ବଲାଙ୍ଗୀର ସିଲେଟକାନୀରେ ଶିଶୁବଳି ସନ୍ଦେହ

ବଲାଙ୍ଗୀର ଅଫିସ/ଦେଓଗଁ।, ୫ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗଁ। ଥାନା ଅନ୍ତର୍ଗତ ସିଲେଟକାନୀ ଗଁ। ନିକଟ ସୋନଗଡ ନଦୀ କୂଳରୁ ବୁଧବାର ଜଣେ ନାବାଳକଙ୍କ ମୁଣ୍ଡଗଣ୍ଡି ବିଚ୍ଛିନ୍ନ ଅସ୍ଥିକଙ୍କାଳ, ଶାର୍ଟପ୍ୟାଣ୍ଟକୁ ପୋଲିସ ଉଦ୍ଧାର କରିଛି। ଉକ୍ତ ଅସ୍ଥିକଙ୍କାଳ ଓ ଶାର୍ଟପେଣ୍ଟ ୧୪ ଦିନ ତଳେ ନିଖୋଜ ସିଲେଟକାନୀ ଗ୍ରାମର ଉଗ୍ରସେନ୍‌ ବଗର୍ତ୍ତୀଙ୍କ ପୁଅ ବାବୁଲାଲ(୧୧)ଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି। ବାବୁଲାଲଙ୍କୁ ବଳି ପାଇଁ ହତ୍ୟାକାଣ୍ଡ କରାଯାଇଥିତ୍ବା ପରିବାର ଲୋକେ ସନ୍ଦେହ ପ୍ରକାଟ କରିଛନ୍ତି। ଏହି ଘଟଣା ଅଞ୍ଚଳବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସିଲେଟକାନୀ ଗଁ। ନିକଟ ସୋନଗଡ ନଦୀ କୂଳରେ ଉଗ୍ରସେନ୍‌ ଓ ତାଙ୍କ ପରିବାର ସଦସ୍ୟ ଇଟା ଗଢୁଥିଲେ। ଗତ ୨୨ ତାରିଖ ପୂର୍ବାହ୍ନ ପ୍ରାୟ ୯ଟାରେ ଷଷ୍ଠଶ୍ରେଣୀରେ ପଢୁଥିବା ଛାତ୍ର ବାବୁଲାଲ ନଦୀକୁ ଶୌଚ ଉଦ୍ଦେଶ୍ୟରେ ଯାଇ ଆଉ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ଏହାପରେ ପରିବାର ଲୋକେ ଦେଓଗଁ। ଥାନାରେ ପୁଅର ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ମଙ୍ଗଳବାର ସନ୍ଧ୍ୟାରେ ସିଲେଟକାନୀ ଗଁ। ମୁଣ୍ଡରେ ଏକ ବୁଲା କୁକୁର ଏକ ନାବାଳକଙ୍କ ଗଳିତ ମୃତଦେହର ଗୋଡକୁ ବୋହି ଆଣି ଗଁ। ନିକଟ ଧାନମିଲ ପାଖରେ ପକାଇ ଦେଇଥିଲା। ଏହାକୁ ଦେଖିବା ପରେ ଗଁ। ଲୋକେ ଦେଓଗଁ। ଥାନା ପୋଲିସକୁ ଖବର ଦେଇଥିଲେ। ଦେଓଗଁ। ଥାନାଧିକାରୀ ରଞ୍ଜନ ବରିହା ଘଟଣାସ୍ଥଳରେ ପହଞ୍ଚତ୍ ଉକ୍ତ ଗୋଡକୁ ଜବତ କରିଥିଲେ। ବୁଧବାର ସକାଳେ ସାଇଣ୍ଟିିଫିକ୍‌ ଟିମ୍‌, ସନ୍ଧାନୀ କୁକୁର ନେଇ ପୋଲିସ ସୋନଗଡ ନଦୀ ପଠାରେ ଦୀର୍ଘ ୪ ଘଣ୍ଟାଧରି ଖୋଜାଖୋଜି କରିଥିଲେ। ମାତ୍ର ସନ୍ଧାନୀ କୁକୁର କୌଣସି ସଫଳତା ପାଇ ନ ଥିଲା। ମଙ୍ଗଳବାର ଗଳିତ ଗୋଡ ଆଣି ପକାଇଥିବା ବୁଲା କୁକୁରକୁ ଆଣି ମୃତଦେହ ଠାବ କରିବାକୁ ଉଦ୍ୟମ କରାଯାଇଥିଲା। କୁକୁର ସୋନଗଡ ନଦୀ ଭିତରେ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଯାଇ ଅଟକିବା ପରେ ପୋଲିସ ସେଠାରେ ମାଟି ଖୋଳିଥିଲା। ସେଠାରୁ ପ୍ରଥମେ ମୁଣ୍ଡ ଓ ପରେ ଅସ୍ଥିକଙ୍କାଳ ଓ ଶାର୍ଟପ୍ୟାଣ୍ଟ ମିଳିଥିଲା। ସ୍ଥାନୀୟ ଅତିରିକ୍ତ ତହସିଲଦାର ସୁଚେତା ମୁଗ୍ରୀଙ୍କ ଉପସ୍ଥିତିରେ ମାଟି ଖୋଳା ଯାଇଥିଲା। ମିଳିଥିବା ଶାର୍ଟପ୍ୟାଣ୍ଟରୁ ପରିବାର ଲୋକେ ଏହା ବାବୁଲାଲଙ୍କ ଅସ୍ଥିକଙ୍କାଳ ବୋଲି ଚିହ୍ନଟ କରିଥିଲେ। ଉଦ୍ଧାର ହୋଇଥିବା ଅସ୍ଥିକଙ୍କାଳକୁ ବ୍ୟବଚ୍ଛେଦ ପାଇଁ ଲାବକୁ ପଠାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ତଥ୍ୟ ସଂଗ୍ରହ କରିଛି। ହଣ୍ଡା (ଗୁପ୍ତଧନ) ପାଇବା ଆଶାରେ କେତେକ ଲୋକ ବାବୁଲାଲଙ୍କୁ ବଳି ଦିଆଯାଇଥାଇପାରେ ବୋଲି ଉଗ୍ରସେନ୍‌ ଅଭିଯୋଗ କରିଛନ୍ତି। ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚିତ ହେବ ବୋଲି ଦାବି କରାଯାଇଛି। ବଳି ସନ୍ଦେହ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ବଲାଙ୍ଗୀର ଜିଲାରେ ଦିନକୁ ଦିନ ଶିଶୁବଳି ଘଟଣା ବୃଦ୍ଧି ପାଉଥିବାରୁ ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ଏନେଇ ସଦର ଏସଡିପିଓ ଶ୍ରୀମନ୍ତ ବାରିକଙ୍କୁ ପଚରାଯିବାରୁ ନଦୀକୂଳରୁ ଅସ୍ଥିକଙ୍କାଳ ଉଦ୍ଧାର ହୋଇଛି। ଜବତ୍‌ ଶାର୍ଟପ୍ୟାଣ୍ଟରୁ ଏହା ନିଖୋଜ ଶିଶୁ ବାବୁଲାଲଙ୍କ ବୋଲି ପରିବାର ଲୋକେ ସ୍ପଷ୍ଟ କରିଛନ୍ତି। ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଜବତ୍‌ ଅସ୍ଥିକଙ୍କାଳ ପଠାଯାଇଛି। କିଭଳି ପରିସ୍ଥିତିରେ ବାବୁଲାଲଙ୍କ ମୃତ୍ୟୁ ହୋଇଛି ଏହାର ଉଚିତ୍‌ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri