ବିପଦରେ ହାତୀବଂଶ
ସମ୍ବଲପୁର, ୨୬।୧୨: ସମ୍ବଲପୁର ଆର୍ସିସିଏଫ୍ ସର୍କଲ ଅଧୀନରେ ଥିବା ବନଖଣ୍ଡରେ ହାତୀବଂଶ ଏବେ ବିପଦରେ। ବିଗତ ଦିନର ତଥ୍ୟକୁ ଦେଖିଲେ ଏହା ସ୍ପଷ୍ଟ କୁହାଯାଇପାରିବ। ସରକାରୀ ସ୍ତରରୁ ମିଳିଥିବା ସୂଚନା ଅନୁସାରେ ଏହି ସର୍କଲ ଅଧୀନରେ ଥିବା ୬ ବନଖଣ୍ଡରେ ୧୫୪…
ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍ ଡ୍ରାଇଭର…
ଶ୍ରୀନଗର,୨୬।୧୨: ଧୀରେଧୀରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦର କଳାବାଦଲ ହଟିବାରେ ଲାଗିଛି। ଏଠାରେ ବହୁବିଧ ବିକାଶ କାର୍ଯ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି। ଏପରିସ୍ଥଳେ ରାଜ୍ୟର ପ୍ରଥମ ମହିଳା ବସ୍ ଡ୍ରାଇଭର ଭାବେ ୩୦ ବର୍ଷ ବୟସ୍କା ପୂଜା ଦେବୀ କାର୍ଯ୍ୟ ଆରମ୍ଭ କରିଛନ୍ତି।…
ଆଶଙ୍କାରେ ଫାସ୍ଟାଗ୍
ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ଟୋଲ୍ ଗେଟ୍ରେ ଟ୍ରାଫିକ ଭିଡ଼ କମାଇବା ଓ ତେଲ ବଞ୍ଚାଇବା ପାଇଁ ସମଗ୍ର ଦେଶରେ ୨୦୨୧ ଜାନୁୟାରୀ ପହିଲାରୁ ଯାନବାହନରେ ଫାସ୍ଟାଗ୍କୁ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହା ଘୋଷଣା…
ଅନ୍ନଦାତାଙ୍କ ପ୍ରସଙ୍ଗରେ ୟୁପିଏ ଅସଫଳ ରହିଛି: ଶିବସେନା
ନୂଆଦିଲ୍ଲୀ,୨୬।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସମ୍ମୁଖରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଦୁର୍ବଳ ପଡ଼ିଯାଇଛି। ୟୁପିଏ କୃଷି ଆଇନ ନେଇ ଅସଫଳ ରହିଥିବା ଶିବସେନା ପକ୍ଷରୁ କୁହାଯାଇଛି।…
ହାଫିଜ୍ ସୟିଦଙ୍କୁ ୧୫ ବର୍ଷ ଜେଲ
ଇସ୍ଲାମାବାଦ,୨୬।୧୨: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ୍-ଉଦ୍-ଦାଓ୍ବା (ଜେୟୁଡି)ର ନେତା ହାଫିଜ୍ ସୟିଦଙ୍କୁ ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ୧୫ ବର୍ଷରୁ ଊର୍ଦ୍ଧ୍ୱ ଜେଲ୍ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ଅନ୍ୟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।…
ଓଲିଙ୍କୁ କାରଣ ଦର୍ଶାଅ ନୋଟିସ
କାଠମାଣ୍ଡୁ, ୨୬।୧୨ : ନେପାଳ ସୁପ୍ରିମକୋର୍ଟ ଶୁକ୍ରବାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଅଚାନକ ପାର୍ଲାମେଣ୍ଟ ଭଙ୍ଗ ପାଇଁ ନିଷ୍ପତ୍ତି ନେବା ସମ୍ପର୍କରେ ଲିଖିତ ସ୍ପଷ୍ଟୀକରଣ ଦାଖଲ କରିବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…
ଅରୁଣାଚଳରେ ଜେଡିୟୁକୁ ଝଟ୍କା
ଇଟାନଗର, ୨୬।୧୨ : ଅରୁଣାଚଳପ୍ରଦେଶରେ ସଂଯୁକ୍ତ ଜନତା ଦଳ (ଜେଡିୟୁ)କୁ ଶକ୍ତ ଝଟ୍କା ଲାଗିଛି। ସେଠାର ୬ ଜଣ ଜେଡିୟୁ ବିଧାୟକ ଭାଜପାରେ ଯୋଗଦେଇଛନ୍ତି। ଏହା ବ୍ୟତୀତ ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ(ପିପିଏ)ର ଏକମାତ୍ର ବିଧାୟକ କାର୍ଡୋ ନିଗ୍ୟୋର୍ ମଧ୍ୟ ଭାଜପାରେ…
ବିଜ୍ଞାନ ଯୋଗୁ ଲୋପ ପାଇଥିଲେ ଏଲିଆନ୍ସ
କାଲିଫର୍ନିଆ /ନୂଆଦିଲ୍ଲୀ,୨୬ା୧୨: ବିଜ୍ଞାନର ଅଗ୍ରଗତି ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇଲାଣି। ଏହାସତ୍ତ୍ୱେ ମଣିଷ କାହିଁକି ଅନ୍ୟ ଗ୍ରହର ଜୀବ ବା ଏଲିଆନ୍ସଙ୍କ ସହ ଯୋଗସୂତ୍ର ସ୍ଥାପନ କରିପାରି ନାହିଁ? ଏହି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ନାନା କଥା ସାମ୍ନାକୁ…
ବିଦେଶରେ ଫସିଥିବା ଲୋକଙ୍କ ପାଇଁ ଏହି କମ୍ପାନୀ ବିକ୍ରି କରୁଛି ବୋତଲ ବନ୍ଦ ବାୟୁ, ଦାମ୍ ରହିଛି…
ଲଣ୍ଡନ,୨୫ା୧୨: ବ୍ରିଟେନରେ କରୋନା ମହାମାରୀ କାୟା ବିସ୍ତାର କରିଥିବାରୁ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି। ଏପରିକି ୪୦ଟି ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କାରଣରୁ ଅନେକ ଲୋକ ବିଦେଶରେ ଫସି ରହିଛନ୍ତି। ଅବଶ୍ୟ ଏକ…
ପୁରୁଷଙ୍କୁ ନେଇ ମହିଳା କମିଟି
କୁଏତ୍ ସିଟି,୨୬ା୧୨: କୁଏତ୍ର ସଂସଦୀୟ ମହିଳା କମିଟିର ସବୁ ସଦସ୍ୟ ହେଉଛନ୍ତି ପୁରୁଷ। ଉକ୍ତ କମିଟିରେ କେବଳ ପୁରୁଷଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ମଧ୍ୟପ୍ରାଚ୍ୟର ଏହି ରାଷ୍ଟ୍ରରେ ଲିଙ୍ଗଗତ ଅସମାନତାକୁ ନେଇ ଅନ୍ଲାଇନ୍ରେ କଡ଼ା ସମାଲୋଚନା କରାଯାଉଛି। ଓମେନ୍ସ କମିଟି ଅଫ୍ କୁଏତ୍ରେ…
ଖାତାକୁ ଗଲା ୧୮ ହଜାର କୋଟି
ନୂଆଦିଲ୍ଲୀ, ୨୬।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ପରବର୍ତ୍ତୀ କିସ୍ତି ବାବଦରେ ୧୮,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇଛନ୍ତି। ଏଥିରେ ୯ କୋଟିରୁ ଅଧିକ ଚାଷୀ ପରିବାର ଉପକୃତ…
ଧନପ୍ରାପ୍ତି ସହିତ ପ୍ରେମରେ ସଫଳତା ପାଇଁ କରନ୍ତୁ ଏପରି…
ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ, ମୋତି ବିଧିବିଧାନ ପୂର୍ବକ ଧାରଣ କଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ। ପ୍ରେମରେ ସଫଳତା ଦେବା ସହିତ ମନ ପସନ୍ଦର ଜୀବନ ସାଥୀ ପାଇବାରେ ମୋତି ଗ୍ରହଣ କରିଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା । ମୋତି ଶାମୁକା ଗର୍ଭରେ…
Archives


