ଦକ୍ଷିଣ ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ
ଭୁବନେଶ୍ୱର, ୨୭।୪(ବ୍ୟୁରୋ): ରାଜ୍ୟରେ ସୋମବାର ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଦକ୍ଷିଣ ଓଡ଼ିଶାର। ସେ କୋରାପୁଟ ଜିଲା ଦଶମନ୍ତପୁରର ବୋଲି ଜଣାପଡ଼ିଛି। ତେବେ ଆକ୍ରାନ୍ତଜଣଙ୍କ ୨୨ ବର୍ଷୀୟ ଏବଂ ସେ ଜଣେ ସ୍ବାସ୍ଥ୍ୟକର୍ମୀ ବୋଲି ସୂଚନା ଓ…
CORONAVIRUS UPDATE: ପୁଣି ୨ କରୋନା ପଜିଟିଭ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୧୦
ଭୁବନେଶ୍ୱର, ୨୭।୪(ବ୍ୟୁରୋ): ସୋମବାର ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ଚିହ୍ନଟ ଦ୍ୱୟ କୋରାପୁଟ ଓ ବାଲେଶ୍ୱର ଜିଲାର ବେଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…
ପଶ୍ଚିମବଙ୍ଗ ଫେରନ୍ତା ସରକାରୀ କର୍ମଚାରୀଙ୍କୁ ବ୍ରଜରାଜନଗର ବଙ୍ଗଳାରେ ରଖିଲା ପ୍ରଶାସନ, ଲୋକଙ୍କ ବିରୋଧ ପରେ କ୍ୱାରାଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର
ଝାରସୁଗୁଡା ଅଫିସ,୨୭ା୪- ଓଡିଶାରେ ବଢ଼ୁଥିବା କରୋନା ପଜିଟିଭର ମୁଖ୍ୟ କାରଣ ପଶ୍ଚିମବଙ୍ଗ ଲିଙ୍କ୍ ଦର୍ଶାଯାଉଛି। ଏମିତି ଜଣେ କଲିକତାରୁ ଝାରସୁଗୁଡା ଫେରନ୍ତା ବ୍ୟକ୍ତିଙ୍କୁ ନେଇ ବ୍ରଜରାଜନଜରରେ ସୋମବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପରେ ଜିଲାପାଳ ସରୋଜ କୁମାର ସାମଲଙ୍କ ହସ୍ତକ୍ଷେପ…
ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ: ରାଜ୍ୟରେ ମୋଟ୍ ସୁସ୍ଥ ହେଲେଣି ୩୭
ଭୁବନେଶ୍ୱର, ୨୭।୪(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଉଭୟ ଭୁବନେଶ୍ୱରର। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ୨ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ମଧ୍ୟପ୍ରଦେଶର ୫୦ ପ୍ରତିଶତ ଜିଲା କରୋନା ସଂକ୍ରମିତ: ୫ ହଟ୍ସ୍ପଟ୍,୧୧ ରେଡ୍ ଜୋନ୍
ଭୋପାଳ,୨୭।୪: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଧ୍ୟପ୍ରଦେଶର ୫୨ ଜିଲାରୁ ୫୦ ପ୍ରତିଶତ ଜିଲା କରୋନା ଦ୍ୱାରା ସଂକ୍ରମିତ ହୋଇଛି। ରାଜ୍ୟର ୨୬ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି।…
୩ ଦିନରେ ଅନ୍ୟ ରାଜ୍ୟରୁ ଗଞ୍ଜାମ ଫେରିବାକୁ ପଞ୍ଜୀକରଣ କଲେଣି ୮୦୮୧ ଜଣ
ଛତ୍ରପୁର,୨୭ା୪(ଡି.ଏନ୍.ଏ.): ତିନିଦିନ ମଧ୍ୟରେ ଅନ୍ୟ ରାଜ୍ୟରୁ ଗଞ୍ଜାମ ଜିଲାକୁ ଫେରିବାକୁ ୮୦୮୧ ଜଣ ଅନ୍ଲାଇନ୍ରେ ପଞ୍ଜୀକରଣ କରିଛନ୍ତି। ଏ ସମ୍ପର୍କରେ ଛତ୍ରପୁରସ୍ଥିତ ଡିଆରଡିଏ କାର୍ଯ୍ୟାଳୟରେ ଥିବା କୋଭିଡ୍ ସେଲ୍ରୁ ସୂଚନା ମିଳିଛି। ବାହାର ରାଜ୍ୟରୁ ଫେରିବାକୁ ଥିବା ଲୋକେ ପଞ୍ଜୀକରଣ କରିବାକୁ…
ସମୁଦ୍ରପଥ ଦେଇ ଗଞ୍ଜାମ ଫେରୁଛନ୍ତି ଆଉ ୩୫ ମତ୍ସ୍ୟଜୀବୀ, ସଜାଗ ରହିଛି ଆର୍ଯ୍ୟପଲି ମେରାଇନ ପୋଲିସ
ଛତ୍ରପୁର, ୨୭।୪(ଡି.ଏନ୍.ଏ.): ସମୁଦ୍ର ପଥଦେଇ ଆଜ ୩୫ ମତ୍ସ୍ୟଜୀବୀ ଚେନ୍ନାଇରୁ ଗଞ୍ଜାମ ଫେରୁଛନ୍ତି। ସୋମବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କ ଡଙ୍ଗା ଗଞ୍ଜାମ ସମୁଦ୍ର କୂଳରେ ଲାଗିବ ବୋଲି ଜଣାଯାଇଛି। ଉକ୍ତ ମତ୍ସ୍ୟଜୀବୀମାନେ ଗଞ୍ଜାମ ଜ଼ିଲାର ପତିସୋନପୁର, ରାମେୟାପାଟଣା, ମାରକଣ୍ଡି, ଗୋପାଳପୁର, ଗୋଳାବନ୍ଧ,…
ଆର୍ଥାରାଇଟିସ୍ ଔଷଧ ଦ୍ୱାରା ସମ୍ଭବ କରୋନା ଚିକିତ୍ସା: ୪୮ ଘଣ୍ଟାରେ ହୋଇଥାଏ ଫଳପ୍ରଦ !
ଓ୍ବାଶିଂଟନ,୨୭।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍ ଡାଉନ୍ ଜାରି ହୋଇଛି। କରୋନା ମହାମାରୀର ଚିକିତ୍ସା ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ଆର୍ଥାରାଇଟିସ୍…
ଲକ୍ ଡାଉନ୍ ସତ୍ତ୍ୱେ ଚାଲିଛି ଦେଶୀ ମଦ ବ୍ୟବସାୟ: ବଡମାଲ ଥାନାରେ ୧୫ ମାମଲା ରୁଜୁ, ୨୧ ଗିରଫ
ଝାରସୁଗୁଡା ଅଫିସ,୨୭ା୪- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ୍ ଡାଉନ କରାଯାଇଛି। ଏହି ଲକଡାଉନ ସମୟରେ ବିଷେଶ କରି ମଦ ଦୋକାନ ଓ ଦେଶୀ ମଦ ଭାଟିଗୁଡିକୁ ବନ୍ଦ କରି ରଖିବା ପାଇଁ ନିର୍ଦ୍ଦେଶ ରହିଛି। ତେବେ…
ନୂଆଗାଁରେ ନିଆରା ବିବାହ: ମାସ୍କ ପିନ୍ଧି ବିବାହ କଲେ ବରକନ୍ୟା
ନୟାଗଡ଼ ଅଫିସ,୨୭ା୪: ବାହାଘର ହେଲା। ହେଲେ ନ ଥିଲା ବାଜା ବାଣ, ରୋଷଣୀ କିମ୍ବା ଭୋଜି ଭାତର ଆସର। ପୁରୋହିତଙ୍କ ମନ୍ତ୍ରଗାନ ମଧ୍ୟ ଶୁଭୁ ନ ଥିଲା। ବରଯାତ୍ରୀ ବି ନ ଥିଲେ। କରୋନା ଯୋଗୁ ନିଆରା ବାହାଘର ହୋଇଛି ନୟାଗଡ଼…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କରୋନାରେ ଖବରଦାତାଙ୍କ ମୃତ୍ୟୁ ଘଟିଲେ ମିଳିବ ୧୫ ଲକ୍ଷ ଟଙ୍କା
ଭୁବନେଶ୍ୱର, ୨୭।୪(ବ୍ୟୁରୋ): କରୋନା ଯୋଗୁ ସାରା ବିଶ୍ୱରେ ଏକ ବିରାଟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ କରୋନା ଭାଇରସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଖବରଦାତାମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରି ଚାଲିଛନ୍ତି। ତେଣୁ କାର୍ଯ୍ୟରତ…
୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଆରମ୍ଭ
ନୂଆପଡା ଅଫିସ,୨୭।୪-ସ୍ଥାନୀୟ ସିଲଦାସ୍ଥିତ ଅନ୍ବେଷା ହଷ୍ଟେଲରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଉଦ୍ଘାଟିତ ହୋଇଛି । ଏହାକୁ ଜିଲାପାଳ ମଧୁସ୍ମିତା ସାହୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜିଲାପାଳ ସୂଚନା ଦେଇ କହିଛନ୍ତି ଯେ,…
Archives


