ବସ୍‌ଷ୍ଟାଣ୍ଡରେ ମିଳିବ ଶପିଂ ମଲ୍‌, ମଲ୍ଟିପ୍ଲେକ୍ସ ସୁବିଧା

ଭୁବନେଶ୍ୱର, ୫ା୨(ବ୍ୟୁରୋ):  ରାଜ୍ୟର ସମସ୍ତ ବସ୍‌ଷ୍ଟାଣ୍ଡଗୁଡ଼ିକର ଉନ୍ନତୀକରଣ ହେବ। ସେଠାରେ ଶପିଂ ମଲ୍‌ କରାଯିବାକୁ ଯୋଜନା ଥିବାବେଳେ ଆବଶ୍ୟକସ୍ଥଳେ ବଡ଼ ବସ୍‌ଷ୍ଟାଣ୍ଟଗୁଡ଼ିକରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା ମଧ୍ୟ କରାଯିବ। ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବାକୁ ଲକ୍ଷ୍ୟ ରଖି ବସ୍‌ଷ୍ଟାଣ୍ଡଗୁଡ଼ିକରେ ଏଭଳି ଅତ୍ୟାଧୁନିକ ସୁବିଧାସୁଯୋଗ ଯୋଗାଇ ଦିଆଯିବ। ଏଥିସହ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଥିବା ଓଏସ୍‌ଆର୍‌ଟିସି ବସ୍‌ ସଂଖ୍ୟା ବଢ଼ାଯିବା ସହ ସେଥିରେ ଆବଶ୍ୟକ ସମସ୍ତ ବ୍ୟବସ୍ଥା ରହିବ। ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଚାଲୁଥିବା ‘ମୋ ବସ୍‌’ ପରି ଓଏସ୍‌ଆରଟିସିର ବସ୍‌ଗୁଡ଼ିକରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ, ଆଇନ, ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
‘ମୋ ବସ୍‌’ ସେବା ଯୋଗାଉଥିବା କ୍ରୁଟ୍‌ ଏବଂ ଜର୍ମାନୀ ସଂସ୍ଥା ଜିଆଇଜେଡ୍‌ର ମିଳିତ ଉଦ୍ୟମରେ ଓଡ଼ିଶାର ପରିବହନ ସେବାର ସୁଗମ ପରିଚାଳନାକୁ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ କାର୍ଯ୍ୟକ୍ରମ ‘ମୋବିଲଗ୍‌’ ଆରମ୍ଭ ହୋଇଛି। ବୁଧବାର ଭିଏସ୍‌ଏସ୍‌ନଗରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଜେନା କହିଲେ, ‘ମୋ ବସ’ ଭଲ ସେବା ଯୋଗାଇ ଖୁବ୍‌ କମ୍‌ ଦିନରେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିଛି। ଆଗାମୀ ଦିନରେ ମୋ ବସ୍‌ ପରି ଓଏସ୍‌ଆର୍‌ଟିସି ସେବାକୁ ମଧ୍ୟ ଅଧିକ ସମୃଦ୍ଧ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ।
କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଥିଲେ, ବର୍ତ୍ତମାନ କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାର ୨୧ ରୁଟ୍‌ରେ ଦୈନିକ ୨୦୦ ‘ମୋ ବସ୍‌’ ଯାତାୟତ କରୁଛି। ‘ମୋ ବସ୍‌’ର ଉନ୍ନତ ସେବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଶଂସା କରିଛନ୍ତି। ଚଳିତବର୍ଷଠାରୁ ମୋବସ୍‌ର ରୁଟ୍‌କୁ ବଢ଼ାଯିବା ସହ ଆଉ ୧୩୯ ମୋ ବସ୍‌ ଓ ୫୦ ଇ-ବସ୍‌ ଚଳାଚଳ ଆରମ୍ଭ କରିବ। ଓଏସ୍‌ଆରଟିସି ଓ କ୍ରୁଟ କିଭଳି ଭାବେ ରାଜ୍ୟରେ ଉନ୍ନତ ବସ୍‌ ସେବା ଯୋଗାଇବା କ୍ଷେତ୍ରରେ କାର୍ଯ୍ୟ କରିବେ ତାହା ଉପରେ ଆଲୋଚନା କରିଥିଲେ। ଦୈନିକ ୧ଲକ୍ଷ ୫୦ ହଜାର ଯାତ୍ରୀ ଛୁଇଁବା ‘ମୋ ବସ’ର ଆଗାମୀ ଲକ୍ଷ୍ୟ ବୋଲି ବୋଥ୍ରା କହିଥିଲେ। ଜିଆଇଜେଡ୍‌ର ବରିଷ୍ଠ ଅଧିକାରୀ ଲଘୁ ପରାସର, କ୍ରୁଟ୍‌ର ଜିଏମ୍‌ ଦିପ୍ତୀ ମହାପାତ୍ର ଏ ସଂକ୍ରାନ୍ତରେ ନିଜର ମତ ରଖିଥିଲେ। କ୍ରୁଟ୍‌, ଓଏସ୍‌ଆରଟିସି ସମେତ ଗଞ୍ଜାମ, ସମ୍ବଲପୁର, ରାଉରକେଲାର ୧୨୦ଜଣ ପରିବହନ ଅଧିକାରୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?