ନ୍ୟୁଜିଲାଣ୍ଡରେ ପୁଣି ଆର୍ଡେର୍ନ ସରକାର

ଅକ୍‌ଲ୍ୟାଣ୍ଡ, ୧୮ା୧୦: ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ତଥା ଲିବରାଲ ଲେବର ପାର୍ଟି ନେତା ଜାସିଣ୍ଡା ଆର୍ଡେର୍ନ (୪୦) ନିର୍ବାଚନରେ ପୁଣି ଥରେ ବିଜୟୀ ହୋଇଛନ୍ତି। ତାଙ୍କ ଦଳକୁ ୪୯% ଭୋଟ ମିଳିଥିବାବେଳେ ବିରୋଧୀ କଞ୍ଜରଭେଟିଭ୍‌ ନ୍ୟାଶନାଲ ପାର୍ଟିକୁ ମାତ୍ର ୨୭% ଭୋଟ ମିଳିଛି। ଶନିବାର ଫଳାଫଳ ସାମ୍ନାକୁ ଆସିଥିବାବେଳେ ଗତ ୫୦ ବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡରେ ଏଭଳି ସମର୍ଥନ କାହାକୁ ମିଳି ନ ଥିଲା। ଆର୍ଡେର୍ନ ବିଜୟୀ ଭାଷଣରେ ଏଭଳି ବିପୁଳ ସମର୍ଥନକୁ ପ୍ରଶଂସାକରିବା ସହ ଦେଶବାସୀଙ୍କ ଲାଗି କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ମହାମାରୀ କରୋନା ସମୟରେ ଆର୍ଡେର୍ନଙ୍କ ପ୍ରୟାସ ବେଶ୍‌ ସଫଳ ଥିଲା। ଏବେ କୌଣସି ସାମ୍ପ୍ରଦାୟିକ ସଂକ୍ରମଣ ସେଠାରେ ନାହିଁ। ସାମାଜିକ ଦୂରତ୍ୱ ରକ୍ଷା କିମ୍ବା ମାସ୍କ ପିନ୍ଧିବା ଆଉ ପ୍ରାୟ ନାହିଁ। ଗତ ମାର୍ଚ୍ଚରେ ମାତ୍ର ୧୦୦ ଲୋକ ଦେଶରେ କରୋନା ସଂକ୍ରମଣ ହେବା ପରେ ସୀମା ସିଲ୍‌ କରାଯାଇ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଫଳରେ କରୋନାକୁ ରୋକିବାରେ ଏହା ସଫଳ ହୋଇଥିଲା। ଗତବର୍ଷ ଖ୍ରୀଷ୍ଟଚର୍ଚ୍ଚ ମସ୍‌ଜିଦରେ ଆକ୍ରମଣ କରାଯାଇ ୫୧ ମୁସଲମାନ ଭକ୍ତଙ୍କୁ ହତ୍ୟା କରାଯିବା ପରେ ପ୍ରଧାନମନ୍ତ୍ରୀ ଆର୍ଡେର୍ନ କଡ଼ା ପଦକ୍ଷେପ ଗ୍ରହଣ କରିଥିଲେ। ଘାତକ ସେମି ଅଟୋମେଟିକ୍‌ ଅସ୍ତ୍ର ବ୍ୟବହାର ଉପରେ କଟକଣା ଲଗାଇବା ଲାଗି ନୂଆ ଆଇନ ଆଣିଥିଲେ। ଶାନ୍ତି ଓ ବିକାଶ ମାର୍ଗକୁ ସେ ସବୁବେଳେ ଗୁରୁତ୍ୱ ଦେଇଆସୁଥିବାରୁ ଦେଶବାସୀ ତାଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନୁଷ୍ୟ ଶରୀରରେ ଘୁଷୁରି ହାର୍ଟ

ନ୍ୟୁୟର୍କ,୧୩।୭: ମାନବ ଅଙ୍ଗର ଅଭାବକୁ ଦୂର କରିବା ପାଇଁ ଘୁଷୁରି ଅଙ୍ଗ ବ୍ୟବହାର କରିବାର ଲକ୍ଷ୍ୟ ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି ନ୍ୟୁୟର୍କ...

ସିଦ୍ଧାର୍ଥଙ୍କ ସହ ଯାହା ଘଟିଛି, ମୋ ସହ ବି ସେମିତି ହୋଇଥିଲା:ମାଲ୍ୟା

ଲଣ୍ଡନ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରଯାଇଛି। ବ୍ୟବସାୟରେ କ୍ଷତି...

ଆତଙ୍କବାଦୀ ଶିବିର ଧ୍ୱଂସ ଘଟଣା: ଭାରତର ଦାବିକୁ ପାକ୍‌ର ଖଣ୍ଡନ

ଇସ୍‌ଲାମାବାଦ,୨୨ା୧୦(ପି.ଟି.)- ପିଓକେରେ ପଶି ଭାରତ ୩ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ସହ ଅନେକ ପାକ୍‌ ସୈନ୍ୟ ଓ ଆତଙ୍କବାଦୀଙ୍କୁ ମାରିଥିବା ଦାବି କରୁଥିବାବେଳେ ପାକିସ୍ତାନ...

ତାଲିବାନ-ଆଇଏସଆଇଏସ ମୁହାଁମୁହିଁ…

କାବୁଲ,୧୯।୩ : ଆଫଗାନିସ୍ତାନରେ ତାଲିବାନ ଆଇଏସଆଇଏସ ମୁହାଁମୁହିଁ ହୋଇଛନ୍ତି। ତାଲିବାନ ଆକ୍ରମଣରେ କେତେକ ଆଇଏସଆଇଏସ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ କହିଛନ୍ତି...

ବୋତଲରେ ବନ୍ଦ କରି ୭୪ ବିଲୁପ୍ତ ପ୍ରଜାତି ଶୁଆ ଚୋରା ଚାଲାଣ: ବନ୍ଦର ଅଧିକାରୀଙ୍କ ହାତରେ ପଡ଼ିଲା ଧରା

ପାପୁଆ,୨୧।୧୧: ଇଣ୍ଡୋନେସିଆର ପାପୁଆ ବନ୍ଦରରେ ପ୍ଲାଷ୍ଟିକ୍‌ ବୋତଲରେ ବନ୍ଦ ଥିବା ୭୪ ବିଲୁପ୍ତ ପ୍ରଜାତିର ଶୁଆ ଚୋରା ଚାଲାଣ ହେଉଥିବା ସମୟରେ ଧରା ପଡ଼ିଛି। ବନ୍ଦର...

ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ପୁଟିନ୍‌ଙ୍କ ନଜର…

ମସ୍କୋ, ୧୦।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫିନଲାଣ୍ଡ ନାଟୋ ଦେଶଗୁଡ଼ିକର ନିକଟତର ହେବାରେ ଲାଗିଛି। ଫଳରେ ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ରୁଷିଆ...

ଆର୍କଟିକରେ କୁଢ଼ କୁଢ଼ ପ୍ଲାଷ୍ଟିକ ବର୍ଜ୍ୟ, ପୃଥିବୀ ପାଇଁ ବିପଦ ମାଡ଼ି ଆସୁଛି…

ଓ୍ବାଶିଂଟନ/ବର୍ଲିନ, ୬।୪ : ପୃଥିବୀର ସବୁଠାରୁ ଜନଶୂନ୍ୟ ଏବଂ ବରଫ ଅଞ୍ଚଳ ମଧ୍ୟରୁ ଆର୍କଟିକ ଅନ୍ୟତମ। ମାତ୍ର ସେଠାରେ ଏବେ ପୃଥିବୀର ଅନ୍ୟ ଅଞ୍ଚଳ ଭଳି...

ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶ ଜବାବ ଦିଅନ୍ତୁ, ସୁରକ୍ଷା ପରିଷଦରେ କହିଲେ ରୁଚିରା…

ଜେନେଭା,୨।୩ : ଏସିଆ ଏବଂ ଆଫ୍ରିକାରେ ଆତଙ୍କବାଦ ବିସ୍ତାରକୁ ନେଇ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ଚିନ୍ତା ପ୍ରକଟ କରିଛି। ଭାରତ ଜୋର ଦେଇଛି ଯେ...

Advertisement
Archives

Model This Week