ଏନ୍‌ଏଚ୍‌ରେ ଜଳୁନି ହାଇମାଷ୍ଟ

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ୨୦ନମ୍ବର ଜାତୀୟରାଜପଥର ବିଭିନ୍ନ ସ୍ଥାନରେ ଥିବା ଓଭର ବ୍ରିଜ ଉପରେ ଓ ଜନଗହଳିପୂର୍ଣ୍ଣ ଛକ ରାସ୍ତା ଗୁଡ଼ିକରେ ଲୋକ ତଥା ଯାତାୟାତ କରୁଥିବା ଗାଡିଚାଳକଙ୍କ ସୁବିଧା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଉଜ୍ଜ୍ୱଳ ଆଲୋକ (ହାଇମାଷ୍ଟ) ତଥା ସିଗନାଲ ଲାଇଟ ବ୍ୟବସ୍ଥା କରାଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସ୍ଥାନରେ ଏହି ସବୁ ଲାଇଟ ଠିକ ଭାବେ ଜଳୁ ନ ଥିବା ଅଭିଯୋଗ ହେଉଛି । ଏହି ରାସ୍ତାର ପଳାଶପଙ୍ଗା ନିକଟ ଟାଙ୍ଗରାଣୀ ଗ୍ରାମ ନିକଟରେ ଝୁମ୍ପୁରା ପ୍ରବେଶ ରାସ୍ତାରେ ଥିବା ଲାଇଟ ଜଳୁ ନ ଥିବା ଅଭିଯୋଗ ହେଉଛି । ଫଳରେ ଲୋକ ମାନେ ରାତିରେ ବହୁ ଅସୁବିଧା ଭୋଗୁଛନ୍ତି । ଅନେକ ସମୟରେ ଗାଡି ଚାଳକ ମାନେ ରାସ୍ତା ଜାଣି ନ ପାରି ଝୁମ୍ପୁରା ବାଇପାସ ରାସ୍ତାରେ ଭୂଲରେ ପାର ହୋଇ ଯାଉଛନ୍ତି । ଫଳରେ ଲୋକମାନେ ପଥଭ୍ରଷ୍ଟ ହୋଇ ବହୁ ବାଟ ଆଗକୁ ଯାଇ ଫେରିବାକୁ ପଡୁଛି ବୋଲି କେତେକ ଚାଳକ ମତବ୍ୟକ୍ତ କରୁଛନ୍ତି । ସେହିପରି ରାତିରେ ଅନ୍ଧାରର ସୁବିଧା ନେଇ ମଦୁଆ ଟ୍ରକ ଡ୍ରାଇଭର ତଥା ଅସାମାଜିକ ଲୋକ ମାନଙ୍କର ଦୈରାତ୍ମ୍ୟ ବୃଦ୍ଧି ପାଉଥିବାବେଳେ ଲୁଟତରାଜ ଭଳି ଘଟଣା ଘଟିବା ଆଶଙ୍କା ରହୁଛି । ଏଣୁ ଏହାକୁ ମରାମତି କରିବାକୁ ସ୍ଥାନୀୟ ଲୋକ ଜିଲା ପ୍ରଶାସନ ତଥା ଏନଏଚଏଆଇ ପ୍ରଶାସନକୁ ଅନୁରୋଧ କରିଛନ୍ତି । ସେହିପରି ଏହି ରାସ୍ତାର ଅନେକ ଛକ ସ୍ଥାନରେ ଥିବା ସିଗନାଲ ଲାଇଟ ଗୁଡିକ ଦୁର୍ଘଟଣା ଘଟି ଭାଙ୍ଗିଯାଇଥିବା ବେଳେ ଅନେକ ସ୍ଥାନରେ ମରାମତି ଅଭାବରୁ ଜଳୁ ନାହିଁ। ସେସବୁ ସିଗନାଲ ଲାଇଟ ଗୁଡିକ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri