Home

ଶ୍ରୀମନ୍ଦିରରେ ସରିଲା ଦେବ ଦୀପାବଳି ଉତ୍ସବ

ପୁରୀ ଅଫିସ, ୨୭ା୧୧: ଶ୍ରୀମନ୍ଦିରରେ ଶେଷ ହୋଇଛି ଦେବ ଦୀପାବଳି ଉତ୍ସବ। ବୁଧବାର ମାର୍ଗଶିର ଶୁକ୍ଲ ପ୍ରତିପଦା ତିଥିରେ ବସୁଦେବ ଓ ଦେବକୀ, ନନ୍ଦ ଓ ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଦୀପଦାନ କରିଛନ୍ତି ମହାପ୍ରଭୁ। ସନ୍ଧ୍ୟାଧୂପ ସରିବା ପରେ ଦେବ…

କର୍ନଓ୍ବାଲଙ୍କୁ ୭ ଉଇକେଟ: ଆଫଗାନିସ୍ତାନ ୧୮୭ରେ ଅଲଆଉଟ୍‌

ଲକ୍ଷ୍ନୌ, ୨୭।୧୧(ପି.ଟି.): ଅଫ୍‌ ସ୍ପିନର ରାଖିମ୍‌ କର୍ନଓ୍ବାଲଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ (୭/୭୫) ବଳରେ ଓ୍ବେଷ୍ଟଇଣ୍ଡିଜ୍‌ ଏଠାରେ ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ବଡ଼ ସ୍କୋର ହାସଲ କରିବାର ସୁଯୋଗ ଦେଇନାହିଁ। ସ୍ଥାନୀୟ ଭାରତ ରତ୍ନ ଶ୍ରୀ ଅଟଳ…

ବେଲି ଅଷ୍ଟ୍ରେଲିଆ କ୍ରିକେଟ ଚୟନକାର୍ତ୍ତା

ସିଡ୍‌ନୀ,୨୭।୧୧(ଏଏଫ୍‌ପି): ପୂର୍ବତନ ଟି୨୦ ଦଳର ଅଧିନାୟକ ଜର୍ଜ ବେଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ଚୟନକର୍ତ୍ତା ପଦରେ ବୁଧବାର ନିଯୁକ୍ତ ହୋଇଛନ୍ତି। ସେ ୩ ଜଣିଆ ଜାତୀୟ ଚୟନ କମିଟିରେ ଅବସରପ୍ରାପ୍ତ ଗ୍ରେଗ ଚାପେଲଙ୍କ ସ୍ଥାନ ନେଇଛନ୍ତି। ଟ୍ରେଭର ହୋନ୍ସଙ୍କ ଅଧ୍ୟକ୍ଷତାରେ ଚୟନ…

ଥମୁନି ଚାଷୀ ଅସନ୍ତୋଷ: ମଣ୍ଡିରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ୍‌,୨୭।୧୧: ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୨ଦିନ ବିତି ଯାଇଛି । ତଥାପି ଧାନ କିଣାବିକା ସ୍ବାଭାବିକ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥା ଚାଷୀଙ୍କ ପାଇଁ ଅଡ଼ୁଆ ସାଜିଛି । ଟୋକନ ପ୍ରଚଳନକୁ ବାଧ୍ୟତାମୂଳକ କରାଯାଇ…

ପାଣି ଓ ପାଇଖାନା ନ ଥାଇ ଚାଲିଛି ଅଙ୍ଗନୱାଡି: ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

ଚମ୍ପୁଆ, ୨୭ା୧୧(ଡି.ଏନ.ଏ.): ପ୍ରାକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅଙ୍ଗନୱାଡି ଗୁଡିକରେ ସରକାରଙ୍କ ପକ୍ଷରୁ ସମସ୍ତ ମୌଳିକ ସୁବିଧା କରାଯାଇ ପିଲାମାନଙ୍କର ଭବିଷ୍ୟତ ଗଢାଯାଉଥିବା ବେଳେ ଚମ୍ପୁଆ ଏନଏସି ଅନ୍ତର୍ଗତ ଧଳାଡିହି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ନଂ୧ ରେ ଏହାର ବିପରୀତ ବ୍ୟବସ୍ଥା…

ଥ୍ରେସର ମେଶିନ୍‌ରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ଯୋଡ଼ା ୨୭।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣିଡିହା ଗ୍ରାମରେ ମଙ୍ଗଳବାର ଧାନ ଅମଳ କରାଯାଉଥିବା ଥ୍ରେସର ମେସିନ୍‌ରେ ଚାପି ହୋଇ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଭୋର ସମୟରେ ଉକ୍ତ ଗ୍ରାମର ଶ୍ରମିକ ଚନ୍ଦ୍ର ମୁଣ୍ଡା (୪୦)…

ବାଇକ୍‌ ଡିକି ଭାଙ୍ଗି ୬୯ ହଜାର ଲୁଟ୍‌

ଯୋଡ଼ା, ୨୭।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରରେ ଥିବା ସୁଜୁକି ବାଇକ୍‌ ସୋରୁମ୍‌ ସମୁଖରୁ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ୬୯ ହଜାର ଟଙ୍କା ଲୁଟ୍‌ କରିନେଇଥିବା ଥାନାରେ ଅଭିଯୋଗ ହୋଇଛି। ମଙ୍ଗଳବାର ରାତି ୮ଟାରେ ବଡବିଲ ଅଞ୍ଚଳର ଦ୍ୱାରିକା…

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦସ୍ତଖତ ଅଭିଯାନ

ଭଦ୍ରକ ଅଫିସ, ୨୭।୧୧: ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବୁଧବାର ଯୁବଗୋଷ୍ଠୀ ଏକତ୍ର ହୋଇ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି। ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଯୁବଗୋଷ୍ଠୀ ପୁରୁଣା ଜିଲାପାଳଙ୍କ ଅଫିସ୍‌ଠାରୁ ଚାଲି ଚାଲି ବିଭିନ୍ନ ବର୍ଗର ଲୋକଙ୍କଠାରୁ ଦସ୍ତଖତ…

ପୁଣି ଭାବବିହ୍ବଳ ହେଲେ କୁମାରସ୍ବାମୀ

ମାଣ୍ଡ୍ୟା,୨୭।୧୧: ପୁଣି ଭାବବିହ୍ବଳ ହେଲେ କୁମାରସ୍ବାମୀ। ନିଜ ସମର୍ଥକଙ୍କୁ ସମ୍ବୋଧିତ କରିବା ସମୟରେ କାନ୍ଦି ପକାଇଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ। ସୂଚନାଯୋଗ୍ୟ, କର୍ନାଟକର ମାଣ୍ଡ୍ୟାରେ ଆୟୋଜିତ ଏକ ସଭାରେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ କୁମାରସ୍ବାମୀ। ସେହି ସମୟରେ…

ଲ୍ୟାପ୍‌ଟପ ବିସ୍ଫୋରଣରୁ କୋଠା ଜଳିଗଲା

ଗାଜିଆବାଦ,୨୭।୧୧: ରଖିଲେ ହରି ମାରିବ କିଏ। ଏହି ଉକ୍ତିଟି ସଫଳ ହୋଇଥିବା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗାଜିଆବାଦରେ। ରାଜନଗରର ନୋଏଡ଼ା ସେକ୍ଟର-୬୨ରେ ସଫ୍ଟୱେୟାର ଇଞ୍ଜିନିୟର ରାହୁଲ ସିଂହ ଓ ତାଙ୍କ ସ୍ତ୍ରୀ ରୁହନ୍ତି। ରାହୁଲ ଏକ ନେଟୱର୍କିଂ କମ୍ପାନୀରେ କାମ କରୁଥିବା…

ଗେଷ୍ଟହାଉସ୍‌ରେ ସେକ୍ସ ରାକେଟ ଠାବ: ୧୨ଜଣଙ୍କୁ ଉଠାଇନେଲା ପୋଲିସ

ଜଗତସିଂହପୁର ଅଫିସ,୨୭।୧୧: ସ୍ଥାନୀୟ ସିପି ଛକ ନିକଟ ଏକ ଗେଷ୍ଟ ହାଉସ୍‌ରେ ବୁଧବାର ଜଗତସିଂହପୁର ପୋଲିସ ସେକ୍ସ ରାକେଟ ଠାବ କରିଛି। ସେଠାରୁ ୬ଜଣ ମହିଳା ଓ ୬ଜଣ ପୁରୁଷଙ୍କୁ ପୋଲିସ ଉଠାଇ ନେଇଛି। ସେମାନଙ୍କ ନାମ, ଠିକଣା, ମୋବାଇଲ ନଂ,…

ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତବହୁଳ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆମକୁ ନାନା ରୋଗ ଗ୍ରାସ କରୁଛି। ସେଥିମଧ୍ୟରୁ ଅନ୍ୟତମ ହୃଦ(ହାର୍ଟ)ରୋଗ । ଯଦି ମେଦବହୁଳତା ଏବଂ ଡାଇବେଟିସ ଅଛି, ତେବେ ହାର୍ଟର ଯତ୍ନ ନେବା ଜରୁରୀ। ନଚେତ୍‌ ଏହା ଅସମୟରେ ଜୀବନ ନେଇଯାଇପାରେ। ଚିନ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri