Posted inଜାତୀୟ

୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାର ଦୋଷୀ ୟୁସୁଫ ମେମନ ମୃତ

ନୁଆଦିଲ୍ଲୀ,୨୬।୬: ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାର ଦୋଷୀ ୟୁସୁଫ ମେମନଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ନାସିକ ସେଣ୍ଟ୍ରାଲ ଜେଲରେ ତାଙ୍କର ମୃତ୍ୟୁ ହୋଇଥିବା ଜେଲ ପ୍ରାଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଟାଇଗର ମେମନଙ୍କ ଭାଇ ୟୁସୁଫ ଜେଲରେ ଆଜୀବନ ସଜା କାଟୁଥିଲେ। ସିରିଏଲ ବୋମା ବିସ୍ଫୋରଣ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ଥିଲା। ତେବେ ତାଙ୍କ ମୃତ୍ୟୁର କାରଣ ଏବେ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ଏହି ମାମଲାରେ ତାଙ୍କୁ ୨୦୦୭ରେ ଆଜୀବନ ଦଣ୍ଡ ଶୁଣାଇଥିଲେ କୋର୍ଟ। ପ୍ରଥମେ ସେ ମୁମ୍ବାଇର ଅର୍ଥର ରୋଡ ଜେଲରେ ରହିଥିଲେ। ୨୦୧୮ରେ ତାଙ୍କୁ ନାସିକ ଜେଲ ପଠାଇ ଦିଆଯାଇଥିଲା। ୧୯୯୩ରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗୋଟିଏ ପରେ ଗୋଟିଏ ୧୨ଟି ବିସ୍ଫୋରଣ ହୋଇଥିଲା। ମାର୍ଚ୍ଚ ୧୨ରେ ୨ ଘଣ୍ଟା ୧୦ ମିନିଟ୍‌ ମଧ୍ୟରେ ହୋଇଥିବା ଏହି ୧୨ ବିସ୍ଫୋରଣରେ ପାଖାପାଖି ୩୧୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅଣ୍ଡର ଓ୍ବାର୍ଲଡ ଡନ୍‌ ଦାଉଦ ଇବ୍ରାହିମଙ୍କ ନାଁ ଉଠିଥିବା ବେଳେ ସେ ଭାରତ ଛାଡି ଲୁଚି ପଳାଇଥିଲେ। ଏଥିରେ ଟାଇଗର ମେମନଙ୍କୁ ମାଷ୍ଟର ମାଇଣ୍ଡ ବୋଲି କୁହାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ୟୁସୁଫଙ୍କ ଆଉ ଜଣେ ଭାଇ ୟାକୁବ ମେମନଙ୍କୁ ୨୦୧୫ରେ ଫାଶି ଦିଆଯାଇଥିଲା। ଏକ ବିଶେଷ ଟାଡା ଅଦାଲତ ୟୁସୁଫଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଟି କାର୍ଯ୍ୟାଳୟରେ ସ୍ତ୍ରୀଙ୍କୁ ଚାପୁଡା ମାରିଲେ ଭାଜପା ନେତା

ନୂଆଦିଲ୍ଲୀ, ୨୦।୯: ମେହରୌଲି ଜିଲା ଭାଜପା ପ୍ରମୁଖ ଆଜାଦ ସିଂ ନିଜ ସ୍ତ୍ରୀ ସରିତା ଚୌଧୁରୀଙ୍କୁ ଦକ୍ଷିଣ ଦିଲ୍ଲୀରେ ଥିବା ଭାଜପା କାର୍ଯ୍ୟାଳୟରେ ଚାପୁଡା ମାରିଛନ୍ତି।...

ସ୍ତ୍ରୀଙ୍କୁ ରାଜନୀତିକୁ ଆଣିବାରୁ ଶତ୍ରୁତା

ଲକ୍ଷ୍ନୌ,୨।୮ (ଆଇଏଏନ୍‌ଏସ୍‌):୨୦୧୮ ଏପ୍ରିଲ ୮ରେ ଉନ୍ନାଓ ବଳାତ୍କାର ପୀଡ଼ିତା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନ ଆଗରେ ଆମତ୍ଦାହ ଉଦ୍ୟମ କରି ନ ଥିଲେ କୁଲଦୀପ ସିଂ...

ନୀତୀଶଙ୍କ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ: ସାମିଲ ହେବେନି କେହି ଭାଜପା ନେତା

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ରବିବାର କରାଯିବ। ହେଲେ ଏଥିରେ କେହି ଭାଜପା ନେତା ସାମିଲ ହେବେ ନାହିଁ ବୋଲି ସୂଚନା...

ଜୈବିକ ଯୁଦ୍ଧାସ୍ତ୍ରରୁ ‘କରୋନା’

ନୂଆଦିଲ୍ଲୀ,୪ା୨(ଆଇଏଏନ୍‌ଏସ୍‌): ପ୍ରାଣୀଠାରୁ ସୃଷ୍ଟ ବୋଲି କୁହାଯାଉଥିବା ମାରାତ୍ମକ କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହାର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ...

୧୦ ଲକ୍ଷ ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୩୨, ୬୯୫ ନୂଆ ସଂକ୍ରମିତ

ନୂଆଦିଲ୍ଲୀ,୧୬।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖା ବେଳକୁ ବେଳ ରେକର୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୨,୬୯୫ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ...

ସନ୍ଧ୍ୟାପରେ ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଉପରେ ପଡ଼େ ଏହି ପ୍ରଭାବ …

ଅଙ୍ଗୁର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ଏହାକୁ ଦିନ ବେଳେ ଖାଦ୍ୟ ଖାଇ ସାରିବାର କିଛି ସମୟ ପରେ ଖାଇଲେ ସୁଫଳ ମିଳିଥାଏ। ଅଙ୍ଗୁରରେ ଟାରଟରିକ୍‌...

କ୍ୟାବିନେଟ୍‌ ମନ୍ତ୍ରୀଭାବେ ଶପଥ ନେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩୦।୫(ବ୍ୟୁରୋ)-ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧର୍ମେନ୍ଦ୍ରଙ୍କୁ ପଦ ଓ...

କଂଗ୍ରେସର ମଙ୍ଗ ଧରିପାରନ୍ତି ରାହୁଲ

ନୂଆଦିଲ୍ଲୀ,୧।୧୨: ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନ୍‌ସିପି ମେଣ୍ଟର ମହାବିକାଶ ଅଘାଡି ସରକାର ଉପରେ ଏବେ ସମସ୍ତଙ୍କ ନଜର। ଏଥିରେ ଏବେ ଶିବସେନା ନେତା ଉଦ୍ଧବ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *