ନ୍ୟୁଜିଲାଣ୍ଡରେ ପୁଣି ଆର୍ଡେର୍ନ ସରକାର

ଅକ୍‌ଲ୍ୟାଣ୍ଡ, ୧୮ା୧୦: ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ତଥା ଲିବରାଲ ଲେବର ପାର୍ଟି ନେତା ଜାସିଣ୍ଡା ଆର୍ଡେର୍ନ (୪୦) ନିର୍ବାଚନରେ ପୁଣି ଥରେ ବିଜୟୀ ହୋଇଛନ୍ତି। ତାଙ୍କ ଦଳକୁ ୪୯% ଭୋଟ ମିଳିଥିବାବେଳେ ବିରୋଧୀ କଞ୍ଜରଭେଟିଭ୍‌ ନ୍ୟାଶନାଲ ପାର୍ଟିକୁ ମାତ୍ର ୨୭% ଭୋଟ ମିଳିଛି। ଶନିବାର ଫଳାଫଳ ସାମ୍ନାକୁ ଆସିଥିବାବେଳେ ଗତ ୫୦ ବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡରେ ଏଭଳି ସମର୍ଥନ କାହାକୁ ମିଳି ନ ଥିଲା। ଆର୍ଡେର୍ନ ବିଜୟୀ ଭାଷଣରେ ଏଭଳି ବିପୁଳ ସମର୍ଥନକୁ ପ୍ରଶଂସାକରିବା ସହ ଦେଶବାସୀଙ୍କ ଲାଗି କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ମହାମାରୀ କରୋନା ସମୟରେ ଆର୍ଡେର୍ନଙ୍କ ପ୍ରୟାସ ବେଶ୍‌ ସଫଳ ଥିଲା। ଏବେ କୌଣସି ସାମ୍ପ୍ରଦାୟିକ ସଂକ୍ରମଣ ସେଠାରେ ନାହିଁ। ସାମାଜିକ ଦୂରତ୍ୱ ରକ୍ଷା କିମ୍ବା ମାସ୍କ ପିନ୍ଧିବା ଆଉ ପ୍ରାୟ ନାହିଁ। ଗତ ମାର୍ଚ୍ଚରେ ମାତ୍ର ୧୦୦ ଲୋକ ଦେଶରେ କରୋନା ସଂକ୍ରମଣ ହେବା ପରେ ସୀମା ସିଲ୍‌ କରାଯାଇ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଫଳରେ କରୋନାକୁ ରୋକିବାରେ ଏହା ସଫଳ ହୋଇଥିଲା। ଗତବର୍ଷ ଖ୍ରୀଷ୍ଟଚର୍ଚ୍ଚ ମସ୍‌ଜିଦରେ ଆକ୍ରମଣ କରାଯାଇ ୫୧ ମୁସଲମାନ ଭକ୍ତଙ୍କୁ ହତ୍ୟା କରାଯିବା ପରେ ପ୍ରଧାନମନ୍ତ୍ରୀ ଆର୍ଡେର୍ନ କଡ଼ା ପଦକ୍ଷେପ ଗ୍ରହଣ କରିଥିଲେ। ଘାତକ ସେମି ଅଟୋମେଟିକ୍‌ ଅସ୍ତ୍ର ବ୍ୟବହାର ଉପରେ କଟକଣା ଲଗାଇବା ଲାଗି ନୂଆ ଆଇନ ଆଣିଥିଲେ। ଶାନ୍ତି ଓ ବିକାଶ ମାର୍ଗକୁ ସେ ସବୁବେଳେ ଗୁରୁତ୍ୱ ଦେଇଆସୁଥିବାରୁ ଦେଶବାସୀ ତାଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?