ଚାଷୀଙ୍କ ଅଜାଣତରେ ଉଠାଯାଇଛି ଋଣ

ବାହାନଗା, ୧ା୧୨(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତରେ ଥିବା ସେବା ସମବାୟ ସମିତିରେ କୋଟି କୋଟି ଟଙ୍କା ହେରଫେର୍‌ ହୋଇଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ କେତେକ ଚାଷୀ ଜିଲାପାଳ ଓ ଭିଜିଲାନ୍ସଠାରେ ଦାବି କରିଛନ୍ତି। ଚାଷୀଙ୍କ ଋଣ ଆକାଉଣ୍ଟରୁ ସେମାନଙ୍କ ଅଜାଣତରେ ଲକ୍ଷ ଲକ୍ଷ ଟଙ୍କା ଓଭରଡ୍ରାଫ୍ଟ କରାଯାଇ ଟଙ୍କା ହଡ଼ପ କରାଯାଇଥିବା ନଜରକୁ ଆସିଛି। ସେମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ା
ପଣପଣା ସେବା ସମବାୟ ସମିତିରେ ୧ହଜାର ୫ଶହ ଆକାଉଣ୍ଟଧାରୀ ସଭ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୬୩୦ଜଣ ଋଣ ଆକାଉଣ୍ଟଧାରୀ ା ସମିତିରେ ଥିବା ସମସ୍ତ ସଭ୍ୟ ଓ ଋଣଧାରୀଙ୍କ ଆକାଉଣ୍ଟ ବହି (ପାସ୍‌ବୁକ୍‌) କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ରହିଥାଏ। ଏହାସହିତ ଚେକ୍‌ ବହି ମଧ୍ୟ ସମିତିରେ ରହିଥାଏ। ଯେତେବେଳେ ଋଣ ନେଇଥିବା ଚାଷୀମାନେ ୬ ମାସରେ ଥରେ ଋଣ ପରିଶୋଧ କିମ୍ବା ରିନ୍ୟୁଆଲ କରନ୍ତି ସେତେବେଳେ ସମିତି ସମ୍ପାଦକଙ୍କ କଥାରେ ବ୍ଲାଙ୍କଚେକ୍‌ ବହିରେ ଦସ୍ତଖତ କରି ପଳାଇ ଆସନ୍ତି ା ତାହାର ସୁଯୋଗ ନେଇ ସମିତି କର୍ମଚାରୀମାନେ ଚାଷୀଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିନେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଗତବର୍ଷ କାଳେନ୍ଦ୍ର ଖିଲାର ନାମକ ଚାଷୀ ୪୦ ହଜାର ଟଙ୍କା ଋଣ କରିଥିଲେ। ଟଙ୍କା ନେବା ପରେ ସମିତି ପକ୍ଷରୁ ତାଙ୍କୁ ବ୍ୟାଙ୍କ ପାସ୍‌ବୁକ, ବ୍ଲାଙ୍କଚେକ୍‌ ଦିଆଯାଇ ନ ଥିଲା। ଏବେ ସେ ସମିତିକୁ ଆସି ବହି ମାଗି ଦେଖିବା ବେଳକୁ ତାଙ୍କ ନାମରେ ସାଢ଼େ ୩ ଲକ୍ଷ ଟଙ୍କା ଋଣ ଉଠାଯାଇଥିବା ଜାଣିବାକୁ ପାଇଛନ୍ତି। ସେହିପରି ମାଳଦା ଗ୍ରାମର ମହିଳା ନିରୁପମା ଯେନା ୧ ବର୍ଷ ତଳେ ୧୮ ହଜାର ଟଙ୍କାର ଚାଷଋଣ କରିଥିଲେ ା ମାତ୍ର ଏବେ ସମିତିରେ ରଖିଥିବା ପାସବୁକ୍‌ ଦେଖିବା ପରେ ତାଙ୍କ ନାମରେ ୧ ଲକ୍ଷ ୩୨ ହଜାର ଟଙ୍କା ଋଣ ହୋଇଥିବା ଜାଣିବାକୁ ପାଇଛନ୍ତି। ସେହିପରି ବାଣୀପ୍ରଭା ଦାସଙ୍କ ନାମରେ ୨୭ ଲକ୍ଷ ୫୨ ହଜାର ଟଙ୍କା ଓଭରଡ୍ରାଫ୍ଟ କରି ଋଣ ଉଠାଯାଇଛି। ସେ କୁହନ୍ତି, ତାଙ୍କର କିଛି ଋଣ ସୋସାଇଟିରେ ନ ଥିଲା ା ସେ ପାସ୍‌ବୁକ୍‌ ମାଗି ଦେଖିବାରୁ ଋଣ ଉଠାଯାଇଥିବା ଜାଣିବାକୁ ପାଇଥିଲେ। ଏବେ ସେ କ’ଣ କରିବେ କିଛି ଚିନ୍ତା କରିପାରୁନାହାନ୍ତି। ଅନ୍ୟ ଜଣେ ଚାଷୀ କୃଷ୍ଣଚନ୍ଦ୍ର ବେହେରାଙ୍କ ନାମରେ ୧ଲକ୍ଷ ୫୨ ହଜାର ଟଙ୍କାର ଋଣ ଉଠାଯାଇଥିବା ଜଣାପଡିଛି। ସେହିପରି ସୁରେନ୍ଦ୍ର ନାୟକ, ଗଣେଶ ଚନ୍ଦ୍ର ସ, ଦେବେନ୍ଦ୍ର ମହାରଣା, ସୁଶାନ୍ତ କୁମାର ନାୟକ ପ୍ରମୁଖ ହଜାର ହଜାର ସମିତିସଭ୍ୟ ଓ ଋଣଧାରୀଙ୍କ ନାମରେ କୋଟି କୋଟି ଟଙ୍କା ଓଭରଡ୍ରାଫ୍ଟ ମାଧ୍ୟମରେ ଋଣ କରି ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।
ଏହି ଅଭିଯୋଗ ପରେ ବୁଧବାର ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସେବା ସମବାୟ ବ୍ୟାଙ୍କର ବାହାନଗା ଶାଖା ପରିଚାଳକ ରମେଶ ଚନ୍ଦ୍ର ରଥ ଓ ଜିଲା ଡିଆର୍‌ସିଏସ୍‌ ପ୍ରଶାନ୍ତ କୁମାର ପତି, ବ୍ୟାଙ୍କ ସମ୍ପାଦକ ଜଳଧର ପଣ୍ଡା ପ୍ରମୁଖ ସେବା ସମବାୟ ସମିତିକୁ ଯାଇ ପ୍ରାଥମିକ ତଦନ୍ତ କରିଥିଲେ। ବାହାନଗା ଶାଖା କୋ-ଅପରେଟିଭ ବ୍ୟାଙ୍କର ପରିଚାଳକଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ପରେ ଜଣାପଡ଼ିବ ବୋଲି କହିଥିଲେ। ଚାଷୀମାନଙ୍କୁ ପାସ୍‌ବୁକ୍‌ ସମିତି ତରଫରୁ ଦିଆଯାଉ ନ ଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସେହିଦିନ କେତେକ ଚାଷୀଙ୍କୁ ସେମାନଙ୍କ ପାସ୍‌ବୁକ୍‌ ଦିଆଯାଇଥିଲା। ଶୁକ୍ରବାର ମଧ୍ୟ କେତେକ ଚାଷୀ ସେମାନଙ୍କ ପାସ୍‌ବୁକ୍‌ ନେବା ପାଇଁ ସେବା ସମବାୟ ସମିତିକୁ ଆସିଥିଲେ। ହେଲେ ପାସ୍‌ବୁକ୍‌ ଦିଆ ନ ଯିବାରୁ ଚାଷୀମାନେ ପାଟିତୁଣ୍ଡ କରିବା ସହିତ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ପରେ ଚାଷୀମାନଙ୍କୁ ବୁଝାଶୁଝା କରି ତାଲା ଖୋଲାଯାଇଥିଲା। ଏହାର ତଦନ୍ତ କରି ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଦାବି ହେଉଛି। ନଚେତ ଆଗାମୀ ଦିନରେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?