ରକ୍ତ କଳାବଜାର ମାମଲା: ଜଣେ ଟେକ୍ନିସିଆନ ବହିଷ୍କୃତ, ଜଣେ ନିଲମ୍ବନ
ଭବାନୀପାଟଣା,୨୪।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରକ୍ତର କଳାବଜାର ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତକରି ଧର୍ମଗଡ଼ ପୋଲିସ ରକ୍ତଭଣ୍ଡାରର ଦୁଇଜଣ ଟେକ୍ନିସିଆନଙ୍କ ସମେତ ୭ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ…
ରାଧେ ପାଇଁ ଝାଳ ବୁହାଉଛନ୍ତି ଦିଶା: ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ
ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ମଲଙ୍ଗ’ର ସଫଳତା ନେଇ ଏହାର ଅଭିନେତ୍ରୀ ଦିଶା ପଟାନୀ ବହୁତ ଖୁସି ଅଛନ୍ତି। ଆଦିତ୍ୟ ରୟ କପୁର, ଅନିଲ କପୁର, କୁନାଲ ଖେମୁଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ଏହା…
ଇସ୍ତଫା ଦେଲେ ମାଲେସିଆ ପ୍ରଧାନମନ୍ତ୍ରୀ
କୁଆଲାଲାମପୁର,୨୪।୨: ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀର ମହମ୍ମଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଯୁକ୍ତିକୁ ସବୁବେଳେ ସମର୍ଥନ କରୁଥିବା ୯୪ବର୍ଷୀୟ ମହାତୀର ସୋମବାର ନିଜର ଇସ୍ତଫା ପତ୍ରକୁ ମାଲେସିଆର ରାଜାଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି। ଏନେଇ ତାଙ୍କ କାର୍ଯ୍ୟାଳୟରୁ…
ଅନ୍ତରୀକ୍ଷ ଯାତ୍ରୀ ହେବେ ସଲମାନ୍!
ଭାରତର ପ୍ରଥମ ଅନ୍ତରୀକ୍ଷ ଯାତ୍ରୀ ରାକେଶ ଶର୍ମାଙ୍କ ବାୟୋପିକ୍ ‘ସାରେ ଜହାଁ ସେ ଅଚ୍ଛା’ ପୁଣି ଥରେ ଚର୍ଚ୍ଚାରେ। ପ୍ରଥମରୁ ହିଁ ଫିଲ୍ମର କଳାକାରଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ପ୍ରଥମେ ଫିଲ୍ମରେ ଆମୀର ଖାନ୍ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ ବୋଲି…
ଏମିତି ଦେଶ, ଯେଉଁଠି ଛତାଧରି ସାଇକେଲ ଚଲାଇବା ମନା
ଜାପାନର ଟେକ୍ନୋଲୋଜି ସବୁଠାରୁ ଭିନ୍ନ। ଏଠାକାର ଆଇନ ମଧ୍ୟ ବହୁତ କଡ଼ା। ଯାହାକି ଏହାକୁ ସୁରକ୍ଷିତ ଦେଶ କରିପାରିଛି। ଜାପାନରେ କଡ଼ା ଆଇନ ରହିଛି। ସାଇକେଲ ଚଲାଇବା ସମୟରେ ଫୋନ୍ରେ କଥା ହେବା ଏବଂ ଛତା ଧରିବା ମନା। ଖାଲି ଏତିକି…
ଆଗ୍ରାରେ ପହଞ୍ଚିଲେ ଟ୍ରମ୍ପ: ୨୧ ସ୍ଥାନରେ ୩ହଜାର କଳାକାର କରିବେ ସ୍ବାଗତ
ଆଗ୍ରା,୨୪।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଗୁଜରାଟର ଅହମଦାବାଦରେ ଆୟୋଜିତ ହୋଇଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ସାରି ଟ୍ରମ୍ପ ପରିବାର ସହ ଉତ୍ତରପ୍ରଦେଶ ଆଗ୍ରାକୁ ଗସ୍ତ କରିଛନ୍ତି। ଆଗ୍ରାରେ ପହଞ୍ଚିବା ପରେ ଟ୍ରମ୍ପ…
ବିବାହ ପୋଷାକରେ ୨୩ ଦେଶ ବୁଲିଲେ ନବଦମ୍ପତି
ଓ୍ବାଶିଂଟନ୍: ଆମେରିକାର ନ୍ୟୁଜର୍ସିରେ ରହୁଥିବା କପଲ ନିକ୍ ଅଷ୍ଟ ଏବଂ ଜୋନ ନେ ଦୁହେଁ ଦୁହିଁଙ୍କୁ ଡେଟ୍ ସମୟରେ ବିବାହକୁ ଖାସ୍ କରିବା ନେଇ ଶପଥ କରିଥିଲେ। ଯେଉଁଥିପାଇଁ ବିବାହ ପୋଷାକରେ ୨୩ ଦେଶ ବୁଲି ଆସିଛନ୍ତି। ୨୦୧୬ରେ ଏହି ଯୋଡ଼ିଙ୍କର…
ଇଭାଙ୍କାଙ୍କ ସହ ସେଲ୍ଫି ନେଲେ ପ୍ରଶଂସକ
ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ ସୋମବାର ଭାରତ ଗସ୍ତରେ ଆସିଛନ୍ତି। ଏମାନେ ଗୁଜରାଟରେ ପହଞ୍ଚିବା ପରେ ସେଠାରୁ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅହମଦାବାଦର…
ବୀରପ୍ପାନଙ୍କ ଝିଅ ଭାଜପାରେ ଯୋଗଦେଲେ
ଚେନ୍ନାଇ,୨୪।୨: ବୀରପ୍ପାନଙ୍କ ଝିଅ ବିଦ୍ୟା ରାନୀ ଭାଜପାରେ ଯୋଗଦେଇଛନ୍ତି। ତାମିଲନାଡୁର କୃଷ୍ଣାଗିରିଠାରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଭାଜପା ମହାସଚିବ ମୂରଲୀଧର ରାଓ ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ ପୋନ୍ ରାଧାକୃଷ୍ଣନ୍ଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ୍ ହୋଇଛନ୍ତି। ତାଙ୍କ ସହିତ ବହୁ ସମର୍ଥକ…
ରିପୋର୍ଟ କାର୍ଡ: ଟ୍ରମ୍ପ୍ ଥିଲେ ଛାତ୍ରନେତା;ମଡେଲିଂ ପାଇଁ ମେଲାନିଆ ବାନ୍ଧିଥିଲେ ପାଠପଢ଼ାରେ ଡୋରି-ଇଭାଙ୍କାଙ୍କ ଲାଗି ବୋର୍ଡିଂ ସ୍କୁଲ ଥିଲା ଜେଲ ଭଳି
ଅହମଦାବାଦ୍,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅହମଦାବାଦ୍ରେ ନମସ୍ତେ ଟ୍ରମ୍ପ୍ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଟ୍ରମ୍ପ୍ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ତ୍ରୀ ମେଲାନିଆ ଏବଂ ଝିଅ ଇଭାଙ୍କା ଟ୍ରମ୍ପ୍ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ଟ୍ରମ୍ପ୍ ମିଲିଟାରୀ ସ୍କୁଲରେ ପାଠପଢ଼ିଥିବାବେଳେ କଲେଜ ଜୀବନରେ…
ବାର୍ହା ଆକ୍ରମଣରେ ୨ ଗୁରୁତର
ମହାକାଳପଡ଼ା,୨୪।୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀ ହରିଆବାଙ୍କ ଗାଁରେ ବାର୍ହା ଆକ୍ରମଣରେ ଦୁଇ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଧାନଖଳାରେ କାମ କରୁଥିବା ବେଳେ ଜଙ୍ଗଲୀ ବାର୍ହା ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର…
କଡ଼ା ସୁରକ୍ଷାରେ ମାଟ୍ରିକ ପରୀକ୍ଷା: କାମାକ୍ଷାନଗରର ୧୧ଟି ବିଦ୍ୟାଳୟରେ ୧୪୪ ଧାରା ଜାରି
କାମାକ୍ଷାନଗର,୨୪।୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ସୋମବାର ମାଟ୍ରିକ ପରୀକ୍ଷା ସୁରକ୍ଷା ଦୃଷ୍ଟିରୁ ୧୧ଟି ବିଦ୍ୟାଳୟରେ ୧୪୪ ଧାରା ଜାରି କରାଯାଇଛି। ସେଗୁଡିକ ହେଲା କାମାକ୍ଷାନଗର ବ୍ଲକର ରାୟନୃସିଂହପୁର ସିଦ୍ଧେଶ୍ବରୀ ବିଦ୍ୟାପୀଠ, ଅଁଳାବେରଣୀ କୁସୁମଯୋଡ଼ି ଉଚ୍ଚ ବିଦ୍ୟାଳୟ, ମହୁଲପାଳ ନିଗମାନନ୍ଦ ଉଚ୍ଚ…
Archives


