କୃଷକଙ୍କ ପାଇଁ ‘ସମୃଦ୍ଧି’

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ରାଜ୍ୟରେ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ନୂଆ କୃଷି ନୀତି-୨୦୧୯ ‘ସମୃଦ୍ଧି’ ପ୍ରଣୟନ କରିଛନ୍ତି। ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍‌ ଏହି କୃଷି ନୀତିକୁ ଅନୁମୋଦନ କରିଛି। ରାଜ୍ୟରେ ୧୯୯୬ରେ ଓଡ଼ିଶା କୃଷି ନୀତି ପ୍ରଣୟନ ହୋଇଥିଲା। ଏଥିରେ କୃଷିକୁ ଶିଳ୍ପର ମାନ୍ୟତା ପ୍ରଦାନ କରାଯାଇଥିଲା। ୨୦୦୮ରେ ରାଜ୍ୟ କୃଷି ନୀତିରେ ସଂଶୋଧନ ଅଣାଯାଇ କୃଷିକୁ ପରିବ୍ୟାପ୍ତ କରାଯିବା ସହ ଏହାର ଅନ୍ୟାନ୍ୟ ଦିଗଗୁଡ଼ିକୁ ସାମିଲ କରାଯାଇଥିଲା। ପୁନର୍ବାର ରାଜ୍ୟ ସରକାର ୨୦୧୩ରେ କୃଷି ନୀତି ପ୍ରଣୟନ କରିଥିଲେ। କୃଷି ତଥା ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ଥିବା ଅସୁବିଧାଗୁଡ଼ିକୁ ଦୂର କରିବା, ସମ୍ବଳର ସୁବିନିଯୋଗ ଏବଂ ବୈଷୟିକ ଜ୍ଞାନର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ପୁଣି ନୂଆ କୃଷି ନୀତି ‘ସମୃଦ୍ଧି’ ପ୍ରଣୟନ କରିଛନ୍ତି।
ନୂଆ କୃଷି ନୀତିର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୃଷକଙ୍କ ଆୟ ବୃଦ୍ଧି, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଅଭିବୃଦ୍ଧି। ସେହିପରି କୃଷି ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ତଥା ଦେଶର ତ୍ୱରିତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ଅନ୍ୟତମ ଲକ୍ଷ୍ୟ। ସମୃଦ୍ଧି (Samridhi) ଅର୍ଥ ହେଲା ଏସ୍‌-ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳର ଉପଯୋଗ, ଏ- ଜଳବାୟୁ ସହ ଖାପ ଖୁଆଇବା, ଏମ୍‌-କୃଷି ଉତ୍ପାଦ ପାଇଁ ବଜାର(ଘରୋଇ ଓ ଆନ୍ତର୍ଜାତିକ), ଆର-ଉତ୍ପାଦନ ବୃଦ୍ଧି ନିଶ୍ଚିତ କରିବା ପାଇଁ ସମ୍ବଳ ସୁବିନିଯୋଗ, ଆଇ-ଉପଯୁକ୍ତ ଭିତ୍ତିଭୂମି ନିର୍ମାଣ, ଡି-ଅଧିକ ମୂଲ୍ୟଯୁକ୍ତ କୃଷି ଉତ୍ପାଦନର ପୃଥକୀକରଣ, ଏଚ୍‌-ମାନବ ସମ୍ବଳର ଉନ୍ନତି ଓ କୌଶଳ ବିକାଶ ଏବଂ ଆଇ- ଅନୁଷ୍ଠାନଗୁଡ଼ିକୁ ଶକ୍ତିଶାଳୀ କରିବା।
୩୬୦ ଡିଗ୍ରୀ ସଂସ୍କାର ଧର୍ମୀ ଲକ୍ଷ୍ୟରେ ଏହି କୃଷି ନୀତି କାର୍ଯ୍ୟକାରୀ ହେବ। ଏଥିରେ ଜଳବାୟୁ ପରିବର୍ତ୍ତନକୁ ବିଶେଷ ଧ୍ୟାନ ଦିଆଯାଇଛି। ଧାନ ସହିତ ଅଧିକ ମୂଲ୍ୟଯୁକ୍ତ ଶସ୍ୟ ଉତ୍ପାଦନ ଉପରେ ମଧ୍ୟ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏହି ନୀତିରେ କାଳିଆ ଯୋଜନା ଅନ୍ତର୍ଗତ ୧୮ରୁ ୫୦ ବର୍ଷର ଚାଷୀ ଓ କୃଷି ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କାର ଜୀବନ ବୀମା ସହିତ ୨ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ବ୍ୟବସ୍ଥା ରହିଛି। ସଫଳ କାଳିଆ ହିତାଧିକାରୀଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି। ଜଳବାୟୁ ପରିବର୍ତ୍ତନକୁ ଦେଖି ବିହନ, ସାର ଯୋଗାଣ ଉପରେ ମଧ୍ୟ ଏହି ନୂତନ କୃଷି ନୀତିରେ ଫୋକସ କରାଯାଇଛି।
ସେହିପରି ଉତ୍ତମ ଶାସନ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପାଇଁ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପଦୋନ୍ନତି ଦେବା ସକାଶେ ରାଜ୍ୟ ସରକାର ଓଡ଼ିଶା ବେସାମରିକ ସେବା(ଅଗ୍ରାଧିକାର ଭିତ୍ତିରେ ପଦୋନ୍ନତି) ନିୟମାବଳୀ-୨୦୧୯ କାର୍ଯ୍ୟକାରୀ କରିଛନ୍ତି। ଏହି ନିୟମ ପ୍ରଣୟନ ହେଲେ ବିଶେଷ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପାଇଁ ବ୍ୟାଚ କିମ୍ବା ଆବଣ୍ଟିତ ବର୍ଷକୁ ଅପେକ୍ଷା ନ କରି ପଦୋନ୍ନତି ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ସହିତ ଜନସେବା ପ୍ରତି ନିଷ୍ଠାପର ସେବା ପାଇଁ ୫-ଟି କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ଯେଉଁ ଅଧିକାରୀ ଓ କର୍ମଚାରୀ ଉତ୍ତମ ପ୍ରଦର୍ଶନ କରିବେ ସେମାନଙ୍କୁ ପୁରସ୍କୃତ କରାଯିବା ସହ ଆଗୁଆ ପଦୋନ୍ନତି ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଏହି ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଓଡ଼ିଶା ବେସାମରିକ ସେବା (ଅଗ୍ରାଧିକାର ଭିତ୍ତିରେ ପଦୋନ୍ନତି) ନିୟମାବଳୀ -୨୦୧୯ କାର୍ଯ୍ୟକାରୀ କରିଛନ୍ତି। ମଙ୍ଗଳବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୮ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?