Home

ବଲିଆ ଗୁଳିକାଣ୍ଡ: ମୁଖ୍ୟ ଅଭିଯୁକ୍ତ ୩ ଦିନ ପରେ ଗିରଫ

ଲକ୍ଷ୍ନୌ, ୧୮।୧୦: ଉତ୍ତରପ୍ରଦେଶ ବଲିଆରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ପ୍ରତାପ ସିଂଙ୍କୁ ୩ ଦିନ ପରେ ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି। ଜନେଶ୍ୱର ମିଶ୍ର ପାର୍କ ଅଞ୍ଚଳରୁ ଧିରେନ୍ଦ୍ରଙ୍କୁ ରବିବାର ଭୋର୍‌ ସମୟରେ ଗିରଫ…

ପଲିଥିନ ବ୍ୟବହାର ବଢୁଛି

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ପଲିଥିନ ପରିବେଶ ଉପରେ ଭୟଙ୍କର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଗମ୍ଭୀର ସ୍ଥିତି ସୃଷ୍ଟି କରି ଚାଲିଛି। ଗ୍ରାମଠାରୁ ସହର ପର୍ଯ୍ୟନ୍ତ ପଲିଥିନର ବହୁଳ ବ୍ୟବହାର ଚିନ୍ତା ବଢ଼ାଇ ଦେଇଛି। ପଲିଥିନର ପ୍ରତିକୂଳ ପ୍ରଭାବକୁ ଦେଖି…

ମାସ୍କ୍‌ ନ ପିନ୍ଧିଲେ ଜେଲଦଣ୍ଡ

କଲୋମ୍ବୋ, ୧୮।୧୦: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଶ୍ରୀଲଙ୍କାରେ କଡ଼ା ଆଇନ ଲାଗୁ କରାଯାଇଛି। ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ, ମାସ୍କ୍‌ ନ ପିନ୍ଧିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ ଦଣ୍ଡାଦେଶ କରାଯିବ। ଏଭଳି ଅମାନିଆଙ୍କୁ ୬ ମାସ…

ଯୋଗୀଙ୍କୁ ଘେରିଲେ ପ୍ରିୟଙ୍କା: ରାଜ୍ୟରେ ଅପରାଧୀଙ୍କୁ ଦିଆଯାଉଛି ସୁରକ୍ଷା

ଲକ୍ଷ୍ନୌ, ୧୮।୧୦: ଉତ୍ତରପ୍ରଦେଶର ଆଇନ ବ୍ୟବସ୍ଥା ନେଇ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସରକାର ରାଜ୍ୟରେ ଝିଅ ବୋହୂଙ୍କୁ ସୁରକ୍ଷା ନ ଦେଇ…

ଗ୍ରେଟର ନୋଏଡ଼ା ଆକାଶରେ ଏଲିଅନ୍‌: ଲୋକେ ଆତଙ୍କିତ !

ନୋଏଡା, ୧୮।୧୦: ଆକାଶରେ ଲାଲ୍‌ ରଙ୍ଗର ଏଲିଅନ୍‌ ନେଇ ଉତ୍ତରପ୍ରଦେଶ ଗ୍ରେଟର ନୋଏଡ଼ା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସ୍ଥାନୀୟ ଦଙ୍କୌର ଅଞ୍ଚଳର ପାରସୌଲ ଗାଁରେ ଲୋକ ଏଭଳି ଏକ ଅଜବ ପ୍ରାଣୀ ଆକାଶରୁ ଖସି ଗାଁ କେନାଲ ଗଛପତ୍ର…

ଭାରତୀୟ ସୀମାରେ କ୍ଷେପଣାସ୍ତ୍ର ପରୀକ୍ଷା କଲା ଚାଇନା

ଲେହ, ୧୮।୧୦: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଦୁଇପକ୍ଷଙ୍କ ମଧ୍ୟରେ ଶାନ୍ତି ଆଲୋଚନା ଉଦ୍ୟମ ବିଫଳ ହେଉଥିବାରୁ ଯୁଦ୍ଧ ଆଶଙ୍କା ଘନିଭୂତ ହେବାରେ ଲାଗିଛି। ଏପରିସ୍ଥଳେ ଚାଇନା ଭାରତ ସୀମାରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି।…

ଟୁଇଟ୍‌କୁ ନେଇ ଫସିଲେ କଙ୍ଗନା

ମୁମ୍ବାଇ, ୧୮ା୧୦: ସୋସିଆଲ ମିଡିଆରେ ଏକ ଟୁଇଟ୍‌କୁ ନେଇ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ଓ ତାଙ୍କ ଭଉଣୀ ରଙ୍ଗୋଲି ଚାଣ୍ଡେଲ ଫସିଯାଇଛନ୍ତି। ସେମାନଙ୍କ ଟୁଇଟ୍‌ ମାରାତ୍ମକ ଓ ଏହା ସ।ମ୍ପ୍ରଦାୟିକ ଭେଦଭାବ ସୃଷ୍ଟିକରିବ ବୋଲି ଅଭିଯୋଗ ହୋଇଥିଲା। ଏନେଇ କାଷ୍ଟିଂ ନିର୍ଦ୍ଦେଶକ…

ନ୍ୟୁଜିଲାଣ୍ଡରେ ପୁଣି ଆର୍ଡେର୍ନ ସରକାର

ଅକ୍‌ଲ୍ୟାଣ୍ଡ, ୧୮ା୧୦: ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ତଥା ଲିବରାଲ ଲେବର ପାର୍ଟି ନେତା ଜାସିଣ୍ଡା ଆର୍ଡେର୍ନ (୪୦) ନିର୍ବାଚନରେ ପୁଣି ଥରେ ବିଜୟୀ ହୋଇଛନ୍ତି। ତାଙ୍କ ଦଳକୁ ୪୯% ଭୋଟ ମିଳିଥିବାବେଳେ ବିରୋଧୀ କଞ୍ଜରଭେଟିଭ୍‌ ନ୍ୟାଶନାଲ ପାର୍ଟିକୁ ମାତ୍ର ୨୭% ଭୋଟ ମିଳିଛି।…

‘ଟିକା ଯୋଗାଣ ପ୍ରକ୍ରିୟା ତ୍ୱରାନ୍ବିତ କର’

ନୂଆଦିଲ୍ଲୀ, ୧୮ା୧୦: ନିର୍ବାଚନ ଓ ପ୍ରକୃତିକ ଦୁର୍ବିପାକ ସମୟରେ ଯେଭଳି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଏ, କରୋନା ଟିକା ଯୋଗାଣ କ୍ଷେତ୍ରରେ ସେହିଭଳି ପ୍ରକ୍ରିୟା ଜାରି ରହିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଶନିବାର କରୋନା ଟିକା ପ୍ରସ୍ତୁତି…

‘ସ୍ପୁଟନିକ୍‌ ଭି’ର କ୍ଲିନିକାଲ ପରୀକ୍ଷା ହେବ

ନୂଆଦିଲ୍ଲୀ,୧୮ା୧୦(ଆଇଏଏନ୍‌ଏସ୍‌): ରୁଷିଆ ଦ୍ୱାରା ବିକଶିତ କୋଭିଡ୍‌-୧୯ ଟିକା ‘ସ୍ପୁଟନିକ୍‌ ଭି’ର ସୁରକ୍ଷାକୁ ନେଇ ସନ୍ଦେହ ଥିବାବେଳେ ଭାରତରେ ଏହାର କ୍ଲିନିକାଲ ମାନବ ପରୀକ୍ଷା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ‘ସ୍ପୁଟନିକ୍‌ ଭି’ର ୨ୟ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୮୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୨୮୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲାରୁ ୪୩୪ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୩୭, ନୂଆପଡ଼ା ୧୬୧…

କରୋନା କଟକଣା : ବିନା ଭକ୍ତରେ ମା’ ତାରାତାରିଣୀଙ୍କ ନବରାତ୍ର ପର୍ବ

ପୁରୁଷୋତ୍ତମପୁର,୧୭ା୧୦(ଡି.ଏନ୍‌.ଏ.): ଶାରଦୀୟ ପୂଜା ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ନବରାତ୍ର ପର୍ବ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କରୋନା କଟକଣା ଯୋଗୁ ବିନା ଭକ୍ତରେ ପୂଜା ପାଇଛନ୍ତି ମା’।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?