ଶାହାଙ୍କ ଅଧ୍ୟକ୍ଷତାରେ ବସିବ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ: ଉଠିବ ଓଡ଼ିଶା କୋଇଲା ରୟାଲ୍ଟି ପ୍ରସଙ୍ଗ
ଭୁବନେଶ୍ୱର,୨୭।୨(ବ୍ୟୁରୋ): ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକ ଶୁକ୍ରବାର ଓଡ଼ିଶା ଲୋକସେବା ଭବନରେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ବିହାର ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସାମିଲ ହେବେ। ଏହି ବୈଠକରେ ପ୍ରାୟ ୫୦ଟି ବିଭିନ୍ନ ପ୍ରସଙ୍ଗ ଉପରେ…
ରାଜଧାନୀରେ ୧୯ ଦିନର ଶିଶୁକୁ ୧୦ହଜାର ଟଙ୍କାରେ ବିକ୍ରି ଅଭିଯୋଗ, ପୋଲିସର ତନାଘନା
ଭୁବନେଶ୍ୱର,୨୭।୨(ବ୍ୟୁରୋ): ଖଣ୍ଡଗିରି ଥାନା ଭରତପୁରରେ ଜଣେ ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଅଭାବ ଅନଟନରୁ ଶ୍ରମିକ ଶ୍ରେଣୀୟ ଦମ୍ପତି ତାଙ୍କର ୧୯ ଦିନର ଶିଶୁପୁତ୍ରକୁ ଦଶ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏ ନେଇ ସିଡବ୍ଲୁସିଠାରୁ ଖବର…
ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ, ଏକାଥରକେ ବସି ଖାଇବେ…
କୋଲକାତା: ଭାରତୀୟ ରେଳ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଆସନସୋଲ ରେଳଷ୍ଟେଶନରେ ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ ଆରମ୍ଭ କରାଯାଇଛି। ଏହାର ନାମ ‘ରେଷ୍ଟୁରାଣ୍ଟ ଅନ୍ ହ୍ବିଲ୍ସ’ରଖାଯାଇଛି। ପୂର୍ବତଟ ରେଳ ଅଧିକାରୀଙ୍କ କହିବା ଅନୁସାରେ, ଦୁଇଟି ପୁରୁଣା ମେମୁ କୋଚ୍କୁ ମିଶାଇ ଏହି…
ପ୍ରଥମ ଇଲେକ୍ଟ୍ରିକ୍ ଟ୍ରେନ୍ ଟ୍ରାକ୍ ନିର୍ମାଣ କରିବେ ଶ୍ରୀଲଙ୍କା ସରକାର
କଲମ୍ବୋ,୨୭।୨: ଶ୍ରୀଲଙ୍କାର କାଣ୍ଡି ସହରରେ ପ୍ରଥମ ଇଲେକ୍ଟଟ୍ରିକ୍ ଟ୍ରେନ୍ ଟ୍ରାକ୍ ନିର୍ମାଣ କରିବାକୁ ଶ୍ରୀଲଙ୍କା ସରକାର ଯୋଜନା କରିଛନ୍ତି। ରାଜ୍ୟମନ୍ତ୍ରୀ ଦିଲୁମ ଅମୁନୁଗମା କହିଛନ୍ତି ଏହି ଇଲେକ୍ଟଟ୍ରିକ୍ ଟ୍ରେନ୍ ଟ୍ରାକ୍ ନିର୍ମାଣ କରିବାର ନିଷ୍ପତ୍ତି ବୁଧବାର ନିଆଯାଇଛି। ଏହାଦ୍ୱାରା ଟ୍ରାଫିକ ବ୍ୟବସ୍ଥା…
ବେଆଇନ ପାଥୋଲାବ୍ରେ ଚଢ଼ାଉ: ୭ ଦିନ ମଧ୍ୟରେ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ
ବାଲେଶ୍ୱର ଅଫିସ,୨୭।୨: ଜିଲାପାଳଙ୍କ ନିର୍ଦ୍ଦେଶରେ ଗଠିତ ସ୍ବତନ୍ତ୍ର ଟିମ୍ ପକ୍ଷରୁ ଗୁରୁବାର ବିଭିନ୍ନ ପାଥୋଲାବ୍ରେ ଚଢ଼ାଉ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ଶ୍ରୀଗଣେଶ, ପ୍ରଶାନ୍ତି, ବନଦୁର୍ଗା, ଗାୟତ୍ରୀ, ନିୟୁ ଲାଇଫ୍, ବିଜୟା ଆଦି ୨୦ରୁ ଊର୍ଦ୍ଧ୍ୱ ପାଥୋଲାବ୍ରେ ଚଢ଼ାଉ କରାଯାଇ…
ସୋନାକ୍ଷୀ କହିଲେ ‘କାମ ମୋ ନିକଟକୁ ଆସେ, ମୁଁ ଯାଏନି’
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ କ୍ୟାରିୟରକୁ ଯଦି ଦେଖାଯାଏ ତେବେ ‘ଦବଙ୍ଗ’ ସିରିଜ୍ ବ୍ୟତୀତ ଏତେ ହିଟ୍ ଫିଲ୍ମ ଆଉକିଛି ନାହଁି। କିନ୍ତୁ ବକ୍ସ ଅଫିସରେ ୧୫୦୦ କୋଟି କ୍ଲବରେ ସେ ସାମିଲ ହୋଇଛନ୍ତି। ତାଙ୍କର ଶେଷ ହିଟ୍…
ବକେୟା ଟଙ୍କା ପ୍ରଦାନ ଦାବି: ମେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ବଡ଼ବିଲ,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କାଶିଆସ୍ଥିତ ମେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ପରିବହନକାରୀ ସଂସ୍ଥା ଗୁରୁବାର ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ପରିବହନକାରୀ ସଂସ୍ଥା କମ୍ପାନୀର ଲୁହାପଥର ପରିବହନ କରିଥିଲେ। ମାତ୍ର କମ୍ପାନୀ ସେମାନଙ୍କ ୧୫କୋଟି…
ବାପାଙ୍କ ବାୟୋପିକ କରିବାକୁ ଚାହୁଁଛନ୍ତି ରିତେଶ
ବଲିଉଡ୍ ଅଭିନେତା ରିତେଶ ଦେଶମୁଖ ବାପା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଲାଶରାଓ ଦେଶମୁଖଙ୍କ ବାୟୋପିକ୍ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଭଲ ସ୍କ୍ରିପ୍ଟ ଅପେକ୍ଷାରେ ଅଛନ୍ତି। ଫିଲ୍ମ ‘ବାଗି’ର ପ୍ରମୋଶନ ଅବସରରେ ସେ ଏପରି କହିଛନ୍ତି। ସେ କହିଛନ୍ତି, ଜଣେ…
ବିବାହ ଭୋଜ ଖାଇ ଫେରୁଥିଲେ, ଚାଲିଗଲା ୩ ଯୁବକଙ୍କ ଜୀବନ
ଭବାନୀପାଟଣା,୨୭।୨(ଡି.ଏନ୍.ଏ.): ବିବାହ ଉତ୍ସବରେ ମଉଜମସ୍ତି କରି ଭୋଜି ଖାଇ ନିଜ ଘରକୁ ଫେରିବା ସମୟରେ ଦୁର୍ଘଟଣା ଘଟି ୩ ଯୁବକଙ୍କ ଜୀବନ ଚାଲିଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଫପ୍ସି ରାସ୍ତାରେ। ବୁଧବାର…
ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁ ଦିଲ୍ଲୀ ହିଂସା: ଏପ୍ରିଲ୍ ୧୩ରେ ଶୁଣାଣି; କେନ୍ଦ୍ରକୁ ରିପୋର୍ଟ ତଲବ
ନୂଆଦିଲ୍ଲୀ,୨୭।୨: ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁ ଦିଲ୍ଲୀ ହିଂସା ହୋଇଥିବା ନେଇ ହାଇକୋର୍ଟରେ ଏକ ମାମଲା ଦାଖଲ କରାଯାଇଥିଲା। ଏହାର ବିଚାର କରି ଦିଲ୍ଲୀ ହାଇକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍…
ମେନ୍ ଭର୍ସେସ୍ ଓ୍ବାଇଲ୍ଡର ଟିଜର ରିଲିଜ୍: ବିୟର ଗ୍ରୀଲ୍ସଙ୍କ ସହ ନଜର ଆସିଲେ ସାଉଥ୍ ସୁପରଷ୍ଟାର
ମୁମ୍ବାଇ: ଗତ କିଛି ଦିନରୁ ମୋଷ୍ଟ ପପୁଲାର ଶୋ’ ‘ମେନ୍ ଭର୍ସେସ୍ ଓ୍ବାଇଲ୍ଡ’ରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଶୁଟିଂ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ବହୁ ପ୍ରତିକ୍ଷୀତ ଏହି ଏପିସୋଡ୍ର ଏବେ ଟିଜର ରିଲିଜ୍ ହୋଇଛି। ଡିସକଭରି ଚ୍ୟାନେଲ ଶୋ’ର ଏହି…
ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ୍: ଘଟଣା ସ୍ଥଳରେ ୨ ମୃତ
ରାୟଗଡ଼ା ଅଫିସ,୨୭।୨: ରାୟଗଡ଼ା ଜିଲା ରାୟଗଡ଼ା ବ୍ଳକ କାର୍ଲାକଣା ପଞ୍ଚାୟତ ନୂଆ ଅଙ୍ଗୁର ଗ୍ରାମ ନିକଟରେ ବୁଧବାର ରାତିରେ ଟ୍ରାକ୍ଟରକୁ ଏକ ବାଇକ୍ ଧକ୍କା ଦେଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବୃନ୍ଦାବନ କରକରିଆ ଓ…
Archives


