ଟୁଇଟ୍‌କୁ ନେଇ ଫସିଲେ କଙ୍ଗନା

ମୁମ୍ବାଇ, ୧୮ା୧୦: ସୋସିଆଲ ମିଡିଆରେ ଏକ ଟୁଇଟ୍‌କୁ ନେଇ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ଓ ତାଙ୍କ ଭଉଣୀ ରଙ୍ଗୋଲି ଚାଣ୍ଡେଲ ଫସିଯାଇଛନ୍ତି। ସେମାନଙ୍କ ଟୁଇଟ୍‌ ମାରାତ୍ମକ ଓ ଏହା ସ।ମ୍ପ୍ରଦାୟିକ ଭେଦଭାବ ସୃଷ୍ଟିକରିବ ବୋଲି ଅଭିଯୋଗ ହୋଇଥିଲା। ଏନେଇ କାଷ୍ଟିଂ ନିର୍ଦ୍ଦେଶକ ତଥା ଫିଟ୍‌ନେସ୍‌ ଟ୍ରେନର ମୁନ୍ନାଓ୍ବାରିଲି ସୟେଦ ଅଭିଯୋଗ ଆଣି ଏହାର ତଦନ୍ତ ଲାଗି ଦାବିକରିବା ପରେ ବାନ୍ଦ୍ରା କୋର୍ଟର ବିଚାରପତି ଜୟଦେଓ ଖୁଲେ ତୁରନ୍ତ କଙ୍ଗନା ଓ ରଙ୍ଗୋଲିଙ୍କ ବିରୋଧରେ ମାମଲା ରୁଜୁକରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ନିର୍ଦ୍ଦେଶ କ୍ରମେ ମୁମ୍ବାଇ ପୋଲିସ ଦୁଇ ଭଉଣୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ପ୍ରକାଶଥାଉ କି, ଟୁଇଟ୍‌ରେ କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ। କଙ୍ଗନାଙ୍କ ମୁମ୍ବାଇସ୍ଥିତ ଘର ଭଙ୍ଗାଯିବା ବେଳେ ବିଏମ୍‌ସି ସହ ତାଙ୍କ ସମ୍ପର୍କ ତିକ୍ତ ହୋଇପଡ଼ିଥିଲା। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ କଙ୍ଗନା ଶିବସେନା ନେତୃତ୍ୱାଧୀନ ସରକାର ବିରୋଧରେ ମଧ୍ୟ ଟୁଇଟ୍‌ କରିଥିଲେ। ଏମିତିକି କୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ବି ସେ ସୋସିଆଲ ମିଡିଆରେ ଏନେଇ କିଛି ନା କିଛି ଲେଖୁଥିଲେ। କୃଷି ଆଇନ ସମ୍ପର୍କରେ ମଧ୍ୟ ସେ ଟୁଇଟ୍‌ କରି ସିଏଏ ବିରୋଧରେ ମିଥ୍ୟା ପ୍ରଚାର କରୁଥିବା ଲୋକ କୃଷି ଆଇନକୁ ବିରୋଧ କରି ମିଥ୍ୟା ପ୍ରଚାର ଚଳାଇଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିକ ହେଲା କାର୍ତ୍ତିକ-କିଆରାଙ୍କ ୱେଡିଂ ଭିଡିଓ!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଯୋଡିକୁ ଦର୍ଶକେ ବେଶ ପସନ୍ଦ କରନ୍ତି । ଏମାନେ ବଡ ପରଦାରେ ପୁଣିଥରେ...

ନିଜଠୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ମହେଶ ବାବୁ, ପରିବାରରେ ପ୍ରଥମେ ଜଣାଇଥିଲେ ….

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ନିଜର ଦୃଢ଼ ଅଭିନୟ ଏବଂ ସୁନ୍ଦର ଚେହେରା ସହିତ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଚଳିତ ବର୍ଷ ମହେଶ...

ସୁପରହିଟ୍‌ ଲିଷ୍ଟରେ ନାହିଁ ଏହି ଅଭିନେତାଙ୍କ ନାମ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଏକ ଶତାବ୍ଦୀରୁ ଅଧିକ ସମୟ ଅତିବାହିତ କରିଛି। ୧୯୧୩ରେ ଆସିଥିବା ‘ରାଜା ହରିଶ୍ଚନ୍ଦ୍ର’ ଫିଲ୍ମର ଆରମ୍ଭ ବୋଲି ବିବେଚନା କରାଯାଏ। ବହୁବର୍ଷ...

ବିଗ୍‌ ବି’ଙ୍କ ବଙ୍ଗଳାରେ ବୋମା, ପୋଲିସ କଣ୍ଟ୍ରୋଲ ରୁମକୁ ଅଜଣା କଲ୍‌…

ମୁମ୍ବାଇ,୭।୮: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ରହିଛି। ଏନେଇ ଏକ ଫୋନ କଲ ଆସିବା ପରେ ପୋଲିସ କଣ୍ଟ୍ରୋଲ ରୁମ୍‌ରେ ଉତ୍ତେଜନା ପ୍ରକାଶ...

ସୋସିଆଲ ମିଡିଆ ଆକାଉଣ୍ଟରୁ ଧନୁଷଙ୍କ ନାମ ହଟାଇଲେ ଐଶ୍ୱର୍ଯ୍ୟା

ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଐଶ୍ବର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦୁହିଁଙ୍କର ଏଭଳି ନିଷ୍ପତ୍ତିକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।...

ନେକ୍ସଟ ଏ କମେଡିରେ ମୃଣାଳ

ମୁମ୍ବାଇ: ଉମେଶ ଶୁକ୍ଲା ନିର୍ଦ୍ଦେଶିତ ‘ନେକ୍ସଟ ଏ କମେଡି’ରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବ। ମରାଠି ଓ ହିନ୍ଦୀ ଫିଲ୍ମରେ ନିଜର କମାଲ୍‌ ଦେଖାଇ...

ଇଡେନ ଗାର୍ଡେନରେ ଜୁହି ଚାଓ୍ବଲା, ଭାଇରାଲ ହେଉଛି ଭିଡିଓ

କୋଲକାତା,୬ା୪: ଇଡେନ ଗାର୍ଡେନ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍‌ ଜାରି ରହିଛି। ଏହି ମ୍ୟାଚ୍‌ରେ ରୟାଲ...

ସିଦ୍ଧାନ୍ତଙ୍କୁ ଡେଟ୍‌ କରୁଛନ୍ତି ଅମିତାଭଙ୍କ ନାତୁଣୀ!

ମୁମ୍ବାଇ: ବିଗ୍‌ ବି ତଥା ଅମିତାଭଙ୍କ ନାତୁଣୀ ନଭ୍ୟା ନଭେଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ନଭ୍ୟା ପ୍ରତ୍ୟେକ ଦିନ ତାଙ୍କ ପ୍ରଶଂସକଙ୍କ ସହ ନୂଆ...

Advertisement
Archives

Model This Week