Home

ଇଲେକ୍ଟୋରାଲ ବଣ୍ଡ୍‌କୁ ବିରୋଧ ଜାରି: ପାର୍ଲାମେଣ୍ଟ ପରିସରରେ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ପାର୍ଲାମେଣ୍ଟର ଉଭୟ ଗୃହରେ ଇଲେକ୍ଟୋରାଲ ବଣ୍ଡ୍‌କୁ ନେଇ ବିରୋଧ ଜାରି ରହିଛି। ଶୁକ୍ରବାର କଂଗ୍ରେସ ଦଳ ପକ୍ଷରୁ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ସରକାର ମିଛ କାରଖାନାରେ ପରିଣତ ହୋଇଛି ବୋଲି କଂଗ୍ରେସ ସମାଲୋଚନା କରିଛି। ଇଲେକ୍ଟୋରାଲ…

ଆଇନଶୃଙ୍ଖଳା ସ୍ଥିତି ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଚଳିତ ଆର୍ଥିକବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ଆଗତ ଅତିରିକ୍ତ ଖର୍ଚ୍ଚଦାବି ଶୁକ୍ରବାର ବିଧାନସଭାରେ ଗୃହୀତ ହୋଇଛି। ପ୍ରଶ୍ନୋତ୍ତର ପରେ ଶୂନ୍ୟକାଳ ହୋଇଥିଲା। ପରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖର୍ଚ୍ଚଦାବି ସମ୍ପର୍କିତ ଆଲୋଚନା ଓ…

୫ ବର୍ଷରେ ଉପସାଗରୀୟ ଅଞ୍ଚଳରେ : ଗଲାଣି ୩୪ ହଜାର ଭାରତୀୟଙ୍କ ଜୀବନ

ହାଇଦ୍ରାବାଦ,୨୩ା୧୧: ଉପସାଗରୀୟ ରାଷ୍ଟ୍ର କୁଏଟ୍‌, ସୌଦି ଆରବ, ବାହାରିନ୍‌, କାତାର, ଓମାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଦିନକୁ ହାରାହାରି ୧୫ ଭାରତୀୟ ପ୍ରାଣ ହରାଉଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୨୦୧୪ରୁ ଇତିମଧ୍ୟରେ ଅର୍ଥାତ୍‌ ୫ ବର୍ଷ ମଧ୍ୟରେ…

ସାଲିଆ ସାହି ବସ୍ତି ଉଚ୍ଛେଦ ବନ୍ଦ ଦାବିରେ ବିକ୍ଷୋଭ

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ସାଲିଆସାହି ବସ୍ତି ଉଚ୍ଛେଦ ସମ୍ପୂୂର୍ଣ୍ଣ ବନ୍ଦ କରାଯିବା ସହ ସମସ୍ତ ପରିବାରକୁ ୨୦ଫୁଟ୍‌ରେ ୩୦ ଫୁଟ୍‌ ଜମି ଯୋଗାଇବା ଦାବିରେ ଶୁକ୍ରବାର ଲୋୟର ପିଏମ୍‌ଜିରେ ଗର୍ଜିଛନ୍ତି ସାଲିଆସାହି ବସ୍ତି ବାସିନ୍ଦା। ଏ ନେଇ ସାଲିଆ ସାହିରୁ ବିଧାନସଭା ଅଭିମୁଖେ…

ଚାଇନା ପ୍ରକଳ୍ପକୁ ନେଇ ପାକିସ୍ତାନକୁ ସତର୍କ କରାଇଲା ଆମେରିକା

ଓ୍ବାଶିଂଟନ,୨୩ା୧୧: ଚାଇନା ଭିତ୍ତିଭୂମି ପ୍ରକଳ୍ପ ସହ ପାକିସ୍ତାନ ଯଦି ଦୀର୍ଘଦିନ ଜଡିତ ରହେ ତେବେ ଏହା ଆର୍ଥିକ କ୍ଷତିର ସମ୍ମୁଖୀନ ହେବ ବୋଲି ଆମେରିକା ଚେତାଇ ଦେଇଛି। ଏହା ବଦଳରେ ଆମେରିକା ସହ ବ୍ୟବସାୟ କରିବା ଲାଗି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ…

୩୫୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଯବାନ

ଶ୍ରୀନଗର,୨୩ା୧୧: ଶ୍ରୀନଗର-ଲେହ ଜାତୀୟ ରାଜପଥ ସଂଲଗ୍ନ ୧୧,୫୭୮ ଫୁଟ୍‌ ଉଚ୍ଚରେ ଅବସ୍ଥିତ ଜୋଜିଲା ଗିରିପଥରେ ପ୍ରବଳ ତୁଷାରପାତ ଯୋଗୁ ଫସିରହିଥିବା ୩୫୦ ଜଣ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସେନା ଉଦ୍ଧାର କରିଥିବା ପ୍ରତିରକ୍ଷା ମୁଖପାତ୍ର ସୂଚନା ଦେଇଛନ୍ତି। କ୍ରମାଗତ ତୁଷାରପାତ…

ବାତ୍ୟା ଆଶ୍ରୟସ୍ଥଳ ମରାମତିକୁ ନେଇ ବିଧାନସଭାରେ ଉଦ୍‌ବେଗ: ମରାମତି ପାଇଁ ଅଡିଟ୍‌ ହେଉଛି: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ଉପକୂଳବର୍ତ୍ତୀ ଜିଲାଗୁଡିକରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଗଲାଣି। ସେଥିରୁ କେତେକ ବିପଦସଙ୍କୁଳ ଅବସ୍ଥାରେ ରହିଛି। ମରାମତି ଅଭାବରୁ ଆଶ୍ରୟସ୍ଥଳଗୁଡିକ କେତେବେଳେ ଭୁଶୁଡି ପଡିବ। ଯେଉଁ କେତେକ ଆଶ୍ରୟ ସ୍ଥଳ ରହିଛି ସେଠାକୁ ରାସ୍ତା…

ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ: ମିଳିଲା ୨୬ ଲକ୍ଷର ଅଚଳ ନୋଟ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ଇବୋବି ସିଂଙ୍କର ତିନୋଟି ସହରର ୯ଟି ସ୍ଥାନରେ ଥିବା ଘର ଉପରେ ସିବିଆଇ ଚଢ଼ାଉ କରି ନଗଦ ୧୧.୪୭ ଲକ୍ଷ ଟଙ୍କା ସହିତ ୨୬.୪୯ ଲକ୍ଷ ଟଙ୍କାର ଅଚଳ ନୋଟ ଜବତ କରିଛି। ଅଚଳ…

ଆଧାର ଆଇନରେ ସଂଶୋଧନ ବିରୋଧରେ ପିଟିଶନ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ଆଧାର ଆଇନରେ ସଂଶୋଧନର ବୈଧତାକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ପରିଚୟ ପ୍ରମାଣ ଲାଗି ଜନସାଧାରଣ ସ୍ବେଚ୍ଛାକୃତ ଭାବେ ଯୋଗାଇଦେଉଥିବା ଆଧାର ତଥ୍ୟ ବ୍ୟବହାର ଲାଗି ଘରୋଇ ସଂସ୍ଥାଗୁଡିକୁ ଅନୁମତି ଦେବା ନିମନ୍ତେ କେନ୍ଦ୍ର ସରକାର…

ଶିଶୁ କନ୍ୟାକୁ ବିକି ଫୋନ କିଣିଲେ ବାପା

ଚେନ୍ନାଇ, ୨୩ା୧୧(ପି.ଟି.): ତାମିଲନାଡ଼ୁରେ ନିଜ ନବଜାତ ଶିଶୁକନ୍ୟାକୁ ଦଲାଲ୍‌ଙ୍କ ସହଯୋଗରେ ଜଣେ ବ୍ୟକ୍ତି ବିକ୍ରିକରି ସେହି ଟଙ୍କାରେ ଫୋନ୍‌ କିଣିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାର ଖୋଳତାଡ୍‌ ପରେ ଅଭିଯୁକ୍ତ ବାପାଙ୍କୁ ଗିରଫ କରାଯାଇଛି। ତଥ୍ୟ ଅନୁଯାୟୀ, ୟେସୁରୁଧୟରାଜ୍‌ଙ୍କ ପୂର୍ବରୁ…

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ଭୁବନେଶ୍ୱର (ବ୍ୟୁରୋ)/ପାତ୍ରପଡା, ୨୩ା୧୧(ଡି.ଏନ.ଏ): ଅନିଲ ଜେନା ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ବାହାଦଳପୁର ଅଞ୍ଚଳର ଶତାଧିକ ଲୋକେ ଶୁକ୍ରବାର ରାତିରେ ଖଣ୍ଡଗିରି ଥାନା ଅଧୀନ ୧୬ନଂ. ଜାତୀୟ ରାଜପଥର ଆଇଗିଣିଆ ଆଳୁଗଦିଠାରେ ରାସ୍ତାରୋକୋ କରିଥିଲେ। ଖବର ପାଇ ଜୋନ୍‌…

ମୁମ୍ବାଇ, ଠାଣେରେ ଶିବସେନା ମେୟର

ମୁମ୍ବାଇ, ୨୩ା୧୧(ପି.ଟି.): ମହାରାଷ୍ଟ୍ର ରାଜନୀତି କଡ଼ ଲେଉଟାଇବାରେ ଲାଗିଛି। ଶିବସେନା, ଏନ୍‌ସି ଓ କଂଗ୍ରେସ ଏକାଠି ହେବାକୁ ଉଦ୍ୟମ ଜାରି ରଖିଥିବାବେଳେ ଭାଜପାକୁ ଝଟକା ଲାଗିଛି। ମେୟର ପଦ ମଧ୍ୟ ଆଶାନୁରୂପ ଭାବେ ଭାଜପା ଦଖଲ କରିପାରି ନାହିଁ। ମୁମ୍ବାଇ, ଠାଣେରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri