Home

ଶେଷ ପର୍ଯ୍ୟାୟରେ ସାନଛତା ମଠ ଉଚ୍ଛେଦ: ଶନିବାର ଭଙ୍ଗାଯିବ ଘରୋଇ କୋଠା

ପୁରୀ ଅଫିସ, ୧୩ା୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛିି। ମଙ୍ଗୁ ମଠର ବ୍ୟବସାୟିକ କୋଠା ଭାଙ୍ଗିବା ପରେ ତିନିଦିନ ଧରି ଦୋଳବେଦି କୋଣରେ ଥିବା ସାନଛତା ମଠ ଭଙ୍ଗାଯାଉଛିି। ଶୁକ୍ରବାର ତୃତୀୟ ଦିନରେ ଏହି…

ବିପଦରେ ବ୍ରିଟିଶ ଅମଳର ପୋଲ

ଜୟପୁର,୧୩ା୧୨(ନି.ପ୍ର.): କୋରାପୁଟ ଜିଲା ଜୟପୁର ନିକଟସ୍ଥ ପାତ୍ରପୁଟଠାରେ ଥିବା ବ୍ରିଟିଶ ଅମଳର ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏପରିକି ଭାରୀଯାନ ଏହା ମଧ୍ୟଦେଇ ଗଲେ ପୋଲ ଥରୁଛି। ଏହି ପୋଲ ବୈପାରିଗୁଡ଼ା, ମାଲକାନଗିରି, ଲମତାପୁଟ ଓ ମାଛକୁଣ୍ଡକୁ ସଂଯୋଗ କରୁଛି।…

ବିଡିଓଙ୍କୁ ବଦଳି ଦାବିରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ପତ୍ର

ଖଇରପୁଟ,୧୩ା୧୨(ଡି.ଏନ୍‌.ଏ: ମାଲକାନଗିରି ଜିଲା ଖଇରପୁଟ ବିଡିଓ ବିଶ୍ୱଜିତ୍‌ ବର୍ମନଙ୍କ ବିରୋଧରେ ଦୁନୀତି ଓ ଲୋକ ପ୍ରତିନିଧିଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଅଭିଯୋଗ ହୋଇଛି। ତାଙ୍କୁ ଏହି ବ୍ଲକରୁ ତୁରନ୍ତ ବଦଳି କରିବାକୁ ବ୍ଳକର ଲୋକ ପ୍ରତିନିଧିମାନେ ଦାବି କରିଛନ୍ତି। ଶୁକ୍ରବାର…

ଜଙ୍ଗଲ,ବନ୍ୟଜନ୍ତୁ ସୁରକ୍ଷା ଚିନ୍ତା: ଏକାଠି ହେଲେ ୬ ବନ ସଂରକ୍ଷଣ ସମିତି ସଦସ୍ୟ

ମାଲକାନଗିରି,୧୩ା୧୨ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପ୍ରାକୃତିକ ଜଙ୍ଗଲର ଅବକ୍ଷୟ, ମୂଲ୍ୟବାନ ଗଛସବୁ ବିଲୁପ୍ତ ହେବାରେ ଲାଗିଛି। ଏଥିସହ ବନ୍ୟଜନ୍ତୁଙ୍କ ସଂଖ୍ୟା ଦିନକୁ ଦିନ ଲୋପ ପାଉଛି। ଏହାକୁ ନେଇ ମାଲକାନଗିରି ଜିଲାର ୬ଟି ବନ ସଂରକ୍ଷଣ ସମିତି ଉଦ୍‌ବେଗ ପ୍ରକାଶ କରିଛନ୍ତି।…

ଧାନଖଳାରେ ଅଗ୍ନିକାଣ୍ଡ

ପଡିଆ, ୧୩ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ପଡିଆ ସଦର ମହକୁମାସ୍ଥିତ ଖ୍ରୀଷ୍ଟିଆନସାହିର ଚାଷୀ ଜାନରାଜୁ ନାରା ଅମଳ କରି ଖଳାରେ ନିଆଁ ଲାଗି ଧାନ ସବୁ ନଷ୍ଟ ହୋଇଯାଇଛି। ଫଳରେ ତାଙ୍କର ସବୁ ଧାନ ପୋଡି ପାଉଁଶ ହୋଇଯାଇଛି। ପଡିଆଠାରୁ ୨୫୦୦ମିଟର ଦୂର…

ବନ ବିଭାଗ ପକ୍ଷରୁ ଚଢ଼ାଉ: ବାର୍‌ହା ମାଂସ ଜବତ

ସୋର/ଔପଦା, ୧୩ା୧୨(ଡି.ଏନ.ଏ.): ସୋର ଥାନା ଅଧୀନ ଔପଦା ରେଞ୍ଜ ଖୁଣ୍ଟାପାଟଣା ବିଟ୍‌ ବାଘଆମ୍ପୁଡା ଜଙ୍ଗଲରେ ଶୁକ୍ରବାର ପୂର୍ବାହ୍ନରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ ବାର୍‌ହା ମାଂସ ସହ ଅସ୍ତ୍ର ଜବତ କରାଯାଇଛି। ହେଲେ ଶିକାରୀ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି।…

ରାଜ୍ୟରେ ସିଏସି, ଏନ୍‌ଆରସି ଲାଗୁ ହେବା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତିନିଧି

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପାର୍ଲାମେଣ୍ଟ ନିକଟରେ ନାଗରିକତ୍ୱ ସଂଶୋଧନ ବିଧେୟକ(ସିଏବି)-୨୦୧୯କୁ ଗୃହୀତ କରାଯାଇଛି। ଏହି ବିଧେୟକକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ସେହିପରି ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି) ସାରା ଦେଶରେ ଲାଗୁ ହେବା ନେଇ ମଧ୍ୟ କେତେକ କେନ୍ଦ୍ରୀୟ ନେତା ବକ୍ତବ୍ୟ ଦେଇଛନ୍ତି। ଏହା…

ବଦଳିଲେ ୩ ଜିଲା ଯୋଜନା କମିଟି ଅଧ୍ୟକ୍ଷ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ) : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ପୂର୍ବରୁ ଏହି ପଦରେ ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଅବସ୍ଥାପିତ…

ଗୁଟ୍‌ଖା ବିକ୍ରି ରୋକିବାକୁ ଝୁମ୍ପୁରା ବଜାରରେ ଚଢ଼ାଉ

ଝୁମ୍ପୁରା, ୧୩।୧୨ (ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ଏବଂ ନିକଟସ୍ଥ ଅର୍ଶଳା ବଜାରରେ ଥିବା ବିଭିନ୍ନ ଦୋକାନରେ ଗୁଟୁଖା ବିକ୍ରି ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଗୁରୁବାର ଚଢାଉ କରାଯାଇ ବହୁ ଗୁଟୁଖା ପ୍ୟାକେଟ ଜବତ କରାଯାଇ ଏହାକୁ ନଷ୍ଟ…

‘କୋହଲିଙ୍କ ଭଳି କଠିନ ପରିଶ୍ରମ କର’

ଚେନ୍ନାଇ,୧୩।୧୨(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଆସିଷ୍ଟାଣ୍ଟ କୋଚ୍‌ ରୋଡି ଇଷ୍ଟ୍‌ଓ୍ବିକ୍‌ ନିଜ ଖେଳାଳିମାନଙ୍କୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭଳି କଠିନ ପରଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି। ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ କୋହଲିଙ୍କ ପରି ଅଧ୍ୟବସାୟର ଆବଶ୍ୟକତା ରହିଛି ବୋଲି ସେ…

ନେଟ୍ସରେ ବୋଲିଂ କରିବେ ବୁମ୍‌ରା

ନୂଆଦିଲ୍ଲୀ,୧୩।୧୨(ପି.ଟି.): ଆହତ ହୋଇଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ରିହାବିଲିଟେଶନରେ ରହିଥିବା ବେଳେ ଏବେ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ପସ୍ତୁତି ଚଳାଇଛନ୍ତି। ତେବେ ଏଥିପାଇଁ ତାଙ୍କୁ ଫିଟ୍‌ନେସର ପ୍ରମାଣ ଦେବାକୁ ହେବ। ଫଳରେ ୧୮ ତାରିଖରେ ବିଶାଖାପାଟଣାରେ ଖେଳାଯିବାକୁଥିବା ଦ୍ୱିତୀୟ…

ନାବାଳିକାଙ୍କୁ ବଳାତ୍କାର ଭିଡିଓ ଭାଇରାଲ ମାମଲା: ମୁଖ୍ୟ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ

ଢେଙ୍କାନାଳ ଅଫିସ, ୧୩।୧: ଢେଙ୍କାନାଳ ଜିଲା ଭୁବନ ଥାନା ମାର୍ଥାପୁର ଅଞ୍ଚଳର ଜନୈକ ନାବାଳିକାଙ୍କୁ ବଳାତ୍କାର ଏବଂ ଘଟଣାର ଭିଡିଓ ଭାଇରାଲ ମାମଲାର ରାୟ ଶୁକ୍ରବାର ସ୍ବତନ୍ତ୍ର ପୋକ୍‌ସୋ ଅଦାଲତରେ ପ୍ରକାଶ ପାଇଛି। ବିଚାରପତି ରାଜକିଶୋର ମହାପାତ୍ର ଘଟଣାର ମୁଖ୍ୟ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?