‘ଟିକା ଯୋଗାଣ ପ୍ରକ୍ରିୟା ତ୍ୱରାନ୍ବିତ କର’

ନୂଆଦିଲ୍ଲୀ, ୧୮ା୧୦: ନିର୍ବାଚନ ଓ ପ୍ରକୃତିକ ଦୁର୍ବିପାକ ସମୟରେ ଯେଭଳି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଏ, କରୋନା ଟିକା ଯୋଗାଣ କ୍ଷେତ୍ରରେ ସେହିଭଳି ପ୍ରକ୍ରିୟା ଜାରି ରହିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଶନିବାର କରୋନା ଟିକା ପ୍ରସ୍ତୁତି ଓ ଯୋଗାଣ ସମ୍ପର୍କରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ମୋଦି ଅଧ୍ୟକ୍ଷତା କରି ଟିକା ଆସିବା ମାତ୍ରେ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ସାମାଜିକ ସଙ୍ଗଠନକୁ ଏଥିରେ ସାମିଲ କରାଯିବ ବୋଲି ସେ କହିଥିଲେ। ଦେଶର ସମସ୍ତ ବ୍ୟକ୍ତିଙ୍କୁ ଠିକ୍‌ ଭାବେ ଏହା ଯୋଗାଇଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଟିକାର ଯୋଗାଣ ସହ କୋଲ୍ଡ ଷ୍ଟୋରେଜ୍‌ ବ୍ୟବସ୍ଥା କରିବା ଜରୁରୀ ବୋଲି ସେ ମତ ଦେଇଛନ୍ତି। ଏନେଇ ଯୋଜନାବଦ୍ଧ ଭାବେ ସବୁ କାର୍ଯ୍ୟ ସଠିକ୍‌ ଢଙ୍ଗରେ କରାଯିବା ଗୁରୁତ୍ୱପୂର୍ଣ୍ଣ। କରୋନା ଟିକା ପରିଚାଳନା ଲାଗି ଜାତୀୟ ବିଶେଷଜ୍ଞ ଦଳ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ବିଭିନ୍ନ ଷ୍ଟକ୍‌ହୋଲ୍ଡରଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଟିକାର ସୁପରିଚାଳନା ଓ ଷ୍ଟୋରେଜ୍‌ ବ୍ୟବସ୍ଥା ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଇଛି। ତେଣୁ ପୂର୍ବ ପ୍ରସ୍ତୁତିକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ଲାଗି ମୋଦି କହିଛନ୍ତି।
ଗତମାସରେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ୨୫ କୋଟି ସ୍ବାସ୍ଥ୍ୟକର୍ମୀ ଓ ବିଭିନ୍ନ ଲୋକଙ୍କୁ ପ୍ରାଥମିକ ଭାବେ ଟିକା ପ୍ରଦାନ କରାଯିବ ବୋଲି କହିଥିଲେ। ପରେ ଦ୍ୱିତୀୟ ବୈଠକ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶନିବାର ବସି ଏନେଇ ପୁନଃ ସମୀକ୍ଷା କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ରୋଗୀସଂଖ୍ୟା ୭୪ ଲକ୍ଷ ପାର୍‌ କରିଛି। ସମସ୍ତେ କରୋନା ଟିକାକୁ ଅପେକ୍ଷା କରି ରହିଛନ୍ତି। ୩ ଟିକା ଏବେ ଭାରତରେ ଆଡ୍‌ଭାନ୍ସ ଷ୍ଟେଜ୍‌ରେ ରହିଛି। ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଅଧିକାରୀମାନେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି କହିଛନ୍ତି। ଏହା ବ୍ୟତୀତ ରୁଷିଆର କରୋନା ଟିକା ‘ସ୍ପୁଟିନିକ୍‌-ଭି’ର ତୃତୀୟ ମାନବ ପରୀକ୍ଷା କରାଯିବା ଲାଗି ଅନୁମତି ମିଳିଛି। ବିଭିନ୍ନ ଦୃଷ୍ଟିକୋଣରୁ ଖୁବ୍‌ ଶୀଘ୍ର ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି କୁହାଯାଉଛି। ହେଲେ ଟିକା ନ ଆସିବା ପୂର୍ବରୁ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?