ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ପାଣ୍ଠି: ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ପୁରୀ ଅଫିସ,୧୦ା୧: ମହାପ୍ରଭୁଙ୍କ କର୍ପସ ପାଣ୍ଠିକୁ ଘରୋଇ ବ୍ୟାଙ୍କରେ ରଖାଯିବାକୁ ନେଇ ଆରମ୍ଭ ହୋଇଛି ଘଣ୍ଟାଚକଟା। ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଅର୍ଥ ସବ୍‌ କମିଟିକୁ ଅନ୍ଧାରରେ ରଖି ଏପରି କରାଯାଇଛି। ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପରିଚାଳନା କମିଟି ସଦସ୍ୟ। ସେହିପରି ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ସେମାନେ ସୁପ୍ରିମ୍‌କୋର୍ଟ ଯିବାକୁ ଧମକ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କାହିଁକି ଏବଂ କେଉଁ ପରିସ୍ଥିତିରେ ଏପରି କରାଯାଇଛି ସେ ନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି।
ମହାପ୍ରଭୁଙ୍କ କର୍ପସ ପାଣ୍ଠି ଏବଂ ହୁଣ୍ଡି ଟଙ୍କା ମିଶାଇ ପ୍ରାୟ ୬୦୦ କୋଟି ଟଙ୍କା ଏକ ଘରୋଇ ବ୍ୟାଙ୍କରେ ରଖାଯାଇଛି। ଏକାବେଳେ ଏତେ ଟଙ୍କା ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ କାହିଁକି ଜମା କରାଗଲା ତାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତ ୨୦ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏ ନେଇ ହୋ ହଲ୍ଲା ହୋଇଥିଲା। ମହାପ୍ରଭୁଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ ରଖାଯାଇଥିବା ଶୁଣିବାକୁ ମିଳୁଛି ବୋଲି ସଦସ୍ୟ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର କହିବା ସହ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଚାହିଁଥିଲେ। ଏହାପରେ ମହାପ୍ରଭୁଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ ରଖାଯାଇଥିବା ଜଣାପଡ଼ିିଥିଲା।
ପରିଚାଳନା କମିଟି ଅନୁମୋଦନ ବିନା ଏବଂ ଅର୍ଥ ସବ୍‌ କମିଟିର କିଛି ସଦସ୍ୟ ଜାଣି ନ ଥିବାବେଳେ କିପରି ଏତେ ଟଙ୍କା ଘରୋଇ ବ୍ୟାଙ୍କରେ ରଖାଗଲା। ପୂର୍ବରୁ ଜାତୀୟକରଣ ବ୍ୟାଙ୍କରେ ଟଙ୍କା ଜମା କରାଯାଉଥିବାବେଳେ ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାକୁ କିଏ ଅନୁମୋଦନ ଦେଲା ବୋଲି ପ୍ରଶ୍ନ ଉଠିଥିଲା। ପରିଚାଳନା କମିଟିରେ ଏହି ପ୍ରସଙ୍ଗ ଉଠିବା ପରେ ହରଡ଼ଘଟଣାରେ ପଡିଥିଲେ ଘରୋଇ ବ୍ୟାଙ୍କରେ ଟଙ୍କା ରଖିଥିବା ଅଧିକାରୀ। ବୈଠକର ୪ ଦିନ ପରେ ଅର୍ଥାତ୍‌ ଡିସେମ୍ବର ୨୪ରେ ସାନି ଟେଣ୍ଡର ଆହ୍ବାନ କରାଯାଇଛି। ଏଥିରେ ୧୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଭାଗନେବା ପାଇଁ ଚିଠି କରାଯାଇଛି। ତେବେ ଯେଉଁ ବ୍ୟାଙ୍କକୁ ନେଇ ବିବାଦ ଉପୁଜିଛି ସେହି ବ୍ୟାଙ୍କକୁ କିନ୍ତୁ ଏଥିରେ ସାମିଲ କରାଯାଇ ନ ଥିବାରୁ ସନ୍ଦେହ ଦୃଢୀଭୂତ ହେବାରେ ଲାଗିଛି।
ଏହି ଘଟଣା ଜଣାପଡ଼ିିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ପାଣ୍ଠିକୁ ସୁରକ୍ଷା ଦେବା ଦାୟିତ୍ୱ ରାଜ୍ୟ ସରକାରଙ୍କର। ରତ୍ନଭଣ୍ଡାର ଭଳି ପାଣ୍ଠି ପ୍ରସଙ୍ଗରେ ସରକାର ନୀରବ ରହିବା ସନ୍ଦେହକୁ ଅଧିକ ରହସ୍ୟଜନକ କରୁଛି। ମହାପ୍ରଭୁଙ୍କ ପାଣ୍ଠି ଘରୋଇ ବ୍ୟାଙ୍କରେ ରଖିବା ଯୁକ୍ତି କ’ଣ ସେ ନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି। ସେହିପରି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ପରିଚାଳନା କମିଟିକୁ ଅନ୍ଧାରରେ ରଖାଯାଇ ଏଭଳି କରାଯିବା ପଛରେ ନିଶ୍ଚିତ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି। ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ୬୦୦ କୋଟି ଟଙ୍କା ରଖିବା କେତେଦୂର ସୁରକ୍ଷିତ ତାହା ପ୍ରଥମେ ଚିନ୍ତା କରାଯିବା କଥା। ତେବେ ଭକ୍ତ ସମାଜକୁ ଏ ନେଇ ସନ୍ତୋଷଜନକ ଉତ୍ତର ଦିଆଯିବା ଦରକାର। କାହିଁକି ଟଙ୍କା ରଖାଯାଇଛି ଏବଂ ଏହା ସୁରକ୍ଷିତ ତ ସେ ନେଇ ସ୍ପଷ୍ଟ ଉତ୍ତର ନ ମିଳିଲେ ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଯିବ ବୋଲି ବିନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri