ସାଢ଼େ ଚାରି କୋଟି ଓଡ଼ିଆ ମୋ ପରିବାର, ସେମାନଙ୍କୁ ସମସ୍ତ ସୁଖ ସୁବିଧା ମିଳୁ ବୋଲି ମୁଁ ଚାହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୧(ବ୍ୟୁରୋ): ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର। ସେମାନଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିବା ଲାଗି କାମ କରିବା ଉଚିତ। ଆମ ସରକାର ଉପରେ ଜନସାଧାରଣଙ୍କ ଅତୁଟ ଆଶା ଓ ବିଶ୍ୱାସ ରହିଛି। ସାଧାରଣ ଲୋକଙ୍କ ଇଚ୍ଛା, ବିଶ୍ୱାସକୁ ଚରିତାର୍ଥ କରିବା ଆମର ପ୍ରମୁଖ କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶୁକ୍ରବାର ଭୁବନେଶ୍ୱର ଲୋକ ସେବା ଭବନରେ ଆୟୋଜିତ ଆଇଏଏସ୍‌ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ବିଶେଷକରି ”ମୋ’ ସରକାର“ ଏବଂ ”୫-ଟି“କୁ ବ୍ୟାପକ ଓ ସଫଳ କରିବା ଲାଗି ସେ ଜିଲାପାଳଙ୍କୁ କହିଛନ୍ତି।

ନବନିର୍ମିତ ସମ୍ମିଳନୀ କକ୍ଷରେ ନବୀନ ବରିଷ୍ଠ ପ୍ରଶାସକ ଏବଂ ଜିଲାପାଳମାନଙ୍କୁ ମାର୍ଗଦର୍ଶନ କରି କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର ଅଛି। ସେମାନଙ୍କ ଆଶୀର୍ବାଦରେ ମୁଁ ଗତ ୨୦ ବର୍ଷ ଧରି ସେମାନଙ୍କ ସେବା କରୁଛି। ଆମ ସମସ୍ତଙ୍କ ପାଇଁ ନିଜ ନିଜ ପରିବାର ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତେ ନିଜ ନିଜ ପିଲାଙ୍କୁ ଭଲ ପଢ଼ାଇବାକୁ ଚେଷ୍ଟା କରୁ। ଆମ ନିଜ ଭାଇ, ଭଉଣୀ ଭଲ ଚାକିରି କରନ୍ତୁ, ମାବାପା ଭଲ ସ୍ବାସ୍ଥ୍ୟ ସୁବିଧା ପାଆନ୍ତୁ ବୋଲି ଆମେ ଚାହୁଁ। ସେହିଭଳି ମୁଁ ମୋ ପରିବାରର ସମସ୍ତଙ୍କୁ ସୁଖ ସୁବିଧା ମିଳୁ ବୋଲି ଚାହେଁ। ଏଣୁ ଲୋକଙ୍କୁ ସର୍ବଶ୍ରେଷ୍ଠ ସେବା ପ୍ରଦାନ କରିବା ଆମର ପ୍ରମୁଖ କର୍ତ୍ତବ୍ୟ ହେବା ଉଚିତ। ଲୋକମାନେ ହିଁ ଗଣତନ୍ତ୍ରର ଆତ୍ମା। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମର୍ଯ୍ୟାଦା ଦିଅନ୍ତୁ ବୋଲି ସେ କହିଥିଲେ। ଏଥିସହ ଉପସ୍ଥିତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇବା ସହ କିଛି ଯୁଗାନ୍ତକାରୀ ଆଇଡିଆ ଦେବାକୁ ଆହ୍ବାନ କରିଛନ୍ତି। ଏମିତି ଆଇଡିଆ ଦିଅନ୍ତୁ, ଯାହା ଗେମ୍‌ ଚେଞ୍ଜର ହେବ ବୋଲି ସେ କହିଛନ୍ତି।

ଏହି ସମ୍ମିଳନୀରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ସହ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟବୃନ୍ଦ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ, ଜିଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଖିମୁଠି ଅନୁକୂଳ କଲେ ପ୍ରଣବ

ସମ୍ବଲପୁର,୧୦ା୫: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲା ରେଙ୍ଗାଲି ଢୋରୋପାଣିରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ...

ରାଜ୍ୟବାସୀଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୫: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି,...

ଅକ୍ଷୟ ତୃତୀୟା ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୫: ଆଜି ହେଉଛି ଅକ୍ଷୟ ତୃତୀୟା। ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ସମର୍ପଣ ଓ ଭକ୍ତିଭାବପୂର୍ବକ ପାରମ୍ପରିକ ରୀତିରେ କୃଷକ ତଥା ଲୋକମାନଙ୍କ ଦ୍ୱାରା...

ବିଜେଡିର ନିର୍ବାଚନୀ ଇସ୍ତାହାରକୁ କଟାକ୍ଷ କଲେ ଧର୍ମେନ୍ଦ୍ର, କହିଲେ…

ଭୁବନେଶ୍ୱର,୧୦।୫: ବିଜେଡିର ନିର୍ବାଚନୀ ଇସ୍ତାହାରକୁ ନେଇ କଟାକ୍ଷ କଲେ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି, ବିଜେଡି ଇସ୍ତାହାରରେ କିଛି ନୂଆ ନାହିଁ , ଭାଜପାର ଇସ୍ତାହାରକୁ...

୬ ଦିନ ଝଡ଼ବର୍ଷା; ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦।୫(ଅନୁରାଧା ମହାରଣା)- ରାଜ୍ୟର ଅଧାରୁ ଅଧିକ ଜିଲାରେ କାଳ ବୈଶାଖୀ ପ୍ରଭାବରେ ତାତିରୁ ଆଶ୍ୱସ୍ତି ମିଳିଛି। ୩ଟି ସହରକୁ ବାଦଦେଲେ ସମଗ୍ର ଓଡ଼ିଶାରେ ତାପମାତ୍ରା ଗୁରୁବାର...

ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ ଶୋ’:ଏତିକି ବେଳୁ ଆରମ୍ଭ ହେବ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର, ୧୦।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ରାତି ୮ଟା ୩୦ରେ ଏକ...

ବିରୋଧୀଙ୍କ ଉପରେ ଭାରି ପଡିପାରେ ୧୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ BSKY ଯୋଜନା

ଭୁବନେଶ୍ୱର,୧୦ା୫: ଉପଭୋକ୍ତାଙ୍କୁ ୧୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ କୃଷି କ୍ଷେତ୍ରକୁ ମାଗଣା ବିଜୁଳି। ବିଏସକେୱାୟୀ ଯୋଜନାରେ ସରକାରୀ ଚାକିରିଆ ଓ ମଧ୍ୟବିତ୍ତ ପରିବାରଙ୍କୁ ସାମିଲ।...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri