Home

ପୋଡାଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷ

ମୁନିଗୁଡ଼ା, ୨୧।୧୧(ଡି.ଏନ୍‌.ଏ.)- ଅପରେଶେନ ଗ୍ରୀନ ଡାଇମଣ୍ଡର ଦିତୀୟ ଦିନରେ ରାୟଗଡ଼ାର ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁରରେ ୫୬ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ପୋଡାଯାଇଛି। ବୁଧବାର ମଧ୍ୟ ୨୬ ଏକର ଜମିର ଗଞ୍ଜେଇ…

କେନ୍ଦ୍ର ବିରୋଧରେ କଂଗ୍ରେସର ବିଶାଳ ସମାବେଶ

ଫୁଲବାଣୀ ଅଫିସ, ୨୧ା୧୧-କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଗୁରୁବାର ଫୁଲବାଣୀରେ ବିଶାଳ ସମାବେଶ କରାଯାଇଛି । ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଫଳତା ଦର୍ଶାଇ ଦଳୀୟ କର୍ମୀମାନେ ସହରରେ ଶୋଭାଯାତ୍ରା କରିଛନ୍ତି। ପରେ ଏକ ଦାବିପତ୍ର ଜିଲା ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କ…

ଛତ୍ରପୁର ହସ୍ପିଟାଲରେ ଟ୍ୟୁମର ଅପରେଶନ ହେଲାନି: ନିରାଶରେ ଘରକୁ ଫେରିଲେ ସୀତାମ୍ମା

ଛତ୍ରପୁର,୨୧ା୧୧(ଡି.ଏନ୍‌.ଏ.)-ଛତ୍ରପୁର ହସ୍ପିଟାଲରେ ଟ୍ୟୁମର ଅପରେଶନ ନ ହେବାରୁ ଜଣେ ମହିଳା ଗୁରୁବାର ନିରାଶରେ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଆନାସ୍ଥେସିଆ ବିଶେଷଜ୍ଞ ନ ଥିବାରୁ ତାଙ୍କୁ ଫେରାଇ ଦିଆଯାଇଛି। ଆନାସ୍ଥେସିଆ ଡାକ୍ତର ନ ଥିଲେ ଅନ୍‌ କଲ୍‌ରେ ଆଣି ଅପରେଶନ କରାଇବା…

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ: ନିରପେକ୍ଷ ତଦନ୍ତ ଦାବି କଲା ଭାଜପା ମହିଳା ମୋର୍ଚ୍ଚା

ହିଞ୍ଜିଳିକାଟୁ,୨୧ା୧୧(ଡି.ଏନ୍‌.ଏ): ହିଞ୍ଜିଳି ଥାନା ଅଞ୍ଚଳରେ ଗତ ଶନିବାର ଜଣେ ୧୦ବର୍ଷୀୟ ନାବାଳିକାଙ୍କୁ ନିଜ ଦୋକାନରେ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେ ହେଲେ ଦେବରାଜ ପାଣିଗ୍ରାହୀ(୬୫)। ହିଞ୍ଜିଳିକାଟୁ ଡାକ୍ତରଖାନାରେ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଥିବା ବେଳେ ପୋଲିସ ହେପାଜତରେ…

ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ପୁରୀ ଅଫିସ, ୨୦ା୧୧ :  ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଗୁରୁବାର ଶିଶୁ ସମାଚାର ପକ୍ଷରୁ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ ହୋଇଯାଇଛି। ଆଇନଜୀବୀ ଶରତ ରାୟଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ଆଇନସେବା ପ୍ରାଧିକରଣ ସଚିବ ଅମରେଶ ମହାପାତ୍ର…

ଋଣ ଦେବା ନାଁରେ ଅର୍ଥ ହଡ଼ପ ଅଭିଯୋଗ

ରୂପ୍‌ସା, ୨୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ହାତିଆଡ଼ିହା ଗ୍ରାମବାସୀଙ୍କୁ ଋଣ ଯୋଗାଇ ଦେବା ନାଁରେ ‘ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌’ ସଂସ୍ଥା ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି। ସଂସ୍ଥାର ଶାଖା ପରିଚାଳକ ବିଜୟ କୁମାର ନାୟକ ଓ ଡେଭେଲପମେଣ୍ଟ…

ନିମ୍ନମାନର ଓପିଡ଼ି ଗୃହ ନିର୍ମାଣ ଘଟଣା: ଅଭିଯୋଗ ପରେ ମରାମତି ଆରମ୍ଭ

ରୂପ୍‌ସା, ୨୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଓପିଡ଼ି (ଆଉଟ୍‌ଡୋର ପେସେଣ୍ଟ ଡିପାର୍ଟମେଣ୍ଟ) ଗୃହର ମରାମତି କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି। ସ୍ଥାନୀୟ ସଚେତନ ନାଗରିକ ଏହି ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ କରିବା ପରେ…

ଭଣ୍ଡାରିପୋଖରୀ ସ୍ବାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ଟିମ୍‌

ଭଣ୍ଡାରିପୋଖରୀ, ୨୧।୧୧ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ କାୟାକଳ୍ପ ଟିମ୍‌ ଗସ୍ତ କରି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି। ଭୁବନେଶ୍ୱର ଟିମ୍‌ ସଦସ୍ୟ ଡ. ଅଞ୍ଜନା ପଣ୍ଡା, ତୃପ୍ତି ମିଶ୍ର, ଭଦ୍ରକରୁ ଡିପିଏମ୍‌ ସରିତା ମହାପାତ୍ର, ଡିଏମ୍‌ଆର୍‌ସିଏଚ୍‌…

ସରକାର ଗଠନ ପାଇଁ ଅଣ୍ଟାଭିଡ଼ା: ଶୁକ୍ରବାର ଶିବସେନା-ଏନ୍‌ସିପି-କଂଗ୍ରେସ ବୈଠକ

ମୁମ୍ବାଇ,୨୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ। ଏନେଇ ଶୁକ୍ରବାର ଏହି ତିନି ଦଳଙ୍କ ମଧ୍ୟରେ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦ଟା ୩୦ରେ ମାତୋଶ୍ରୀରେ ସମସ୍ତ ବିଧାୟକ ବୈଠକରେ ଯୋଗଦେବେ। ସେହିପରି…

ବିଏମ୍‌ଡବ୍ଲ୍ୟୁ, ମର୍ସିିଡିଜ୍‌କୁ ପଛରେ ପକାଇଦେବ ଏହି ଜେସିବି, ଘଣ୍ଟା ପ୍ରତି ବେଗ କେତେ ଜାଣନ୍ତୁ…

ଜେସିବିର ବ୍ୟବହାର ପ୍ରାୟ ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ। ଏହା ଖୁବ୍‌ ଧୀର ଗତିରେ ଚାଲିଥାଏ ବୋଲି ଜାଣିଛେ। କିନ୍ତୁ ମାର୍ଟିନ୍‌ ନାମକ ଜଣେ ବ୍ୟକ୍ତି ଜେସିବିକୁ ଏତେ ଦ୍ରୁତଗତିରେ ଚଳାଇଛନ୍ତି ଯେ, ବିଏମ୍‌ଡବ୍ଲ୍ୟୁ ଏବଂ ମର୍ସିଡିଜ୍‌ ବି ପଛରେ ପଡ଼ିଯିବେ।…

ସରିଛି ବାଲିଯାତ୍ରା, ହେଲେ ଭରିନି ମନ

କଟକ ଅଫିସ, ୨୧।୧୧: ସରିଛି ବାଲିଯାତ୍ରା, ହେଲେ ଭରିନି ମନ। ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଥିଲେ ହେଁ ମହାନଦୀ ପଠା ଚଳଚଞ୍ଚଳ ରହିଛି। ଗୁରୁବାର ବାଲିଯାତ୍ରା ତଳ ପଡ଼ିଆରେ ଗୃହ ଉପକରଣ, ସାଜସଜ୍ଜା ସାମଗ୍ରୀ ଆଦି କିଣିବା ଲାଗି…

ଡିସେମ୍ବରରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ : କର୍ଲାମୁଣ୍ଡାରେ ଡ୍ରାଇଭିଂ ଲାଇସେନ୍‌ସ କ୍ୟାମ୍ପ ଦାବି କଲେ ବାସିନ୍ଦା

କର୍ଲାମୁଣ୍ଡା,୨୧।୧୧(ଡି.ଏନ୍‌.ଏ.): ଆସନ୍ତା ଡିସେମ୍ବରରୁ କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ। ମାତ୍ର କଳାହାଣ୍ଡି ଜିଲା ସଦରମହକୁମାଠାରୁ ପ୍ରାୟ ୯୦କିମି ଦୂରରେ ଥିବା କର୍ଲାମୁଣ୍ଡା ବ୍ଲକ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଏହି ବ୍ଲକରେ ସ୍ବତନ୍ତ୍ର କ୍ୟାମ୍ପ୍‌ କରାଯିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri