Home

ରାତି ୧୦ରୁ ସକାଳ ୮ ଭିଡ଼ିଓ ଗେମ୍‌ ଖେଳିବା ମନା

ବେଜିଂ,୨୦।୧୧: ଚାଇନାରେ ପିଲାଙ୍କ ମଧ୍ୟରେ ଭିଡ଼ିଓ ଗେମ୍‌ ଖେଳିବା ନିଶା ଭଳି ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପିଲାଙ୍କ ମାନସିକ ଏବଂ ଶାରୀରିକ ବିକାଶରେ ବାଧା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ସରକାର ରାତି ୧୦ରୁ ସକାଳ ୮ ପର୍ଯ୍ୟନ୍ତ…

କିରଣ ବେଦୀଙ୍କୁ ହିଟଲରଙ୍କ ଭଉଣୀ ସହ ତୁଳନା କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୦।୧୧:ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ଜର୍ମାନ ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ଭଉଣୀ ସହ ତୁଳନା କରିଛନ୍ତି ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ। ରାଜ୍ୟର ଉପରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ କିରଣ ବେଦୀଙ୍କ କାର୍ଯ୍ୟକଳାପକୁ ସେ ସମାଲୋଚନା କରିଛନ୍ତି। ସକରାର କାର୍ଯ୍ୟରେ…

ପ୍ରତିଘଣ୍ଟାରେ ଦେଶରେ ୧୫ ଜଣ କରୁଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ,୨୦।୧୧: ପ୍ରତି ଘଣ୍ଟାରେ ଦେଶରେ ୧୫ ଜଣ ଆତ୍ମହତ୍ୟା କରୁଛନ୍ତି। ଏନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୬ରେ ଲକ୍ଷେ ୩୧ ହଜାର ୮ଜଣ ଲୋକ ଆତ୍ମହତ୍ୟା କରିଥିବାବେଳେ ୨୦୧୫ ତୁଳନାରେ ଏଥିରେ ୨…

ଐତିହାସିକ ଟେଷ୍ଟ ମ୍ୟାଚ୍‌ ପୂର୍ବ ପ୍ରସ୍ତୁତି: ଗୋଲାପୀ ରଙ୍ଗରେ ସଜେଇ ହେଉଛି ଇଡେନ ଗାର୍ଡେନ୍ସ

କୋଲକାତା,୨୦।୧୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ନଭେମ୍ବର ୨୨ ତାରିଖରୁ ୨୬ ତାରିଖ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ୍ସରେ ଐତିହାସିକ ଦିବାରାତ୍ର ଟେଷ୍ଟ ଖେଳାଯିବ। ଏହି ମ୍ୟାଚକୁ ସ୍ମରଣୀୟ କରିବା ପାଇଁ କୋଲକତାରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପିଙ୍କ୍‌ ବଲ୍‌ରେ…

ବଜାରରେ ସିନ୍ଥେଟିକ୍‌ ଜିରା: ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଚାଲିଛି ଚୋରା ବେପାର

ନୂଆଦିଲ୍ଲୀ,୨୦।୧୧: ଏବେ ବଜାରରେ ସିନ୍ଥେଟିକ୍‌ ଜିରା ମିଳୁଛି। ପ୍ରକୃତ ଜିରା ସହିତ ମିଶାଇ ଏହାକୁ ବିକ୍ରି କରାଯାଉଛି। ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଏହାର ଚୋରା ବେପାର ଅଧିକ ହେଉଥିବା କୁହାଯାଉଛି । ନିକଟରେ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ସିନ୍ଥେଟିକ୍‌ ଜିରା…

ନାବାଳକଙ୍କ ଅନ୍ତିମ ସଂସ୍କାର ଯାତ୍ରାରେ ୨୧ ଶହ ସ୍ପୋର୍ଟସ୍‌ କାର ସାମିଲ୍‌…

ଅନ୍ତିମ ସଂସ୍କାର ଯାତ୍ରାରେ ଲୋକେ ସମବେତ ହୋଇ ମୃତକଙ୍କ ସହିତ ସଂସ୍କାର ସ୍ଥଳକୁ ଯାଇଥାନ୍ତି। ତେବେ ଆମେରିକାରେ କ୍ୟାନସରରେ ମୃତ୍ୟୁ ଘଟିଥିବା ଜଣେ ୧୪ ବର୍ଷ ବୟସ୍କ ନାବାଳକଙ୍କ ଅନ୍ତିମ ସଂସ୍କାର ଯାତ୍ରାରେ ୨୧ ଶହ ସ୍ପୋର୍ଟସ୍‌ କାର ସାମିଲ ହୋଇଛି।…

ସିଞ୍ଜୋ ଆବେ ଅଧିକ ଦିନ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ କଲେ

ଟୋକିଓ,୨୦।୧୧: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦେଶର ଅଧିକ ଦିନ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି। ଇତିମଧ୍ୟରେ ବୁଧବାର ସୁଦ୍ଧା ସେ ୨,୮୮୭ ଦିନ ଧରି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ତାରୋ କାଟସୁରାଙ୍କ ନାମରେ…

ବିଭିନ୍ନ ଦାବିରେ ଦୁଇଦିନିଆ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର ଅଫିସ, ୨୦।୧୧: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା, ଲୋୟର ସୁକତେଲ ବୃହତ୍‌ ଜଳସେଚନ ପ୍ରକଳ୍ପ ଓ ବଲାଙ୍ଗୀର ସହରରେ ବାଇପାସ ରାସ୍ତା ନିର୍ମାଣ ଦାବିରେ ବଲାଙ୍ଗୀର ଆକ୍ସନ କମିଟି ନେତୃତ୍ୱରେ ବୁଧବାରଠାରୁ ଦୁଇଦିନିଆ ବନ୍ଦ ପାଳନ ଆରମ୍ଭ…

ସୌଦିରେ ୩ ହଜାର ସୈନ୍ୟ ମୁତୟନ କଲା ଆମେରିକା

ଓ୍ବାଶିଂଟନ,୨୦।୧୧: ଇରାକ ପକ୍ଷରୁୁ ଆକ୍ରମଣ ଆଶଙ୍କା କରି ଆମେରିକା ସୌଦିର କେତେକ ଅଞ୍ଚଳରେ ୩ ହଜାର ସୈନ୍ୟ ମୁତୟନ କରିଛି। ଏନେଇ ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍‌ ଔପଚାରିକ ଭାବେ ଘୋଷଣା କରିଛନ୍ତି। ସୌଦିର ତୈଳ ଏବଂ ଗ୍ୟାସ୍‌ ଉତ୍ପାଦନ ହେଉଥିବା କେତେକ…

ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ: ଅତାବିରାରେ ୧୨ ଘଣ୍ଟିଆ ବନ୍ଦ ଆରମ୍ଭ

ବରଗଡ ଅଫିସ,୨୦।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ସରକାରଙ୍କ ଏହି ବ୍ୟବସ୍ଥାକୁ ଚାଷୀମାନେ ଦୃଢ ବିରୋଧ କରିଛନ୍ତି। ଫଳରେ ଗତ ୧୫ ତାରିଖରୁ ମଣ୍ତି ଖୋଲିଥିଲେ ସୁଦ୍ଧା ଧାନ କିଣାବିକା ଅଚଳ…

ଶ୍ୱଶୁରଘରୁ ବାଇକ୍‌ ଚୋରି ମାମଲାରେ ଜ୍ୱାଇଁ ଗଲେ ଜେଲ

ଭୁବନେଶ୍ୱର, ୨୦-୧୧(ବ୍ୟୁରୋ):ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ଖାଇବା ପରେ ବିଲ୍‌ ପଇଠ ନ କରି ଫେରାର ହୋଇଯାଉଥିଲେ। ଶହୀଦନଗର ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କୁ ହୋଟେଲ କର୍ମଚାରୀମାନେ କାବୁ କରି ପୋଲିସ ଜିମା ଦେଇଥିଲେ। ପୋଲିସ ଅଭିଯୁକ୍ତଙ୍କ ଆପରାଧିକ ରେକର୍ଡ ଯାଞ୍ଚ କରିବା…

ଆଜି ସରିବ ବାଲିଯାତ୍ରା

ଐତିହାସିକ କଟକ ବାଲିଯାତ୍ରାର ମଙ୍ଗଳବାର ଥିଲା ଅଷ୍ଟମ ଦିନ। ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲ ବୁଲିବା ସହ ଚାଟ୍‌, ଗୁପ୍‌ଚୁପ୍‌, ଠୁଙ୍କାପୁରୀ ଓ ଫାଷ୍ଟଫୁଡ ଖାଦ୍ୟର ମଜା ନେଇଥିଲେ। ତେବେ ପୂର୍ବଦିନ ଅପେକ୍ଷା ମଙ୍ଗଳବାର ଭିଡ କମ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri