ନୂଆଦିଲ୍ଲୀ,୪।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁଣି ବିଶ୍ୱର ନମ୍ବର ୧ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସଦ୍ୟ ପ୍ରକାଶିତ ଆଇସିସିର ସଦ୍ୟତମ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ସେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ୍ଙ୍କୁ ପଛରେ ପକାଇଦେଇଛନ୍ତି। ୯୨୮ ଅଙ୍କ ସହ ବିରାଟ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷ ଟେଷ୍ଟରେ ସେତେଟା ଭଲ ପ୍ରଦର୍ଶନ କରିପାରି ନ ଥିବାରୁ ସ୍ମିଥ୍ ୯୨୩ ଅଙ୍କ ସହ ଦ୍ୱିତୀୟ ସ୍ଥାନକୁ ଚାଲିଆସିଛନ୍ତି। ଟେଷ୍ଟ ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଭାରତର ୩ ଜଣ ଅଛନ୍ତି। ସେମାନେ ହେଲେ ବିରାଟ କୋହଲି(୧), ଚେତେଶ୍ୱର ପୂଜାରା(୪) ଏବଂ ଅଜିଙ୍କେ ରାହାଣେ(୬)।
https://www.facebook.com/DharitriNews/videos/2378658945732374/?__xts__%5B0%5D=68.ARC-6GWFPASl5pY7E-u-FNAHNG4IBm38Myf8Zkc5m6iSCO2csWVSmrP8Xxzv-dvnMsvC7E2a3VzJk94ybk4qhOZirMxy89ahr0pd5WiE5tnoRhJoGhl07AcIC0QTJidouIC2Dym8w3p2tRgsU1uAoUIjrBLlnbonVc4HN6mj5c1NHGS7MkIvExw6AKYWRdbrLbgQ9bJvxbjWk0qr9VTNeLrVJZb3e84EFcyh2vGClDi5fxpCVBU6B01yE3d6ZAYz4Lvtlf5sXj5tKBw7W-yX_JpLg3p4WuTwPL94jhZytHU_tKMUcqWTfCAWtu_x9WLzWsYmrrXdg38MUfdHm3HrW_ZX-Lxj2N-uyvlofw&__tn__=FFHHH-R

