ୟୁଏନ୍‌ଏଚ୍‌ଆର୍‌ସିକୁ ଚାଇନା, ପାକିସ୍ତାନ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫ା୧୦ (ପି.ଟି./ଆଇଏଏନ୍‌ଏସ୍‌): ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)କୁ ପାକିସ୍ତାନ ଓ ଚାଇନା ପୁନଃ ନିର୍ବାଚିତ ହୋଇଛନ୍ତି। ଚାଇନା ଖୁବ୍‌ କମ୍‌ ଭୋଟ ବ୍ୟବଧାନରେ ୟୁଏନ୍‌ଏଚ୍‌ଆର୍‌ସିରେ ଗୋଟିଏ ଆସନ ଜିତିଥିବାବେଳେ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ୫ ରାଷ୍ଟ୍ର ମଧ୍ୟରୁ ସର୍ବାଧିକ ଭୋଟ ହାସଲ କରି ମଜଭୁତ ସ୍ଥିତିରେ ରହିଛି ପାକିସ୍ତାନ। ଏହାକୁ ନେଇ ଉକ୍ତ ଆନ୍ତର୍ଜାତିକ ମାନବାଧିକାର ସଂସ୍ଥାକୁ ବୁଧବାର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏଥିସହ ୟୁଏନ୍‌ଏଚ୍‌ଆର୍‌ସି ପାଇଁ ଏହା ଏକ ‘କଳାଦିବସ’ ଭାବେ କେତେକ ଅନ୍ତର୍ଜାତୀୟ ମାନବାଧିକାର ସଂସ୍ଥା ଅଭିହିତ କରିଛନ୍ତି।
୭୫ତମ ଜାତିସଂଘ ସାଧାରଣ ସଭାରେ ମଙ୍ଗଳବାର ୟୁଏନ୍‌ଏଚ୍‌ଆର୍‌ସି ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ୪୭ ସଦସ୍ୟ ବିଶିଷ୍ଟ ଏହି ପରିଷଦକୁ ୧୫ ରାଷ୍ଟ୍ର ନିର୍ବାଚିତ ହୋଇଛନ୍ତି। ନୂଆ ସଦସ୍ୟ ରାଷ୍ଟ୍ରଗୁଡ଼ିକ ୨୦୨୧ରୁ ଜାନୁୟାରୀରୁ ୩ ବର୍ଷ ପାଇଁ ୟୁଏନ୍‌ଏଚ୍‌ଆର୍‌ସିରେ ପ୍ରତିନିଧିତ୍ୱ କରିବେ। ପାକିସ୍ତାନକୁ ୧୬୯ ଭୋଟ ମିଳିଥିବାବେଳେ ଉଜ୍‌ବେକିସ୍ତାନ ୧୬୪ ଓ ନେପାଳକୁ ୧୫୦ ଖଣ୍ଡ ଭୋଟ ମିଳିଛି। ଚାଇନା ସପକ୍ଷରେ ୧୩୯ ଭୋଟ ପଡ଼ିଛି। ୨୦୧୬ରେ ଚାଇନା ୧୮୦ ଖଣ୍ଡ ଭୋଟ ପାଇଥିବାବେଳେ ଗତବର୍ଷ ଏହାକୁ ନିର୍ବାଚିତ ୧୫ ରାଷ୍ଟ୍ର ମଧ୍ୟରୁ ସର୍ବନିମ୍ନ ଭୋଟ ମିଳିଥିଲା। ତେବେ ପରିଷଦରେ ପୁନଃ ସ୍ଥାନିତ ହେବା ପାଇଁ ରିୟାଧର ଉଦ୍ୟମ ବିଫଳ ହୋଇଛି। ସୌଦି ଆରବକୁ ୯୦ ଭୋଟ ମିଳିଛି।
ଚାଇନା, ରୁଷିଆ ଓ କ୍ୟୁବା ଜାତିସଂଘ ମାନବାଧିକାର ପରିଷଦକୁ ନିର୍ବାଚିତ ହେବା ୨୦୧୮ରେ ପରିଷଦରୁ ଆମେରିକା ଓହରି ମାନବାଧିକାର ସୁରକ୍ଷା ଲାଗି ଅନ୍ୟ ମାଧ୍ୟମ ଆପଣାଇବା ନିଷ୍ପତ୍ତିକୁ ଯଥାର୍ଥତାକୁ ପ୍ରମାଣିତ କରୁଛି ବୋଲି ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଟୁଇଟ୍‌ କରିଛନ୍ତି। ପମ୍ପିଓ କହିଛନ୍ତି, ଶିଞ୍ଜିଆଙ୍ଗ, ମ୍ୟାନ୍‌ମାର, ଇରାନ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକରେ ଆମେ ମାନବାଧିକାର ଉଲ୍ଲଂଘନକାରୀମାନଙ୍କୁ ଚିହ୍ନଟ କରି ଦଣ୍ଡିତ କରିଛୁ। ସେହିପରି ମାନବାଧିକାର ଉପରେ କାର୍ଯ୍ୟ କରୁଥିବା ଜେନେଭାଭିତ୍ତିକ ଆଇନଜୀବୀ ତଥା ୟୁନାଇଟେଡ୍‌ ନେଶନ୍ସ ଓ୍ବାଚ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିଲ୍ଲେଲ ନେଉଏର ମଧ୍ୟ ୪ ରାଷ୍ଟ୍ର ନିର୍ବାଚିତ ହେବା ନେଇ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଜାତିସଂଘର ସଦ୍ୟ ବିଶ୍ୱ ଏପରି ମାନବାଧିକାରକୁ ନେଇ ବିଚାର କରୁଛି, ଯେଉଁଠି ପାକିସ୍ତାନ ଖ୍ରୀଷ୍ଟିଆନ, ହିନ୍ଦୁ ଓ ଅହମଦିଆମାନଙ୍କୁ ଅତ୍ୟାଚାର କରେ। ଚାଇନାରେ ୧୦ ଲକ୍ଷ ଉଇଗରଙ୍କୁ ଶିବିରରେ ବନ୍ଦୀ କରାଯାଇଛି। ରୁଷିଆ ଅସନ୍ତୁଷ୍ଟ ବିଦ୍ରୋହୀଙ୍କୁ ବିଷ ଦେଉଛି। କ୍ୟୁବାରେ ପୋଲିସ ଷ୍ଟେଟ୍‌ ଚାଲିଛି। ତେଣୁ ଏହା ମାନବାଧିକାର ପାଇଁ ଏକ ‘କଳାଦିବସ’। ଅନୁରୂପ ଭାବେ ଭାରତର ବରିଷ୍ଠ ବହିର୍ବ୍ୟାପାର ନୀତି ବିଶେଷଜ୍ଞ ବ୍ରହ୍ମା ଚେଲ୍ଲନୀ ଟୁଇଟ୍‌ କରି କହିଛନ୍ତି, ଚାଇନା ୧ ନିୟୁତରୁ ଊର୍ଦ୍ଧ୍ୱ ମୁସ୍‌ଲମାନଙ୍କୁ ବନ୍ଦୀ କରି ରଖିଥିବାବେଳେ ତିବ୍ବତରେ ଦମନଲୀଳା ଚଳାଇ ଅଟକମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ପାଇଁ ନେବା ସହ ସେମାନଙ୍କୁ ହତ୍ୟା କରୁଛି। ଏହି ଦେଶ ୟୁଏନ୍‌ଏଚ୍‌ଆର୍‌ସିରେ ଏକ ଆସନ ଲାଭ କରିଛି। ଚାଇନା ତା’ର ପ୍ରତିନିଧି ପାକିସ୍ତାନଠାରୁ ୩୦ ଖଣ୍ଡ କମ୍‌ ଭୋଟ ପାଇଛି। ମାନବାଧିକାର ପରିଷଦ କ୍ରମଶଃ ଅପ୍ରାସଙ୍ଗିକ ହେବାରେ ଲାଗିଛି। ପାକ୍‌-ଅଧିକୃତ କଶ୍ମୀର (ପିଓକେ)ର ଅଧିକାର କର୍ମୀ ଅମ୍‌ଜଦ ଆୟୁବ ମିର୍ଜାଙ୍କ ମତରେ ପାକିସ୍ତାନ, ଚାଇନା, କ୍ୟୁବା, ରୁଷିଆ ଓ ସୌଦି ଆରବ ଭଳି ବିଶ୍ୱର ନିକୃଷ୍ଟ ମାନବାଧିକାର ଉଲ୍ଲଂଘନକାରୀ ଦେଶଗୁଡ଼ିକ ଜାତିସଂଘର ଏହି ସଂସ୍ଥାକୁ ନିର୍ବାଚିତ ହେବା ଉକ୍ତ ସଙ୍ଗଠନର ବିଶ୍ୱସନୀୟତାକୁ ଧ୍ୱଂସ କରିଦେବ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ୟୁରୋପ, ଆମେରିକା ଓ କାନାଡାର କେତେକ ମାନବାଧିକାର ଗୋଷ୍ଠୀକୁ ନେଇ ଗଠିତ ମେଣ୍ଟ ଚାଇନା, ରୁଷିଆ, ସୌଦି ଆରବ, କ୍ୟୁବା, ପାକିସ୍ତାନ ଓ ଉଜ୍‌ବେକିସ୍ତାନର ନିର୍ବାଚନକୁ ବିରୋଧ କରିବା ପାଇଁ ଜାତିସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଅନୁରୋଧ କରିଥିଲେ। ଏହି ଦେଶଗୁଡ଼ିକର ମାନବାଧିକାର ରେକର୍ଡ ସେଗୁଡ଼ିକୁ ଅଯୋଗ୍ୟ ସାବ୍ୟସ୍ତ କରିଥିବା ସେମାନେ ଦର୍ଶାଇଥିଲେ। ଏହାସତ୍ତ୍ୱେ ଚାଇନା ଓ ପାକିସ୍ତାନ ୟୁଏନ୍‌ଏଚ୍‌ଆର୍‌ସିକୁ ନିର୍ବାଚିତ ହେବା ଅସନ୍ତୋଷର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri