Posted inଫୁରସତ

୬୦ ବର୍ଷ ଧରି ରହି ଆସୁଥିଲେ ଗୁମ୍ଫାରେ, ରାମ ମନ୍ଦିର ପାଇଁ ୧ କୋଟି ଟଙ୍କା ଦାନ କରି ଚମକାଇଲେ ଏହି ବାବା

ଋଷିକେଶ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସମାଜର ବିଭିନ୍ନ ବର୍ଗର ଲୋକେ କ୍ରମାଗତ ଭାବେ ଏଥିପାଇଁ ଦାନ କରୁଥିବା ଦେଖାଯାଉଛି। ଏହି କ୍ରମରେ ଜଣେ ବାବା ୧ କୋଟି ଟଙ୍କା ଦାନ କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି। ସେ ହେଲେ ବାବା ଶଙ୍କର ଦାସ। ସେ ଗତ ୬୦ ବର୍ଷ ଧରି ମାଣିକୋଟ ପର୍ବତର ପାଦଦେଶରେ ଥିବା ପ୍ରସିଦ୍ଧ ନୀଳକଣ୍ଠ ମହାଦେବ ମନ୍ଦିରର ଗୁମ୍ଫାରେ ଜୀବନ ଅତିବାହିତ କରୁଛନ୍ତି। ଲୋକମାନେ ତାଙ୍କୁ ଫକ୍କଡ ବାବାଙ୍କ ନାମରେ ମଧ୍ୟ ଜାଣନ୍ତି। ତେବେ ବର୍ଷ ବର୍ଷ ଧରି ଭକ୍ତମାନେ ଆସି ଗୁମ୍ଫାରେ ଥିବା ବାବାଙ୍କ ନିକଟରେ ଦାନ ଦକ୍ଷିଣା ଦେଇ ଯାଇଥାନ୍ତି। ବାବା ଏହି ପୁଞ୍ଜିକୁ ସଞ୍ଚୟ କରି ଏତେ ପରିମାଣର ଟଙ୍କା ସଂଗ୍ରହ କରିଥିଲେ।

୮୩ ବର୍ଷୀୟ ଶଙ୍କର ବାବା ବ୍ୟାଙ୍କ କର୍ମଚାରୀଙ୍କୁ ୧ କୋଟି ଟଙ୍କାର ଚେକ୍‌ ଦେଇଥିଲେ। ଏହାଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ କର୍ମଚାରୀମାନେ ଖାତାରେ ଏତେ ରାଶି ଅଛି କି ନାହିଁ ତାହା ଯାଞ୍ଚ କରି ତାଜୁବ ହୋଇଥିଲେ। ତେବେ ରାମ ମନ୍ଦିର ପାଇଁ ଦାନ କରିବା ପରେ ତାଙ୍କ ଜୀବନର ଲକ୍ଷ୍ୟ ପୂରଣ ହୋଇଛି ବୋଲି ସେ କହିଛନ୍ତି।

୩୬ରୁ ୩୯ ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ସ୍ଥିର କରାଯାଇଛି। ଏହାକୁ ନେଇ ରାଜନେତାଙ୍କଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଜଗତ ତଥା ସମାଜର ସାଧାରଣ ବର୍ଗର ଲୋକମାନେ ଦାନ ଦେଉଛନ୍ତି। ଏଯାବତ କୋଟି କୋଟି ଟଙ୍କା ଜମା ହୋଇସାରିଥିବା ବେଳେ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri