Home

ମୋଟରଯାନ ଆଇନ କାର୍ଯ୍ୟକାରିତା ଲାଗି ଆଇପିସି, ସିପିସିରେ ସଂଶୋଧନ ଆବଶ୍ୟକ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ସଂଶୋଧିତ ମୋଟରଯାନ ଆଇନକୁ କାର୍ଯ୍ୟକାରୀ କରିବା ଲାଗି ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ଦଓ୍ବୋନି ଆଚାର ସଂହିତା (ସିପିସି)ରେ ସଂଶୋଧନ ଆବଶ୍ୟକ ବୋଲି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଜଣାଇଦେଇଛନ୍ତି। ଉପରୋକ୍ତ ଦୁଇଟି ସଂହିତାରେ ସଂଶୋଧନ ପାଇଁ ରାଜ୍ୟଗୁଡିକର…

ସାଧାରଣ ନିର୍ବାଚନ ତଥ୍ୟରେ ଅମେଳ: ସୁପ୍ରିମକୋର୍ଟ ଗଲା ଏଡିଆର୍‌

ନୂଆଦିଲ୍ଲୀ,୨୧।୧୧(ଆଇଏଏନ୍‌ଏସ୍‌): ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ସମ୍ପର୍କିତ ତଥ୍ୟରେ ତାଳମେଳ ନ ଥିବା ଦର୍ଶାଇ ବେସରକାରୀ ସଙ୍ଗଠନ (ଏନ୍‌ଜିଓ) ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌(ଏଡିଆର୍‌) ପକ୍ଷରୁ ଦାଏର ପିଟିଶନରେ ଉଲ୍ଲେଖ କରାଯାଇଛି ଯେ, ନିର୍ବାଚନ କମିଶନ(ଇସି)ଙ୍କ…

ସୋସିଆଲ ମିଡିଆ ସହ ଆଧାର ସଂଯୋଗ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ସୋସିଆଲ ମିଡିଆ ଆକାଉଣ୍ଟ ସହ ଆଧାର ସଂଯୋଗ କରାଇବା ଲାଗି ସରକାରଙ୍କର କୌଣସି ପ୍ରସ୍ତାବ ନ ଥିବା ବୁଧବାର ଲୋକ ସଭାରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଏ ସମ୍ପର୍କିତ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ…

ଟଙ୍କା ଆତ୍ମସାତ ଅଭିଯୋଗ: ଜେଲ ଗଲେ ଫାଇନାନ୍ସ କମ୍ପାନୀ ନିର୍ବାହୀ ଅଧିକାରୀ

ନିମାପଡ଼ା,୨୧।୧୧(ଡି.ଏନ୍‌.ଏ.): ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ ନିମାପଡ଼ା ଶାଖାର ନିର୍ବାହୀ ଅଧିକାରୀଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ସ୍ମୃତି ରଞ୍ଜନ ବଳିୟାର ସିଂ। ଜାମିନ ନାମଞ୍ଜୁର…

ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ଜୟନ୍ତୀ: ଗୁଆଝରରେ ୫୧ ପାଇକ ଆଖଡ଼ା ଦଳ

ପୁରୁଣା ଭୁବନେଶ୍ୱର,୨୧।୧୧(ଡି.ଏନ୍‌.ଏ.): ବୁଧବାର ଡ. ହରେକୃଷ୍ଣ ମହତାବ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଗୁଆଝରରେ ରାଜ୍ୟର ୫୧ ପାଇକ ଆଖଡା ଦଳ ସେମାନଙ୍କର ସମରକଳା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଶ୍ରେଷ୍ଠ ଦଳଗୁଡିକୁ ଗୁରୁବାର ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି…

ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ର ସମୀକ୍ଷା କଲେ ମନ୍ତ୍ରୀ: ସଫଳତା ପାଇଁ ସହଯୋଗର ଆହ୍ବାନ

ପୁରୀ ଅଫିସ/କୋଣାର୍କ(ଡି.ଏନ୍‌.ଏ.) ୨୧।୧୧: କୋଣାର୍କକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରାଯିବା ଲକ୍ଷ୍ୟ ନେଇ ମେରାଇନ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ର ପରିକଳ୍ପନା କରାଯାଇଛି।…

୧୦ ବର୍ଷର ପୁରୁଣା ମାମଲା ତୁରନ୍ତ ଫଇସଲା ଲାଗି ହାଇକୋର୍ଟଙ୍କୁ ଅନୁରୋଧ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ଦଶବର୍ଷ ତଳର ମାମଲାଗୁଡ଼ିକୁ ତୁରନ୍ତ ଫଇସଲା କରିବା ଲାଗି ଆଇନ ମନ୍ତ୍ରଣାଳୟ ପକ୍ଷରୁ ହାଇକୋର୍ଟଗୁଡ଼ିକୁ ଅନୁରୋଧ କରାଯାଇଥିବା ବୁଧବାର ବିଭାଗୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକ ସଭାରେ କହିଛନ୍ତି। ଫଳରେ ଦୀର୍ଘଦିନ ଧରି ପଡିରହିଥିବା ମାମଲାଗୁଡିକର ସଂଖ୍ୟା କମିପାରିବ। ଏଥିସହିତ…

ପାକିସ୍ତାନରେ ଟମାଟୋ ୪୦୦

କରାଚୀ,୨୧।୧୧(ଆଇଏଏନ୍‌ଏସ୍‌): ପାକିସ୍ତାନରେ ପରିବା ଦର ଆକାଶଛୁଆଁ ହୋଇଛି। ଟମାଟୋ କିଲୋ ୪୦୦ ଟଙ୍କାରେ ବିକ୍ରି ହେଉଛି। ସୋମବାର ଟମାଟୋ କେ.ଜି. ପିଛା ୩୦୦ରୁ ୩୨୦ ଟଙ୍କା ଥିବାବେଳେ ମଙ୍ଗଳବାର ସୁଦ୍ଧା ଇରାନରୁ ଟମାଟୋ ନ ପହଞ୍ଚତ୍ବା ପରେ ଏହା ୪୦୦ ଛୁଇଁଛି।…

ଟଳିବ ମହାରାଷ୍ଟ୍ର ସଙ୍କଟ: ଶିବସେନା ନେତୃତ୍ୱରେ ସରକାର ଗଠନ ପାଇଁ ଏନ୍‌ସିପି-କଂଗ୍ରେସ ରାଜି

ନୂଆଦିଲ୍ଲୀ,୨୧।୧୧(ପି.ଟି./ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ନିର୍ବାଚନର ମାସକ ପରେ ସମ୍ଭବତଃ ହିସାବ ଛିଣ୍ଡିଛି। ଶିବସେନା ନେତୃତ୍ୱରେ ପାଳିକରି ସରକାର ଗଠନ ପାଇଁ ରାଜି ହୋଇଛନ୍ତି ବିରୋଧୀ ମେଣ୍ଟ। ମୁଖ୍ୟମନ୍ତ୍ରୀ ପଦ ପ୍ରଥମ ଅଢ଼େଇବର୍ଷ ଶିବସେନା ଓ ପରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ପାଖରେ…

ଅଭୟ ନୂଆ ଡିଜିପିି

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ରାଜ୍ୟ ସରକାର ବିଜୟ କୁମାର ଶର୍ମାଙ୍କୁ ବୁଧବାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପଦରୁ ହଟାଇ ଦେଇଛନ୍ତି। ନୂଆ ଡିଜିପି ଭାବେ ୧୯୮୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ଅଭୟଙ୍କୁ ନିଯୁକ୍ତି ଦିଆଯାଇଛି। ଅଭୟ ଏବେ ହାଇଦ୍ରାବାଦସ୍ଥିତ ଜାତୀୟ ପୋଲିସ…

ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ: ତାଗିଦ୍‌ କଲେ ବାଚସ୍ପତି

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଚଳିତ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଶାସକ ଦଳର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ଦେଲେ। ମାତ୍ର ଏହି ନିର୍ଦ୍ଦେଶକୁ ସଦସ୍ୟମାନେ ମାନୁନାହାନ୍ତି। ଗୃହ ଚାଲୁଥିବାବେଳେ ହାତଗଣତି କେତେଜଣ…

ଆର୍‌ଟିଓ କାର୍ଯ୍ୟାଳୟରେ ଅବ୍ୟବସ୍ଥା: ଡିଏଲ ଟେଷ୍ଟ ପାଇଁ ଆସି ହନ୍ତସନ୍ତ

ଅନୁଗୋଳ ଅଫିସ, ୨୧।୧୧ – ଅନୁଗୋଳ ପଞ୍ଚମହଲାସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)ରେ ବୁଧବାର ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଫାଇନାଲ ଡ୍ରାଇଭିଂ ପରୀକ୍ଷା ପାଇଁ ୫୦ରୁ ଊର୍ଦ୍ଧ୍ୱ ଆବେଦନକାରୀ ଆସିଥିବାବେଳେ ଅଫିସ ଛୁଟି ଥିବାରୁ ସେମାନେ ହନ୍ତସନ୍ତ ହୋଇଥିଲେ। ପ୍ରତିବାଦ ସ୍ବରୂପ ସେମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri