Home

ସୀମାରେ ସ୍ଥିତି ଗମ୍ଭୀର: ସେନାମୁଖ୍ୟ

ଲଦାଖ,୪।୯: ପୂର୍ବ ଲଦାଖର ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍‌ଏସି)ରେ ସ୍ଥିତି ଗମ୍ଭୀର ରହିଛି ବୋଲି ସ୍ଥଳସେନା ମୁଖ୍ୟ ଏମ.ଏମ ନରଓ୍ବଣେ କହିଛନ୍ତି। ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇ ସୀମା ସ୍ଥିତି ଅନୁଧ୍ୟାନ ପରେ ସେ ଏହି ସୂଚନା ଦେଇଛନ୍ତି। ସେ…

ଆଜି ଆଉ ୯ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୫୩୧ରେ ପହଞ୍ଚିଲା

ଭୁବନେଶ୍ୱର,୪ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୯ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୩୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବଲାଙ୍ଗୀର, ଗଞ୍ଜାମ, କଟକ ଏବଂ…

ଭାବି ସ୍ତ୍ରୀଙ୍କ ସହ ଏମିତି ଭିଡିଓ ଛାଡିଲେ ଚହଲ, ଦେଖିଲେ ହସି ହସି ଗଡିବେ

ଭାରତୀୟ ସ୍ପିନର୍‌ ସୋସିଆଲ୍‌ ମିଡିଆରେ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସାଥୀ ଖେଳାଳିଙ୍କୁ ମଜାଳିଆ କମେଣ୍ଟ ଦେଇ ହେଉ କି ନିଜେ ଟିକ୍‌ଟକ୍‌ରେ ଡ୍ୟାନ୍ସ କରି ପ୍ରଶଂସକଙ୍କ ସହ ଭିଡିଓ ଶେୟାର କରନ୍ତି। ଯେବେଠୁ ଡାକ୍ତର ତଥା ୟୁଟ୍ୟୁବର୍‌ ଧନଶ୍ରୀ ବର୍ମାଙ୍କ ସହ…

CORONAVIRUS UPDATE: ରାଜ୍ୟରୁ ଆଜି ୩,୨୬୭ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮କୁ ବୃଦ୍ଧି

ଭୁବନେଶ୍ୱର,୪ା୯(ବ୍ୟୁରୋ): ଶୁକ୍ରବାର ୩୦ ଜିଲାରୁ ୩,୨୬୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୯୬୧ ଜଣ ଚିହ୍ନଟ…

ଡରିଗଲା ଚାଇନା

ମସ୍କୋ,୪।୯: ପୂର୍ବ ଲଦାଖର ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍‌ଏସି) ରେ ଗତ କିଛି ମାସ ମଧ୍ୟରେ ଭାରତ ଏବଂ ଚାଇନା ସେନାବାହିନୀ ମୁହାଁମୁହିଁ ହୋଇଛନ୍ତି। ସୀମା ବିବାଦ ପ୍ରସଙ୍ଗରେ ଉଭୟ ଦେଶ ପଛକୁ ଯିବାକୁ ପ୍ରସ୍ତୁତ ନୁହଁନ୍ତି। ବୁଝାମଣା ମାଧ୍ୟମରେ ଏହି…

ଚଢ଼ାଉ ସମୟରେ ଖଣିଜ ଅଧିକାରୀଙ୍କ ଘରୁ ମିଳିଲା ଏସବୁ ବିଳାସପୂର୍ଣ୍ଣ ସାମଗ୍ରୀ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୪ା୯: ମଧ୍ୟପ୍ରଦେଶର ଇନ୍ଦୋର ଜିଲା ଖଣିଜ ଅଧିକାରୀ ପ୍ରଦୀପ ଖାନ୍ନାଙ୍କ ଘରେ ଲୋକାୟୁକ୍ତ ବିଭାଗ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଘର ଭିତରେ ଅଧିକାରୀମାନେ ବିଳାସପୂର୍ଣ୍ଣ ଜିନିଷ ସବୁ ଦେଖି ଆଶର୍ଯ୍ୟ ହୋଇଯାଇଥିଲେ। ଇନ୍ଦୋର ମାଉଣ୍ଟ ବର୍ଗ କଲୋନୀରେ ପ୍ରଦୀପ…

ଓଟିଡିସିର ‘ବଣଭୋଜି’ ଟୁର୍‌ ପ୍ୟାକେଜ୍

ଭୁବନେଶ୍ୱର(ବ୍ୟୁରୋ),୪ା୯: କରୋନା ମହାମାରୀ ପାଇଁ ଏକପ୍ରକାର ଭୁଶୁଡି ପଡିଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ପୁଣି ଠିଆ କରାଇବାକୁ ପ୍ରୟାସ ଆରମ୍ଭ କରିଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)। ଇକୋ ଟୁରିଜମ୍‌ ଭଳି ଏକାଧିକ ପଦକ୍ଷେପ ହାତକୁ ନେଇଥିବା ନିଗମ ‘ବଣଭୋଜି’…

ଜେଲ ଗଲେ ଏଆର୍‌ସିଏସ୍‌

ଢେଙ୍କାନାଳ ଅଫିସ,୪ା୯: ଢେଙ୍କାନାଳ ସହରସ୍ଥିତ ମହିଷାପାଟଠାରେ ଥିବା ସମବାୟ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି (ଏଆର୍‌ସିଏସ୍‌) ବିଦ୍ୟାଧର ବେହେରା ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗୁରୁବାର ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ବୁଧବାର ଢେଙ୍କାନାଳ ସହରସ୍ଥିତ ମହିଷାପାଟଠାରେ ଥିବା…

ପାକିସ୍ତାନ ପାଇଁ ବିପଦ ଘଣ୍ଟି: ଅସ୍ତ୍ରଶସ୍ତ୍ର ଯୋଗାଇବ ନାହିଁ ରୁଷ

ମସ୍କୋ,୪।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ରେ ଯୋଗ ଦେବାକୁ ପାଇଁ ମସ୍କୋରେ ପହଞ୍ଚିଛନ୍ତି। ଏଠାରେ ସେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ଭେଟି ଦ୍ୱିପାକ୍ଷୀୟ ସହଯୋଗ ବଢାଇବା ନେଇ ଆଲୋଚନା କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ…

ଏନ୍‌ସିଆର୍‌ବି ରିପୋର୍ଟ: ଦେଶରେ ବଢ଼ୁଛି ଶ୍ରମିକ ଆତ୍ମହତ୍ୟା

ଭୁବନେଶ୍ୱର,୪।୯(ବ୍ୟୁରୋ): ଲୋକମାନେ କାମଧନ୍ଦା ହରାଇ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ଏପରି କି ଦୁଇଓଳି ଦୁଇମୁଠା ଖାଇବାକୁ ମଧ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି। ଆର୍ଥିକ ଅନଟନ ସାଙ୍ଗକୁ ମାନସିକ ଚିନ୍ତା ଘର ଓ ପରିବାରକୁ ଧ୍ୱଂସ କରିଦେଉଛି। ରୋଜଗାର…

ଧର୍ମଶାଳା ବ୍ଲକରେ ବନ୍ୟା: ୭ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଫସଲ କ୍ଷତିଗ୍ରସ୍ତ

ଧର୍ମଶାଳା,୪।୯ (ଡି.ଏନ୍‌.ଏ.): ଲଘୁଚାପଜନିତ ଲଗାଣ ବର୍ଷା ଓ ପ୍ରଳୟଙ୍କାରୀ ବନ୍ୟା ଯୋଗୁ ଧର୍ମଶାଳା ବ୍ଲକ ଅଧୀନ ୪୫ ପଞ୍ଚାୟତର ୭ ହଜାର ୭ଶହ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ବ୍ଲକ କୃଷି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ…

ପୁଣି ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୮୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୧୦୯୬ ମୃତ

ନୂଆଦିଲ୍ଲୀ,୪।୯: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୮୩ ହଜାର ୩୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୮ରେ ପହଞ୍ଚିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri