ଜଙ୍ଗଲ,ବନ୍ୟଜନ୍ତୁ ସୁରକ୍ଷା ଚିନ୍ତା: ଏକାଠି ହେଲେ ୬ ବନ ସଂରକ୍ଷଣ ସମିତି ସଦସ୍ୟ

ମାଲକାନଗିରି,୧୩ା୧୨ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପ୍ରାକୃତିକ ଜଙ୍ଗଲର ଅବକ୍ଷୟ, ମୂଲ୍ୟବାନ ଗଛସବୁ ବିଲୁପ୍ତ ହେବାରେ ଲାଗିଛି। ଏଥିସହ ବନ୍ୟଜନ୍ତୁଙ୍କ ସଂଖ୍ୟା ଦିନକୁ ଦିନ ଲୋପ ପାଉଛି। ଏହାକୁ ନେଇ ମାଲକାନଗିରି ଜିଲାର ୬ଟି ବନ ସଂରକ୍ଷଣ ସମିତି ଉଦ୍‌ବେଗ ପ୍ରକାଶ କରିଛନ୍ତି। ବର୍ଷ ବର୍ଷ ଧରି ଜିଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ଏବଂ ଅନ୍ୟାନ୍ୟ ବର୍ଗର ଲୋକମାନେ ଜଙ୍ଗଲ ଉପରେ ନିର୍ଭର କରି ଆସୁଛନ୍ତି। ଜଙ୍ଗଲ ନଷ୍ଟ ଏବଂ ବନ୍ୟଜନ୍ତୁଙ୍କ ବିଲୁପ୍ତି ଯୋଗୁ ଏହାର ପ୍ରଭାବ ପରିବେଶ ଉପରେ ପଡୁଛି। ଫଳରେ ଆଦିବାସୀମାନଙ୍କ ଜୀବନ ଜୀବିକା ଉପରେ ବିପଦ ସୃଷ୍ଟି ହୋଉଛି। ଏହାକୁ କିପରି ରୋକାଯାଇପାରିବ। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ଅଭିବୃଦ୍ଧି ଘଟିବ ସେନେଇ ଜିଲାର ଜଦୁଗୁଡା, କଣ୍ଡେଲି, ତଣ୍ଡାପାଲି, ଉଡୁପା, ମୁରିଆପାଲି, ଝରାପାଲିର ୬ଟି ବନ
ସଂରକ୍ଷଣ ସମିତିର ୬ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଶୁକ୍ରବାର କଣ୍ଡେଲିଠାରେ ଏକାଠି ହୋଇଥିଲେ। ରାଜ୍ୟ ବନ ଉନ୍ନୟନ ସଂସ୍ଥା ଏବଂ ମାଲକାନଗିରି ବନାଞ୍ଚଳ ପକ୍ଷରୁ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ସମସ୍ତେ ଏକାଠି ହୋଇଥିଲେ। ଏଥିରେ ମାଲକାନଗିରି ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତ ନାୟକ, ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ, ବନ ଉନ୍ନୟନର ଜିଲା ସଂଯୋଜକ ପି. କିଶୋର କୁମାର, ସଦସ୍ୟ ଶ୍ରୀନିବାସ ପାତ୍ର, ପଦ୍ମଗିରିର ପୂର୍ବତନ ସରପଞ୍ଚ ଲକ୍ଷ୍ମଣ ନାୟକ, କୃଷ୍ଣ ମାଡକାମିଙ୍କ ସହ ୬ଟି ବନ ସଂର କ୍ଷଣ ସମିତିର ସଭାପତି ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ। ବର୍ତ୍ତମାନ ସ୍ଥିତିରେ କିପରି ଜଙ୍ଗଲର ସୁରକ୍ଷା ଅଭିବୃଦ୍ଧି ହୋଇପାରିବ, ବନ୍ୟଜନ୍ତୁମାନେ ସୁରକ୍ଷିତ ରହିପାରିବେ, ବୃକ୍ଷରୋପଣ ସହ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବନଜୀବିକା ଉପରେ ସହକାରୀ ବନ ସଂରକ୍ଷକ ନାୟକ ଆଲୋକପାତ କରିଥିଲେ ା ଜଙ୍ଗଲରେ ନିଆଁ ଲାଗିଲେ ବନ ସଂରକ୍ଷଣ ସମିତିର ଭୂମିକା, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ବିକ୍ରି, ବାଉଁଶ ଜଙ୍ଗଲର ଅଭିବୃଦ୍ଧି, ବାଉଁଶ କାରିଗରଙ୍କୁ ପ୍ରୋତ୍ସାହନ ସମ୍ପର୍କରେ ବନ ଉନ୍ନୟନ ସଂଯୋଜକ ପି. କିଶୋର କୁମାର ବକ୍ତବ୍ୟ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri