୍ଏସ୍): ଆସନ୍ତା ସପ୍ତାହରେ ବହୁପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବା ଆଶା କରାଯାଉଥିଲାବେଳେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରିଦିଆଯାଇଛି। ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର…
୧୯୯୩ ନିର୍ଦ୍ଦେଶର ପୁନର୍ବିଚାର କରିବେନି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୭ା୧୧(ଆଇଏଏନ୍ଏସ୍): ୧୯୯୩ରେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ପୀଠ ବିଚାରପତିମାନଙ୍କ ନିଯୁକ୍ତି ଲାଗି କଲେଜିୟମ୍ ବ୍ୟବସ୍ଥା ଲାଗୁକରିବାକୁ ରାୟ ଦେଇଥିଲେ। ଉକ୍ତ ନିର୍ଦ୍ଦେଶନାମାର ପୁନର୍ବିଚାର କରିବାକୁ ସର୍ବୋଚ୍ଚ ଅଦାଲତ ବୁଧବାର ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ୍.ଏ. ବୋବ୍ଡେ,…
କନ୍ଧନୟାଗଡ଼ରେ ପାଇଖାନା ଦୁର୍ନୀତିର ତଦନ୍ତ; ପ୍ରାରମ୍ଭରୁ ଦୁର୍ନୀତି ଚାପିବାକୁ ପ୍ରୟାସ, ଫସର ଫାଟିଲା ଜିଲାପାଳଙ୍କ ନିର୍ଦ୍ଦେଶ
ରଣପୁର,୭ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ କନ୍ଧନୟାଗଡ ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନରେ ନିର୍ମାଣ ହେଉଥିବା ପାଇଖାନା ଦୁର୍ନୀତିର ବୁଧବାର ତଦନ୍ତ ହୋଇଛି । ବ୍ଲକ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ ସାହୁଙ୍କ ନେତୃତ୍ୱରେ ଏକ ୬ଜଣିଆ ଟିମ୍ ତଦନ୍ତ କରି…
ଏସ୍ସିବି ମେଡିକାଲ ପାଇଁ ୧୦୦୦ କୋଟି :ଏମ୍ସ ପ୍ଲସ୍ ଢାଞ୍ଚାରେ ହେବ ବିକାଶ
ଭୁବନେଶ୍ୱର,୭।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍ସିବି) ମେଡିକାଲ କଲେଜ ଓ ହସ୍ପିଟାଲର ସର୍ବାଙ୍ଗୀନ ଉନ୍ନତି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏସ୍ସିବିକୁ ଏମ୍ସ ପ୍ଲସ୍…
ପାଣିପାଗ ବିଭାଗର ଆକଳନ : ଓଡ଼ିଶାକୁ ବାତ୍ୟା ଭୟ ନାହିଁ
ଭୁବନେଶ୍ୱର,୭ା୧୧(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ (ଡିପ ଡିପ୍ରେଶନ)ରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶା…
Archives


