‘ଜୟେଶଭାଇ ଜୋରଦାର’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜର ଦମ୍‌ଦାର ଅଭିନୟ ଓ ଭିନ୍ନ ଭିନ୍ନ ଚରିତ୍ର ପାଇଁ ବେଶ୍‌ ଜଣାଶୁଣା। ତାଙ୍କ ପାଖରେ ବହୁ ନୂଆ ନୂଆ ପ୍ରୋଜେକ୍ଟ ରହିଥିବା ବେଳେ ଏବେ ଅପ୍‌ କମିଂ ଫିଲ୍ମ ‘ଜୟେଶଭାଇ ଜୋରଦାର’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ଫିଲ୍ମର ପୋଷ୍ଟରରେ ରଣବୀର ଅରେଞ୍ଜ କଲରର ଏକ ପ୍ରିଣ୍ଟେଡ୍‌ ଟି-ଶାର୍ଟ, ବ୍ଲାକ୍‌ ଫେଡେଡ୍‌ ପ୍ୟାଣ୍ଟ ଓ ନୂଆ ହେୟାର ଷ୍ଟାଇଲ୍‌ରେ ବେଶ୍‌ ହ୍ୟାଣ୍ଡସମ୍‌ ଦେଖାଯାଉଛନ୍ତି। ଉକ୍ତ ପୋଷ୍ଟରରେ ରଣବୀରଙ୍କ ପଛରେ କେତେକ ମହିଳା ଓଢ଼ଣା ପକାଇଥିବା ଦେଖିବାକୁ ମିଳିଛି। ତେବେ ପୋଷ୍ଟରକୁ ଦେଖିଲେ ଲାଗୁଛି ଫିଲ୍ମଟି ଡ୍ରାମା ଓ କମେଡିରେ ଭରପୂର ହୋଇଥିବ ବୋଲି ଆଶା କରାଯାଉଛି। ୟଶ୍‌ ରାଜଙ୍କ ବ୍ୟାନରରେ ତିଆରି ହୋଇଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ଦିବ୍ୟାଙ୍ଗ ଠକ୍କର। ଏଥିରେ ରଣବୀରଙ୍କୁ ଜଣେ ଗୁଜରାଟୀ ବ୍ୟକ୍ତି ଚରିତ୍ରରେ ଦେଖିବାକୁ ମିଳିବ। ସବୁ ଫିଲ୍ମରେ ତାଙ୍କର ଚରିତ୍ର ଭିନ୍ନ ଭିନ୍ନ ଓ ଚ୍ୟାଲେଞ୍ଜିଂ ରହିଥାଏ। ହେଲେ ଏହି ଚରିତ୍ର ବି ତାଙ୍କୁ ବେଶ୍‌ ମାନୁଥିବା ନେଇ ଚର୍ଚ୍ଚା ହେଉଛି। ଜଣେ ସାଧାରଣ ବ୍ୟକ୍ତି ଏଭଳି ଏକ ପରିସ୍ଥିତିରେ କିଭଳି ଅସାଧାରଣ କାର୍ଯ୍ୟ ସବୁ କରିପାରେ ସେ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଆସନ୍ତା ବର୍ଷ ଏହି ଫିଲ୍ମ ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri