‘ଟିକା ଯୋଗାଣ ପ୍ରକ୍ରିୟା ତ୍ୱରାନ୍ବିତ କର’

ନୂଆଦିଲ୍ଲୀ, ୧୮ା୧୦: ନିର୍ବାଚନ ଓ ପ୍ରକୃତିକ ଦୁର୍ବିପାକ ସମୟରେ ଯେଭଳି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଏ, କରୋନା ଟିକା ଯୋଗାଣ କ୍ଷେତ୍ରରେ ସେହିଭଳି ପ୍ରକ୍ରିୟା ଜାରି ରହିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଶନିବାର କରୋନା ଟିକା ପ୍ରସ୍ତୁତି ଓ ଯୋଗାଣ ସମ୍ପର୍କରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ମୋଦି ଅଧ୍ୟକ୍ଷତା କରି ଟିକା ଆସିବା ମାତ୍ରେ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ସାମାଜିକ ସଙ୍ଗଠନକୁ ଏଥିରେ ସାମିଲ କରାଯିବ ବୋଲି ସେ କହିଥିଲେ। ଦେଶର ସମସ୍ତ ବ୍ୟକ୍ତିଙ୍କୁ ଠିକ୍‌ ଭାବେ ଏହା ଯୋଗାଇଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଟିକାର ଯୋଗାଣ ସହ କୋଲ୍ଡ ଷ୍ଟୋରେଜ୍‌ ବ୍ୟବସ୍ଥା କରିବା ଜରୁରୀ ବୋଲି ସେ ମତ ଦେଇଛନ୍ତି। ଏନେଇ ଯୋଜନାବଦ୍ଧ ଭାବେ ସବୁ କାର୍ଯ୍ୟ ସଠିକ୍‌ ଢଙ୍ଗରେ କରାଯିବା ଗୁରୁତ୍ୱପୂର୍ଣ୍ଣ। କରୋନା ଟିକା ପରିଚାଳନା ଲାଗି ଜାତୀୟ ବିଶେଷଜ୍ଞ ଦଳ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ବିଭିନ୍ନ ଷ୍ଟକ୍‌ହୋଲ୍ଡରଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଟିକାର ସୁପରିଚାଳନା ଓ ଷ୍ଟୋରେଜ୍‌ ବ୍ୟବସ୍ଥା ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଇଛି। ତେଣୁ ପୂର୍ବ ପ୍ରସ୍ତୁତିକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ଲାଗି ମୋଦି କହିଛନ୍ତି।
ଗତମାସରେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ୨୫ କୋଟି ସ୍ବାସ୍ଥ୍ୟକର୍ମୀ ଓ ବିଭିନ୍ନ ଲୋକଙ୍କୁ ପ୍ରାଥମିକ ଭାବେ ଟିକା ପ୍ରଦାନ କରାଯିବ ବୋଲି କହିଥିଲେ। ପରେ ଦ୍ୱିତୀୟ ବୈଠକ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶନିବାର ବସି ଏନେଇ ପୁନଃ ସମୀକ୍ଷା କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ରୋଗୀସଂଖ୍ୟା ୭୪ ଲକ୍ଷ ପାର୍‌ କରିଛି। ସମସ୍ତେ କରୋନା ଟିକାକୁ ଅପେକ୍ଷା କରି ରହିଛନ୍ତି। ୩ ଟିକା ଏବେ ଭାରତରେ ଆଡ୍‌ଭାନ୍ସ ଷ୍ଟେଜ୍‌ରେ ରହିଛି। ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଅଧିକାରୀମାନେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି କହିଛନ୍ତି। ଏହା ବ୍ୟତୀତ ରୁଷିଆର କରୋନା ଟିକା ‘ସ୍ପୁଟିନିକ୍‌-ଭି’ର ତୃତୀୟ ମାନବ ପରୀକ୍ଷା କରାଯିବା ଲାଗି ଅନୁମତି ମିଳିଛି। ବିଭିନ୍ନ ଦୃଷ୍ଟିକୋଣରୁ ଖୁବ୍‌ ଶୀଘ୍ର ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି କୁହାଯାଉଛି। ହେଲେ ଟିକା ନ ଆସିବା ପୂର୍ବରୁ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନି ଲଣ୍ଡରିଂ ମାମଲା: କଂଗ୍ରେସ ନେତା ଶିବକୁମାର ଗିରଫ

ନୂଆଦିଲ୍ଲୀ, ୪ା୯: କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ଗିରଫ କରିଛି। କର୍ନାଟକର ଏହି ପୂର୍ବତନ ମନ୍ତ୍ରୀ...

ବଳାତ୍କାର-ହତ୍ୟା ମାମଲାରେ ଦଣ୍ଡାଦେଶ ହେବ ନାହିଁ କୋହଳ, ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୨୭।୭ : ଚାରି ବର୍ଷର ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡକୁ କୋହଳ କରିବା ଆବେଦନକୁ ସୁପ୍ରିମକୋର୍ଟ...

ଭାରତୀୟ ହେଲେ ୟାହୁର ନିର୍ଦ୍ଦେଶକ

ଓ୍ବାଶିଂଟନ,୨୯।୨: ଆମେରିକାର ସିଲିକନ ଭ୍ୟାଲି ସ୍ଥିତ ୟାହୁ ଡଟ୍‌ ଇନ୍‌ର ନିର୍ଦ୍ଦେଶକ ଭାବେ ଜଣେ ଭାରତୀୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଗୋରଖପୁରର...

କନ୍ୟା ୭୫କୁ ବର ୯୦: ପରିବାରର ସହମତିରେ ହେଲା ବିବାହ

ଲକ୍ଷ୍ନୌ,୬ ।୯: ‘ଉମ୍ର ୫୫କି ଦିଲ ବଚପନ କା’ ହିନ୍ଦୀର ଏହି ପ୍ରୋଭର୍ବ ଏବେ ସତକୁ ସତ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ରାମପୁରରେ...

ସତ ଲୁଚାଉଛି ଚାଇନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪ା୪: କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ ଭିତରକୁ ଯିବା ପାଇଁ ଆମେରିକୀୟ ବୈଜ୍ଞାନିକମାନଙ୍କୁ ମନା କରିଦେଇଛି ଚାଇନା। ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି କିମ୍ବା...

ଘୁଞ୍ଚି ଘୁଞ୍ଚି ଯାଉଛି ଫାଶୀ ଦଉଡ଼ି: ସୁପ୍ରିମ୍‌କୋର୍ଟ ପରେ ଏବେ ନିର୍ବାଚନ କମିଶନଙ୍କୁ ଆବେଦନ

ନୂଆଦିଲ୍ଲୀ,୨୦।୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି। ଇତିମଧ୍ୟରେ ୩ ଥର ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ତେବେ ଦୋଷୀ...

ଦୈନିକ ସଂକ୍ରମଣ ୩ ଶହ ଟପିଲା…

ନୂଆଦିଲ୍ଲୀ, ୪।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

୧୦୦ ଲକ୍ଷ କୋଟିରେ ଭିତ୍ତିଭୂମି ବିକାଶ

ନୂଆଦିଲ୍ଲୀ,୧୭ା୮, (ପି.ଟି./ଆଇଏଏନ୍‌ଏସ୍‌): ଭାରତର ୭୩ତମ ସ୍ବାଧୀନତା ଦିବସ ଗୁରୁବାର ଦେଶବ୍ୟାପୀ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଷଷ୍ଠଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ...

Advertisement
Archives

Model This Week