ରାଜସ୍ବ ମନ୍ତ୍ରୀଙ୍କ ନଗଡ଼ା ଗସ୍ତ
କାଳିଆପାଣି,୧୦ା୧(ଡିଏନଏ): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାର ସକାଳେ ନଗଡ଼ା ଗସ୍ତ କରି ସେଠାକାର ସ୍ଥିତି ପରିଖି ଥିଲେ। ବୁଧବାର କାଳିଆପାଣିରେ ଚାଲିଥିବା ସୌରିକ ମହୋତ୍ସବ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖଣି ନିଗମ ଅତିଥିଶାଳାରେ ରାତ୍ରିଯାପନ କରିଥିଲେ। ରାଜସ୍ବ ମନ୍ତ୍ରୀ…
ଯାଜପୁର ଆରଡବ୍ଲ୍ୟୁଏସ୍ଏସ୍ ବିଭାଗ: ବଡ଼ବଡ଼ିଆଙ୍କ ଇଙ୍ଗିତରେ ଆତ୍ମସାତ୍
ଯାଜପୁର ଅଫିସ,୧୦ା୧: ଯାଜପୁର ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍ଏସ୍) ବିଭାଗରେ ତିତ୍ଲି ଓ ଫନୀ ବାତ୍ୟା ନାମରେ ହୋଇଥିବା ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ ୧କୋଟି ୯୦ଲକ୍ଷ ୮୫ହଜାର ଟଙ୍କା ଆତ୍ମସାତ୍ ହୋଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା…
ଘରୋଇ ଜମିରେ ଆମ ଗାଁ ଆମ ବିକାଶ ଗୃହ ନିର୍ମାଣକୁ ନେଇ ବିବାଦ: ଅଭିଯୋଗ ସତ୍ତ୍ୱେ ନିଆଯାଉନି କାର୍ଯ୍ୟାନୁଷ୍ଠାନ
ରସୁଲପୁର,୧୦ା୧(ଡି.ଏନ୍.ଏ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଂଚାୟତର ଇଚ୍ଛାପୁର ଗ୍ରାମରେ ଆମ ଗାଁ ଆମ ବିକାଶ ଅର୍ଥ ବିନିଯୋଗ କରି ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଉଛି। ଉକ୍ତ ନିର୍ମାଣ କାର୍ଯ୍ୟ ଘରୋଇ ଜମିରେ କରାଯାଉଛି ବୋଲି ଜମିର…
ବିଦ୍ୟାଳୟ ଖେଳପଡିଆରେ ପଞ୍ଚାୟତ କାର୍ଯ୍ୟାଳୟର ଗୃହ ନିର୍ମାଣକୁ ବିରୋଧ
ଖଣ୍ଡପଡ଼ା,୧୦ା୧(ସ୍ବ.ପ୍ର.): ଖଣ୍ଡପଡା ବ୍ଲକର ଏକ ବିଦ୍ୟାଳୟ ଖେଳ ପଡିଆରେ ପଞ୍ଚାୟତ କାର୍ଯ୍ୟାଳୟର ଗୃହ ନିର୍ମାଣକୁ ସ୍ଥାନୀୟ ଅଧିବାସୀ ବିରୋଧ କରିଛନ୍ତି। ପ୍ରକାଶ ଯେ, ରାଜ୍ୟରେ ନୂତନ ପଞ୍ଚାୟତ ଗଠନ ପାଇଁ ଘୋଷଣା ହେବା ପରେ ଖଣ୍ଡପଡା ବ୍ଲକ କୋସକା ପଞ୍ଚାୟତରୁ ଅଲଗା…
ରାସ୍ତାପାର୍ଶ୍ୱରୁ ନବଜାତ ଶିଶୁକନ୍ୟା ଉଦ୍ଧାର
ଛତିଆ,୧୦।୧(ଡି.ଏନ୍.ଏ.): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ଦର୍ପଣ କଳକଳା ପୂର୍ତ୍ତ ବିଭାଗ ରାସ୍ତା ତିଳପଦା ନିକଟରେ ଶୁକ୍ରବାର ସକାଳୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଉକ୍ତ ଶିଶୁକନ୍ୟାକୁ କେହି ରାସ୍ତାପାର୍ଶ୍ୱରେ ଫିଙ୍ଗି ଦେଇ ଚାଲି ଯାଇଥିବା ସମ୍ପର୍କରେ ସ୍ଥାନୀୟ…
ଯୁକ୍ତ୨ କଲେଜଗୁଡ଼ିକୁ କଡ଼ା ଚେତାବନୀ: ସିସିଟିଭି ନ ଲଗାଇଲେ ପରୀକ୍ଷାକେନ୍ଦ୍ର ବନ୍ଦ
ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଜାନୁୟାରୀ ୨୭ରୁ ଯୁକ୍ତ୨ ପ୍ରାକ୍ଟିକାଲ ଏବଂ ମାର୍ଚ୍ଚ ୩ରୁ ଥିଓରି ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହାପୂର୍ବରୁ ପରୀକ୍ଷାକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସଜାଡ଼ିବାକୁ କଡ଼ା ଚେତାବନୀ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)। ଚଳିତବର୍ଷ ସମସ୍ତ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଇବା…
ଆଜି ମହାପ୍ରଭୁଙ୍କ ସୁନାବେଶ
ପୁରୀ ଅଫିସ,୧୦ା୧: ଶୁକ୍ରବାର ପବିତ୍ର ପୌଷ ପୂର୍ଣ୍ଣମୀ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ହେବ। ରତ୍ନସିଂହାସନରେ ବିରାଜିତ ଦାରୁବିଗ୍ରହ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ପୌରାଣିକ ତଥ୍ୟ ଅନୁଯାୟୀ, ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ…
ଜେଏନ୍ୟୁ ଛାତ୍ରଙ୍କ ଉପରେ ପୋଲିସର ଲାଠିଚାଳନା
ନୂଆଦିଲ୍ଲୀ,୧୦ା୧: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ର ଛାତ୍ରୀଛାତ୍ର, ଶିକ୍ଷକ ଓ ସାମାଜିକ କର୍ମୀମାନେ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଥିବାବେଳେ ସେମାନଙ୍କୁ ଘଉଡାଇବାକୁ ଯାଇ ପୋଲିସ ଲାଠିଚାଳନା କରିଛି। ଅନେକଙ୍କୁ ଦିଲ୍ଲୀ ପୋଲିସ ଅଟକ…
ପରଲୋକରେ ପାରଳା ମହାରାଜା
ଭୁବନେଶ୍ୱର/ପାରଳାଖେମୁଣ୍ଡି,୧୦।୧(ବ୍ୟୁରୋ/ସ୍ବ.ପ୍ର.): ପାରଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଶୁକ୍ରବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା। ୨୦୧୬ରୁ ପାରଳା ମହାରାଜାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ତେଣୁ ତାଙ୍କୁ ପ୍ରଥମେ ଚେନ୍ନାଇସ୍ଥିତ ଆପୋଲୋ…
ଟ୍ରମ୍ପ୍ଙ୍କ ପକ୍ଷଚ୍ଛେଦନ ପାଇଁ ଆମେରିକା କଂଗ୍ରେସର ଉଦ୍ୟମ
ଓ୍ବାଶିଂଟନ,୧୦।୧: ଆମେରିକା ଓ ଇରାନ ପ୍ରତ୍ୟକ୍ଷ ଯୁଦ୍ଧରୁ ଛଘୁଞ୍ଚା ଦେଇଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ୍ ନିଜ ଦେଶରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଯୁଦ୍ଧ କ୍ଷମତାକୁ ନେଇ ବିତର୍କ ଜୋର ଧରିଛି। ଆମେରିକା ଯୁଦ୍ଧକ୍ଷମତା ଆଇନ ଅନୁଯାୟୀ ଯୁଦ୍ଧ ଘୋଷଣାକୁ କଂଗ୍ରେସ ବୈଧାନିକ…
ପଦୋନ୍ନତି ଅଦାଲତ ଗଠନ କଲେ ସରକାର: ଠିକ୍ ସମୟରେ ପ୍ରକ୍ରିୟା ସାରିବାକୁ ଗୁରୁ
ଭୁବନେଶ୍ୱର,୧୦ା୧(ବ୍ୟୁରୋ)- ରାଜ୍ୟ ସରକାର କର୍ମଚାରୀଙ୍କ ପଦୋନ୍ନତି ସମସ୍ୟା ସମାଧାନ ପାଇଁ ‘ପଦୋନ୍ନତି ଅଦାଲତ’ ଗଠନ କରିବାର ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ) ପକ୍ଷରୁ ଗୁରୁବାର ଗଣମାଧ୍ୟମକୁ ଅବଗତ କରାଯାଇଛି। ନିକଟରେ ସରକାର ବିଭିନ୍ନ ବର୍ଗର କର୍ମଚାରୀ ଯେପରି ଠିକ୍ ସମୟରେ…
ବହିର୍ବ୍ୟାପାର ବିଭାଗୀୟ ପରାମର୍ଶ କମିଟିରେ ସସ୍ମିତ
ଭୁବନେଶ୍ୱର,୧୦ା୧(ବ୍ୟୁରୋ): ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ବହିର୍ବ୍ୟାପାର ମନ୍ତ୍ରଣାଳୟର ବିଭାଗୀୟ ପରାମର୍ଶ କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ କମିଟିରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଅଧ୍ୟକ୍ଷ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିରେ ଶଶି…
Archives


