କରୋନା କଟକଣା : ବିନା ଭକ୍ତରେ ମା’ ତାରାତାରିଣୀଙ୍କ ନବରାତ୍ର ପର୍ବ

ପୁରୁଷୋତ୍ତମପୁର,୧୭ା୧୦(ଡି.ଏନ୍‌.ଏ.): ଶାରଦୀୟ ପୂଜା ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ନବରାତ୍ର ପର୍ବ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କରୋନା କଟକଣା ଯୋଗୁ ବିନା ଭକ୍ତରେ ପୂଜା ପାଇଛନ୍ତି ମା’। ଫଳରେ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିନାହିଁ। ସେବାୟତମାନେ ମା’ ତାରା ତାରିଣୀ ଦୁଇ ଭଉଣୀଙ୍କୁ ଷୋଳପୁତ୍ରୀ ବେଶରେ ସଜ୍ଜିତ କରିଛନ୍ତି। ପରମ୍ପରା ଅନୁସାରେ ସମସ୍ତ ପ୍ରକାର ରୀତିନୀତି ଅନୁସାରେ ମଙ୍ଗଳ ଆଳତି, ଅବକାଶ, ସିଙ୍ଗାର, ମହା ଆଳତି, ଅଖଣ୍ଡ ଦୀପ ସ୍ଥାପନ ସହ ଶୋଡ଼ଶ ଉପଚାର ସାଙ୍ଗକୁ ସପ୍ତସତୀ ଚଣ୍ଡିପାଠ ଓ ପୂଜାର୍ଚ୍ଚନା ହୋଇଛି। ପବିତ୍ର ଗର୍ଭଣା ସଂକ୍ରାନ୍ତି ହେତୁ ମା’ଙ୍କ ବେଢ଼ାଲାଗି କରାଯାଇଛି। ମା’ ଙ୍କ ମୁଖ୍ୟ ପୁରୋହିତ ପଣ୍ଡିତ ସୀମାଞ୍ଚଳ ଦାଶଶର୍ମା ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ସେବାୟତ ସଂଘ ସଭାପତି ତପନ କୁମାର ରଣା ରହିଛନ୍ତି। ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ସେବାୟତ ବାପୁଜୀ ରଣାଙ୍କ ସମେତ ଅନ୍ୟ ସେବାୟତମାନେ ପରିଚାଳନା କରିଛନ୍ତି। ସେହିପରି ଜଳେଶ୍ବର ଖଣ୍ଡି ଗ୍ରାମରେ ବିଜେ ମା’ ଦକ୍ଷିଣ କାଳୀଙ୍କ ପୀଠରେ ମଧ୍ୟ ନବରାତ୍ର ପର୍ବ ଆରମ୍ଭ ହୋଇଛି। ମା’ ଙ୍କ ମୁଖ୍ୟ ପରୋହିତ ସୁଧାଂଶୁ ଶେଖର ମିଶ୍ର ପୂଜାର୍ଚ୍ଚନା କରିଥିବା ବେଳେ ମନ୍ଦିର ଟ୍ରଷ୍ଟି ଶଶିଭୂଷଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସମସ୍ତ ପୂଜକ ସହାୟତା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ବାଲ ଜୁସ୍‌ ବ୍ୟବସାୟ ଦେଉଛି ଆତ୍ମସନ୍ତୋଷ

ରାକେଶ କୁମାର ରାଉତ ଫୁଲବାଣୀ ଅଫିସ, ୧୫ା୩ – ଫୁଲବାଣୀ ସହରର ଉଚ୍ଚ ଶିକ୍ଷିତ ଯୁବକ ରତନ ଚୌଧୁରୀ। ସାମାଜିକ ବିଜ୍ଞାନରେ ସ୍ନାତୋକତ୍ତର ଡିଗ୍ରୀ। ଚାକିରି...

ମୋଦି, ଯୋଗୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

ବରଗଡ଼ ଅଫିସ,୨।୧୦: କୃଷି ବିଲ୍‌କୁ ବିରୋଧ ଏବଂ ଉତ୍ତରପ୍ରଦେଶର ହତରସ ଅଞ୍ଚଳରେ ଗଣ ବଳାତ୍କାରରେ ମୃତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବରଗଡ଼ ଜିଲା କଂଗ୍ରେସ...

ଚାଷୀଙ୍କୁ ମିଳୁନି ଟୋକନ, ଖଳାରେ ପଡିଛି ଧାନ

ଗୁଣପୁର,୬ା୧୨(ଡି.ଏନ୍‌.ଏ.): ଚାଷୀଙ୍କ ଏବେ ବିଷମ ସ୍ଥିତି। ବର୍ଷ ତମାମ ଜମିରେ ଖଟି ଧାନ ସଂଗ୍ରହ କରିଥିବାବେଳେ ଏବେ ତାହାକୁ ବିକ୍ରି କରିବାକୁ ନେଇ ଦେଖାଦଇଛି ଜଟିଳ...

ଆଉ କିଛିଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି, ଯୁବକଙ୍କୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୫ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ହଂସପୁରରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ଗତ ୨୨ ତାରିଖ ରାତିରେ ପିଟିପିଟି ହତ୍ୟା କରାଯାଇଥିଲା। ତେବେ ଏହି...

କରୋନା ଯୋଗୁ ଗୋରୁଗାଈ ଓପାସରେ

ସମ୍ବଲପୁର, ୧୧।୪ (ବ୍ୟୁରୋ)- କରୋନା ଭୂତାଣୁ ପ୍ରତିଷେଧକ ଭାବେ ସମ୍ବଲପୁରରେ ଲକ୍‌ ଡାଉନ ଜାରି ରହିଛି । ଗରିବ ଜନସାଧାରଣଙ୍କୁ ଜିଲା ପ୍ରଶାସନ ଓ ବିଭିନ୍ନ...

କୋଭିଡ୍‌ କଟକଣା ଉଲ୍ଲଂଘନ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅଙ୍କ ନାଁରେ ମାମଲା ରୁଜୁ

ଝାରସୁଗୁଡ଼ା ଅଫିସ,୨୯ା୬: କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାମରେ ରବିବାର ଝାରସୁଗୁଡ଼ା ଥାନା ପୋଲିସ ଏକ ମାମଲା...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ଆମ୍ବୁଲାନ୍ସ ଅଟକ ରଖିଲେ ଗ୍ରାମବାସୀ

ଖଇରା,୩୧।୧୦(ଡି.ଏନ୍‌.ଏ.): ସିକନ୍ଦରାବାଦର ଏକ କେମିକାଲ କମ୍ପାନୀରେ କାର୍ଯ୍ୟ କରୁଥିବା ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ସଇଁ ଗ୍ରାମର ଶ୍ରୀଧର ମହାନ୍ତି(୪୩)ଙ୍କ ଦୁଇଦିନ ତଳେ ସେଠାରେ...

କୁନ୍ଦୁଲି ଗଣବଳାତ୍କାର, ଆତ୍ମହତ୍ୟା ମାମଲା: ୪ ସପ୍ତାହରେ ତଦନ୍ତ ଶେଷ କର

କଟକ ଅଫିସ, ୩ା୮: ବହୁଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲାର ତଦନ୍ତ ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ ଶୁକ୍ରବାର ହାଇକୋର୍ଟ ରାଜ୍ୟ ସରକାରଙ୍କୁ...

Advertisement
Archives

Model This Week