ସମସ୍ତ ଭାରତୀୟ ଭାଷାରେ ଲକ୍ଷ୍ମଣ ନାୟକଙ୍କ ଜୀବନୀ ପ୍ରକାଶ କରାଯାଉ
ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଶହୀଦ ଲକ୍ଷ୍ମଣ ନାୟକ ଥିଲେ ସରଳତା, ନିର୍ଭୀକତା ଓ ସଂଗ୍ରାମର ପ୍ରତୀକ। ଜନଜାତି ଅସ୍ମିତା ଓ ସ୍ବାଭିମାନର ସେ ଥିଲେ ପରିଚୟ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ସେ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଜଣେ ପରିଚିତ ଚେହେରାଭାବେ…
ଓଡ଼ିଆ ସଂସ୍କୃତି, ପରମ୍ପରା ସମ୍ପର୍କରେ ଜାଣିଲେ ୭ ଦେଶର ପ୍ରତିନିଧି
ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଭାରତୀୟ କଳା, ସଂସ୍କୃତି, ପରମ୍ପରା ଓ ପାରିବାରିକ ମୂଲ୍ୟବୋଧ ସମ୍ପର୍କରେ ଅବଗତ ହେବାକୁ ୭ ରାଷ୍ଟ୍ରରୁ ଭାରତ ଆସିଥିବା ୩୨ଜଣିଆ ମହିଳା ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେମାନେ ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର…
ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ: ୫୫ ଘରୋଇ ପ୍ଲଟର ସରିଛି ବିକ୍ରି କବଲା
ପୁରୀ ଅଫିସ, ୨୩ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଚାଲିଛିି। ଏହି ଜୋନ ମଧ୍ୟରେ ସମୁଦାୟ ୩୬୬ ପ୍ଲଟ ମଧ୍ୟରୁ ୧୮୫ ଘରୋଇ ପ୍ଲଟ ରହିଛିି। ଏହି ଘରୋଇ ପ୍ଲଟ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୫ ପ୍ଲଟ ସେଲ୍ଡିଡ୍ (ବିକ୍ରି…
ଜାପାନିଜ ଏନସେଫାଲାଇଟିସ୍ ଟିକାକରଣରେ ଅବ୍ୟବସ୍ଥା: ଜଣେ ଶିଶୁଙ୍କୁ ୪ ଦିନରେ ୨ଥର ଟିକା
ଜଗତ୍ସିଂହପୁର ଅଫିସ, ୨୩ା୧୧: ୧ରୁ ୧୫ ବର୍ଷର ଶିଶୁଙ୍କୁ କ୍ୟୁଲେକ୍ସ ମସା କାମୁଡାରେ ସୃଷ୍ଟ ମାରାତ୍ମକ ସଂକ୍ରମଣ ରୋଗରୁ ମୁକ୍ତି ପାଇଁ ଜାପାନିଜ ଏନସେଫାଲାଇଟିସ୍ ଟିକା ଦିଆଯାଉଛି। ଏହି ଅଭିଯାନ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି। କୌଣସି ପିଲାଙ୍କୁ ଯେପରି…
ପାରାଦୀପ ପୌରପାଳିକାର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ: ଅନ୍ୟ ପୌରାଞ୍ଚଳ ପାଇଁ ଆଦର୍ଶ
ପାରାଦୀପ,୨୩ା୧୧(ସ୍ବ.ପ୍ର.): ଇଚ୍ଛାଶକ୍ତି ସୁଦୃଢ଼ ରହିଲେ ଖତଗଦାରେ ବି ଫୁଲ ଫୁଟେ। ଦୈନନ୍ଦିନ ଚଳଣିରେ ସୃଷ୍ଟ ଆବର୍ଜନାକୁ ନେଇ ଏବେ ସାରା ଦେଶରେ ସ୍ବଚ୍ଛ ଭାରତର ନାରା ଚାଲିଛି। ଅପରପକ୍ଷେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଜୀବିକା…
ରେଳପଥ ଆନ୍ଦୋଳନର କର୍ଣ୍ଣଧାର: ପୂର୍ବତନ ଏମ୍ପି ଶିବାଜୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା
ନୟାଗଡ଼ ଅଫିସ,୨୩।୧୧: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ତଥା ପୂର୍ବତନ ଏମ୍ପି ଶିବାଜୀ ପଟ୍ଟନାୟକଙ୍କୁ ଶୁକ୍ରବାର ନୟାଗଡ଼ ରେଳ ଷ୍ଟେଶନଠାରେ ସ୍ବାଗତ କରାଯାଇଛି। ରେଲୱେ ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବତନ ଏମ୍ପି ଶିବାଜୀଙ୍କୁ ସ୍ବାଗତ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା।…
ଟ୍ରକ୍ ଧକ୍କାରେ ରେଳ ଫାଟକ ଭାଙ୍ଗିଲା: ଅଟକିରହିଲା ଗାଡିମୋଟର
ନିରାକାରପୁର,୨୩ା୧୧(ଡି.ଏନ୍.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନରେ ଥିବା ନିରାକାରପୁର ଲେଭଲ କ୍ରସିଂ ଫାଟକ ଏକ ଟ୍ରକ୍ ଧକ୍କାରେ ଭାଙ୍ଗିଯାଇଛି। ଶୁକ୍ରବାର ସନ୍ଧ୍ୟାରେ ରାମେଶ୍ୱରରୁ ନିରାକାରପୁର ଆସୁଥିବା ଟ୍ରକ୍ ଭାରସାମ୍ୟ ହରାଇ ଧକ୍କା ଦେବାରୁ ଏଭଳି ଘଟଣା ଘଟିଥିଲା। ଏଥିଯୋଗୁ ନୂଆ ଜଗନ୍ନାଥ…
୪ ବଖରାରେ ୮ ଶ୍ରେଣୀ: ବିଦ୍ୟାଳୟ ବାରଣ୍ଡାରେ ଚାଲିଛି ପାଠପଢ଼ା
ଆସିକା,୨୩ା୧୧ (ଡି.ଏନ୍.ଏ.) -ଆସିକା ବ୍ଲକ ଦେବଭୂମି ପଞ୍ଚାୟତ ମାମୁଡିହ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ୮ଟି ଶ୍ରେଣୀ ରହିଛି। ମାତ୍ର ୪ଟି ଶ୍ରେଣୀଗୃହ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ଘୋର ଅସୁବିଧା ଦେଖାଦେଇଛି। ଛାତ୍ରୀଛାତ୍ରମାନେ ଆବଶ୍ୟକୀୟ ଶ୍ରେଣୀ ଗୃହ ଅଭାବରୁ…
ଢେଙ୍କିକୋଟରେ ସଚେତନତାର ବାର୍ତ୍ତା ଦେଲେ ଅରବିନ୍ଦ
ଢେଙ୍କିକୋଟ, ୨୩।୧୧(ଡି.ଏନ୍.ଏ.)-ଦିବ୍ୟାଙ୍ଗହେଲେ ବି ମନରେ ଅଦମ୍ୟ ସାହସ। ‘ଝିଅ ବଞ୍ଚାଅ- ଦେଶ ବଞ୍ଚାଅ’, ‘ରକ୍ତଦାନ – ମହାପୁଣ୍ୟ’ ଏବଂ ‘ଯେକୌଣସି ଗାଡ଼ି ଚଳାଇବାବେଳେ ମୋବାଇଲ୍ ଫୋନ୍ରେ କଥା ହୁଅନ୍ତୁ ନାହିଁ ’ଏଭଳି ସଚେତନତାର ବାର୍ତ୍ତା ପ୍ରଚାର ଲାଗି ବିହାର ପାଟଣା ଦାନପୁର…
୧ରୁ ଲାଗୁହେବ ଫାଷ୍ଟ ଟ୍ୟାଗ୍ ଆଇନ
କେନ୍ଦୁଝର ୨୩।୧୧ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ନୂତନ ଆଇନ ଅନୁଯାୟୀ ପ୍ରତ୍ୟେକ ଗାଡିରେ ଫାଷ୍ଟ ଟ୍ୟାଗ୍ (ଚିପସ) ନ ଲଗାଇଲେ ଟୋଲ ଗେଟ୍ରେ ଦୁଇଗୁଣ ଜରିମାନା ଆଦାୟ କରାଯିବ। ଏହି ବ୍ୟବସ୍ଥା ଡିସେମ୍ବର ୧ରୁ ଲାଗୁ ହେବାକୁ ଯାଉଛି । ତଦନୁଯାୟୀ…
ଗଁ। ଲୋକେ ପ୍ରତିବର୍ଷ ବାନ୍ଧୁଛନ୍ତି ବନ୍ଧ
ଚାନ୍ଦବାଲି,୨୩।୧୧(ଡି.ଏନ.ଏ.)- ପ୍ରଶାସନ ପକ୍ଷରୁ ହୋଇପାରୁନି ସ୍ଥାୟୀ ପ୍ରତିକାର। ନିଜ ଜମିକୁ ଜୁଆର ପ୍ରଭାବରୁ ରକ୍ଷା କରିବା ପାଇଁ ଚାଷୀମାନେ ପ୍ରତିବର୍ଷ ମାଟିବନ୍ଧ ତିଆରି କରୁଛନ୍ତି। ବର୍ଷାଦିନେ ଏହି ମାଟିବନ୍ଧ ଧୋଇ ଯାଉଛି। ଶୁକ୍ରବାର ଚାନ୍ଦବାଲି ବ୍ଲକର ଜଳଦେଶ ଅଞ୍ଚଳରେ କେତେକ ଗଁ।ର…
ପଞ୍ଚାୟତ କାର୍ଯ୍ୟାଳୟରେ ତାଲା: ଫେରିଗଲେ ତଦନ୍ତକାରୀ ଅଧିକାରୀ
ଖଇରା, ୨୩।୧୧(ଡି.ଏନ.ଏ.)-ଖଇରା ବ୍ଲକ ଗରସଙ୍ଗ ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏହାର ତଦନ୍ତ ପାଇଁ ଆସିଥିବା ତଦନ୍ତକାରୀ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ହେଲେ କାର୍ଯ୍ୟାଳୟରେ ତାଲା ପଡିଥିବାରୁ ଅଧିକାରୀମାନେ ନିରାଶ ହୋଇ ଫେରିଥିଲେ। ଅନିୟମିତତା ନେଇ…
Archives


