୨୦ରୁ ଭଦ୍ରକରେ ଧାନକ୍ରୟ ଆରମ୍ଭ: ପ୍ରଚାର ଗାଡ଼ି ଉଦ୍ଘାଟନ କଲେ ବିଧାୟକ
ଭଦ୍ରକ ଅଫିସ,୧୬।୧୨: ଆସନ୍ତା ୨୦ ତାରିଖରୁ ଜିଲାରେ ଧାନକ୍ରୟ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଜିଲାରେ ସଚେତନତା ପାଇଁ ୭ଟି ପ୍ରଚାର ଗାଡ଼ିକୁ ସୋମବାର ବିଧାୟକ ପ୍ରଫୁଲ୍ଲ ସାମଲ ଉଦ୍ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଜ୍ଞାନରଞ୍ଜନ ଦାସ, ପିଡି ମଧୁସୂଦନ…
ତହସିଲ ସମ୍ମୁଖରେ ଗ୍ରାମବାସୀଙ୍କ ଆମରଣ ଅନଶନ
ବାସୁଦେବପୁର,୧୬।୧୨(ଡି.ଏନ୍.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତର କୁରୁଦା ଗ୍ରାମରେ ଏକ ପାଣିନାଳ ସଂଲଗ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ହେବା ପରେ ଜଳ ନିଷ୍କାସନରେ ପ୍ରତିବନ୍ଧକ ସାଜିଛି। ଏହାର ପ୍ରତିବାଦରେ ଗ୍ରାମବାସୀ ଆମରଣ ଅନଶନ କରିଛନ୍ତି।…
ପଛୁଆ ଚାଲି ବିରୋଧ ପ୍ରଦର୍ଶନ କଲେ ଚନ୍ଦ୍ରାବାବୁ
ଅମରାବତୀ,୧୬।୧୨: ତେଲ୍ଗୁ ଦେଶମ ପାର୍ଟି(ଟିଡିପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରାବାବୁ ନାଇଡୁ ସୋମବାର ଅମରାବତୀରେ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ଚନ୍ଦ୍ରାବାବୁ ଦଳୀୟ କର୍ମୀଙ୍କ ସହ ମିଶି ଓଲଟା…
ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କ ତାଲିକା ମାଗିଲେ ସରକାର
ଢାକା,୧୬।୧୨: ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କ ତାଲିକା ମାଗିଛନ୍ତି ବାଂଲାଦେଶ ସରକାର। ଯଦି କେହି ବାଂଲାଦେଶୀ ନାଗରିକ ଅବୈଧଭାବେ ଭାରତରେ ରହୁଥିବେ ତେବେ ଦେଶ ତାଙ୍କୁ ଫେରାଇ ନେବ ବୋଲି କହିଛନ୍ତି ସରକାର। ଭାରତର ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍ଆର୍ସି)କୁ ନେଇ…
ଅଚାନକ ସେବାଶ୍ରମରେ ପହଞ୍ଚିଲେ ମନ୍ତ୍ରୀ: ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ
ଦାରିଙ୍ଗବାଡ଼ି,୧୬।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ସ୍ଥାନୀୟ କନ୍ୟାଶ୍ରମରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ପ୍ରଧାନ ସେବକ ଅନୁପସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ…
ଆଜମ୍ ଖାଁଙ୍କୁ ଝଟ୍କା: ରଦ୍ଦ ହେଲା ଅବଦୁଲାଙ୍କ ବିଧାୟକ ପଦ
ଲକ୍ଷ୍ନୌ,୧୬।୧୨: ସମାଜବାଦୀ ପାର୍ଟି ଏମ୍ପି ଆଜମ୍ ଖାଁଙ୍କୁ ବଡ଼ ଝଟ୍କା ଲାଗିଛି। ସୋମବାର ଆହ୍ଲାବାଦ୍ ହାଇକୋର୍ଟ ତାଙ୍କ ପୁଅ ଅବଦୁଲା ଆଜମ୍ଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି। ସେ ସ୍ବାର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୭ରେ ନିର୍ବାଚନ ଲଢ଼ିବା ସମୟରେ…
ଦୁଇ ଶିଶୁଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର: ଜଣେ ମୃତ, ଜଣେ ଗୁରୁତର
ବାସୁଦେବପୁର/ପଦ୍ମପୁର,୧୬।୧୨(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୋମବାର କରଞ୍ଜ ଆଡ଼ିିଆ ଗ୍ରାମରେ ଏକ ଟ୍ରାକ୍ଟର ଦୁଇ ଶିଶୁଙ୍କ ଉପରେ ମାଡ଼ିଯିବାରୁ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶିଶୁ ଗୁରୁତର ହୋଇଛନ୍ତି। ମୃତ ଶିଶୁ ଜଣକ ଅଭୟ…
ସିଏଏ ଏବଂ ଏନ୍ଆର୍ସି ବିଭାଜନ ଅସ୍ତ୍ର ଭାବେ କାର୍ଯ୍ୟ କରିବ: ରାହୁଲ
ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର (ଏନ୍ଆର୍ସି) ଦେଶରେ ବିଭାଜନର ଅସ୍ତ୍ର ଭାବେ କାର୍ଯ୍ୟ କରିବ ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଟୁଇଟ୍ କରି ସୋମବାର କହିଛନ୍ତି। ଏହା ବିରୋଧରେ ଶାନ୍ତିପୂର୍ଣ୍ଣ ଏବଂ ଅହିଂସା ଭାବେ…
ଏଲ୍ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ପୁଞ୍ଚ,୧୬।୧୨: ପାକିସ୍ତାନ ପକ୍ଷରୁ ସୋମବାର ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଜମ୍ମୁ-କଶ୍ମୀର ପୁଞ୍ଚ ଜିଲା କ୍ରିଷ୍ଣା ଘାଟି ସେକ୍ଟରର ସୀମା ନିକଟରେ ପାକିସ୍ତାନ ସକାଳ ପ୍ରାୟ ୯ଟା ୪୫ ମିନିଟରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଖବର ମିଳିଛି। ମୋର୍ଟାର ମାଡ ସହ…
ବାବା ଆଖଣ୍ଡଳମଣିଙ୍କୁ ଧନୁମୁଆଁ ସମର୍ପଣ
ଆରଡ଼ି,୧୬।୧୨(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଧନୁସଂକ୍ରାନ୍ତି ଉପଲକ୍ଷେ ବାବା ଆଖଣ୍ଡଳମଣିଙ୍କୁ ଧନୁମୁଆଁ ସମର୍ପଣ କରାଯାଇଛି ା ସୋମବାର ଭୋର ୪.୩୦ରେ ମନ୍ଦିରରେ ପହୁଡ଼ ଖୋଲିବା ପରେ ବିଧି ଅନୁସାରେ ମଙ୍ଗଳ ଆଳତି କରାଯାଇ ସ୍ନାନ କରାଯାଇଥିଲା। ପରେ ବାବାଙ୍କୁ…
ସିଏଏ ହିଂସା: ଦିଲ୍ଲୀ, ପଶ୍ଚିମବଙ୍ଗ ପରେ ଏବେ ଲକ୍ଷ୍ନୌକୁ ବ୍ୟାପିଲା
ଲକ୍ଷ୍ନୌ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସା ଏବେ ଦେଶର ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ଏନେଇ ବ୍ୟାପକ ପୋଡ଼ାଜଳା ହୋଇଛି। ଏବେ ଏହା ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌକୁ ବ୍ୟାପିଛି। ସୋମବାର ଲକ୍ଷ୍ନୌର ନଦଓ୍ବା…
୧୫ବର୍ଷରୁ ଅବୈଧ ଭାବେ ଲକ୍ଷ୍ନୌରେ ରହୁଥିବା ପାକିସ୍ତାନୀ ମହିଳାଙ୍କ ନାଁରେ ମାମଲା
ଲକ୍ଷ୍ନୌ,୧୬।୧୨: ନାଗରିକତା ସଂଶୋଧନ ଆଇନକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାରି ଭିତରେ ୧୫ ବର୍ଷରୁ ଅବୈଧ ଭାବେ ଲକ୍ଷ୍ନୌରେ ରହୁଥିବା ପାକିସ୍ତାନର ଜଣେ ମହିଳାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଗୁଇନ୍ଦା ବିଭାଗର ରିପୋର୍ଟ ଅନୁସାରେ ଏହି…
Archives


