ଶେଷ ପର୍ଯ୍ୟାୟରେ ସାନଛତା ମଠ ଉଚ୍ଛେଦ: ଶନିବାର ଭଙ୍ଗାଯିବ ଘରୋଇ କୋଠା

ପୁରୀ ଅଫିସ, ୧୩ା୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛିି। ମଙ୍ଗୁ ମଠର ବ୍ୟବସାୟିକ କୋଠା ଭାଙ୍ଗିବା ପରେ ତିନିଦିନ ଧରି ଦୋଳବେଦି କୋଣରେ ଥିବା ସାନଛତା ମଠ ଭଙ୍ଗାଯାଉଛିି। ଶୁକ୍ରବାର ତୃତୀୟ ଦିନରେ ଏହି ମଠ ଉଚ୍ଛେଦ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ସାନଛତା ମଠର ଅଳ୍ପ କିଛି ଅଂଶ ଭଙ୍ଗାଯିବା ସହ ଘରୋଇ କୋଠା ଉଚ୍ଛେଦ କରିବ ପ୍ରଶାସନ। ଅନ୍ୟପକ୍ଷରେ ଯେଉଁମାନେ ଜମି ଦେଇ ସାରିଛନ୍ତି ସେମାନେ ଘର ଖାଲି କରୁଛନ୍ତି।
ଗତ ଦୁଇଦିନ ପରି ଶୁକ୍ରବାର ବି ସାନଛତା ମଠ ଭଙ୍ଗା ଯାଇଥିଲା। ଗୁରୁବାର ଯେଉଁଠୁ ଉଚ୍ଛେଦ ଅଟକିଥିଲା ସେହିଠାରୁ ହିଁ ଆରମ୍ଭ ହୋଇଥିଲା। ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୫ ଜଣ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉପଜିଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହା ଭଙ୍ଗା ଯାଇଥିଲା। ଏଥିରେ ୩ଟି ଜେସିବି ନିୟୋଜିତ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ଉଚ୍ଛେଦ କାର୍ଯ୍ୟ ବନ୍ଦ ହେବା ବେଳକୁ ମଠର ପ୍ରାୟ ୯୦ ପ୍ରତିଶତ ଭଙ୍ଗା ସରିଥିଲା। ଗାଦିଘର, ମନ୍ଦିରକୁ ବାଦ୍‌ ଦିଆଯାଇ ଅନ୍ୟ କୋଠା ଭଙ୍ଗାଯାଇଛିି। ଶନିବାର ଅଳ୍ପ ଯାହା କିଛି ବଳକା ରହିଛି ତାହା ଉଚ୍ଛେଦ କରାଯିବ। ଅପରାହ୍ନ ପ୍ରାୟ ୫ଟାରେ ଜିଲାପାଳ ବଲୱନ୍ତ ସିଂ ଏବଂ ଏସ୍‌ପି ଉମାଶଙ୍କର ଦାଶ ଘଟଣାସ୍ଥଳକୁ ଯାଇ ଉଚ୍ଛେଦ କାର୍ଯ୍ୟ ଦେଖିଥିଲେ। ପୂର୍ବରୁ ଆଢୁଆଳରେ ରହିଯାଉଥିବା ଦୋଳବେଦି ସାନଛତା ମଠ ଭଙ୍ଗାଯିବା ପରେ ଏବେ ସ୍ପଷ୍ଟ ଦେଖାଯାଉଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଏବଂ ସାନଛତା ମଠ ମଧ୍ୟରେ ରହିଥିବା ଘରୋଇ କୋଠା ଶନିବାର ଭଙ୍ଗାଯିବ ବୋଲି ଜଣାପଡିଛିି। ଏହି ତିନି ମହଲା କୋଠାର ସମସ୍ତ ଆସବାବପତ୍ର ଖାଲି କରି ଦିଆଯାଇଛି। ଅନ୍ୟପକ୍ଷରେ ଯେଉଁମାନେ ସରକାରଙ୍କୁ ସେମାନଙ୍କ ଜମି ବିକ୍ରି କରିସାରିଛନ୍ତି ସେମାନେ ଘର ଖାଲି କରୁଛନ୍ତିି। ସେହିପରି ସୁରକ୍ଷା ଜୋନ ମଧ୍ୟରେ ଥିବା ଘରୋଇ ପ୍ଲଟ ମଧ୍ୟରୁ ୮୦ ପ୍ରତିଶତର ସେଲ୍‌ଡିଡ କରାଯାଇଛି। ଆହୁରି ୨୦ ପ୍ରତିଶତ ପ୍ଲଟର ବିକ୍ରି କବଲା ହୋଇପାରି ନାହିଁ। ଏଥିମଧ୍ୟରୁ କିଛି ପ୍ଲଟର କାଗଜପତ୍ର ପ୍ରସ୍ତୁତ ଚାଲିଛିି। ଖୁବ୍‌ ଶୀଘ୍ର ଏହାର କବଲା ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ତାଣ୍ଡବ ରଚିଲା ବର୍ଷା! ରାଜଧାନୀରେ ଭୁଶୁଡ଼ିଲା କୋଠା; ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁ ତାଣ୍ଡବ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ହଠାତ ଏକ କୋଠା…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri