‘ସ୍ପୁଟନିକ୍‌ ଭି’ର କ୍ଲିନିକାଲ ପରୀକ୍ଷା ହେବ

ନୂଆଦିଲ୍ଲୀ,୧୮ା୧୦(ଆଇଏଏନ୍‌ଏସ୍‌): ରୁଷିଆ ଦ୍ୱାରା ବିକଶିତ କୋଭିଡ୍‌-୧୯ ଟିକା ‘ସ୍ପୁଟନିକ୍‌ ଭି’ର ସୁରକ୍ଷାକୁ ନେଇ ସନ୍ଦେହ ଥିବାବେଳେ ଭାରତରେ ଏହାର କ୍ଲିନିକାଲ ମାନବ ପରୀକ୍ଷା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ‘ସ୍ପୁଟନିକ୍‌ ଭି’ର ୨ୟ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ଭାରତରେ ଅବସ୍ଥିତ ବିଶ୍ୱସ୍ତରୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ‘ଡ. ରେଡ୍ଡୀ’କୁ ଅନୁମତି ପ୍ରଦାନ କରିଛି।
ଲୋକଙ୍କ ଜୀବନ ନେଇ ଚାଲିଥିବା କୋଭିଡ୍‌-୧୯କୁ ପ୍ରତିହତ କରିବା ପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନଙ୍କ ଅନେକ ଟିମ୍‌ ଟିକା ପ୍ରସ୍ତୁତି ଚଳାଇଛନ୍ତି। ଏଭଳି ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଗତ ଅଗଷ୍ଟ ୧୧ରେ କୋଭିଡ୍‌ ଟିକା (ସ୍ପୁଟନିକ୍‌ ଭି) ଉଦ୍ଭାବନ କରିଥିବା ରୁଷିଆ ଦାବି କରିଥିଲା। ଏହି ଟିକାକୁ ଗାମାଲେୟା ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିଲା। ଏହା ସ୍ଥିର କୋଷିକା ଓ ଆଣ୍ଟିବଡି ପ୍ରତିଷେଧକ ପ୍ରସ୍ତୁତ କରିବାରେ ସକ୍ଷମ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଥିଲେ। ଭାରତରେ ‘ସ୍ପୁଟନିକ୍‌ ଭି’ର କ୍ଲିନିକାଲ ପରୀକ୍ଷା ଏବଂ ବିତରଣ ପାଇଁ ଗତ ସେପ୍ଟେମ୍ବର ୧୬ରେ ଟିକାର ମାର୍କେଟିଂ ଦାୟିତ୍ୱ ତୁଲାଉଥିବା ରୁଷିଆନ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ(ଆର୍‌ଡିଆଇଏଫ୍‌) ଏବଂ ଡ. ରେଡ୍ଡୀସ୍‌ ଲାବରେଟୋରିଜ୍‌ ଲିମିଟେଡ୍‌ ମଧ୍ୟରେ ଚୁକ୍ତି ହୋଇଥିଲା। ତଦନୁଯାୟୀ ଭାରତରେ ବ୍ୟାପକ ଭାବେ ଟିକା ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ରୁଷିଆରେ ‘ସ୍ପୁଟନିକ୍‌ ଭି’ ଏକ ଟିକା ଭାବେ ପଞ୍ଜୀକୃତ ହେବା ପୂର୍ବରୁ ଏହାର ପରୀକ୍ଷା (ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ)କମ୍‌ସଂଖ୍ୟକ ଲୋକଙ୍କଠାରେ କରାଯାଇଥିଲା। ଫଳରେ ତାହାର ସୁରକ୍ଷାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏହି କାରଣରୁ ଡିସିଜିଆଇ ଟିକା ପରୀକ୍ଷାକୁ ସ୍ଥଗିତ ରଖିଥିଲା। ବର୍ତ୍ତମାନ ରୁଷିଆରେ ୪୦ ହଜାର ଲୋକଙ୍କୁ ନେଇ ‘ସ୍କୁଟନିକ୍‌ ଭି’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ସେହିପରି ବେଲାରୁଷ, ଭେନେଜୁଏଲା, ୟୁଏଇରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ଭାରତରେ ୧୫୦୦ ଲୋକଙ୍କଠାରେ ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ନୂଆ ଚୁକ୍ତି ହୋଇଛି ବୋଲି ଆର୍‌ଡିଆଇଏଫ୍‌ ପକ୍ଷରୁ ଶନିବାର କୁହାଯାଇଛି। ଭାରତରେ ପରୀକ୍ଷା ସଫଳ ହେଲେ ଏବଂ ଡିସିଜିଆଇର ଅନୁମତି ମିଳିଲେ ଡ. ରେଡ୍ଡୀ ଟିକାକୁ ବିତରଣ କରିବ। ଏଥିପାଇଁ ଆର୍‌ଡିଆଇଏଫ୍‌ ୧୦୦ ନିୟୁତ ଡୋଜ୍‌ ଡ. ରେଡ୍ଡୀକୁ ଯୋଗାଇଦେବ ବୋଲି ଜଣାପଡ଼ିଛି। ମହାମାରୀର ମୁକାବିଲା ପାଇଁ ଆମେ ଏକ ନିରାପଦ ତଥା ପ୍ରଭାବଶାଳୀ ଟିକା ଆଣିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଡ. ରେଡ୍ଡୀସ୍‌ ଲାବରେଟୋରିଜ୍‌ ଲିମିଟେଡ୍‌ର ସହ-ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଜି. ପ୍ରସାଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri