ଶାଗ ତୋଳିବାକୁ ଯାଇ କୂଅରୁ ମିଳିଲା ମହିଳାଙ୍କ ମୃତଦେହ

ପୁରୁଷୋତ୍ତମପୁର,୩୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାର୍ଗୁଣାପଲ୍ଲୀ ଗ୍ରାମରେ ଶାଗ ତୋଳିବାକୁ ଯାଇ ବୁଧବାରଠାରୁ ନିଖୋଜ ଥିଲେ ଜଣେ ମହିଳା। ତେବେ ଶନିବାର ଗ୍ରାମଠାରୁ ୧ କିଲୋମିଟର ଦୂରରେ ଥିବା ବିଲମାଳରୁ ଏକ ପରିତ୍ୟକ୍ତ କୂଅରୁ ତାଙ୍କ ମୃତଦେହ ମିଳିବା ଘଟଣାର ଫର୍ଦ୍ଦାଫାଶ କରି ଅଭିଯୁକ୍ତ ଭାବନ୍ଧ ଗ୍ରାମର ବୁଦ୍ଧିଆ ଦାସ(୪୫)ଙ୍କୁ ଗିରଫ କରିଛି ପୁରୁଷୋତ୍ତମପୁର ପୋଲିସ। ପ୍ରେମ ସମ୍ପର୍କକୁ ନେଇ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ। ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସୀମା ସ୍ବାଇଁ, ଥାନାଧିକାରୀ ଜଗନ୍ନାଥ ମଲ୍ଲିକ,ଏସ୍‌ଆଇ ସୁନିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଶାର୍ଗୁଣାପଲ୍ଲୀ ଗ୍ରାମର ମହିଳାଙ୍କ ସ୍ବାମୀ ମୁମ୍ବାଇରେ ରହୁଥିବା ବେଳେ ସେ ତାଙ୍କର ୪ ପିଲାଙ୍କୁ ନେଇ ଶାଶୁଶଶୁରଙ୍କ ନିକଟରେ ରହୁଥିଲେ। ଗ୍ରାମ ନିକଟସ୍ଥ ପଥର ଖଣିର ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଇତି ମଧ୍ୟରେ ଟ୍ରକରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଭାବନ୍ଧ ଗ୍ରାମର ବୁଦ୍ଧିଆ ଦାସଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ଦୀର୍ଘ ଦୁଇ ବର୍ଷ ଧରି ସମ୍ପର୍କ ଚାଲିଥିବା ବେଳେ ବୁଦ୍ଧିଆଙ୍କୁ ନିଜର ସ୍ତ୍ରୀ ଭାବେ ଘରକୁ ନେବା ଲାଗି ବାରମ୍ବାର ଦାବି କରୁଥିଲେ ମହିଳା ଜଣକ। ମାତ୍ର ବୁଦ୍ଧିଆ ବିବାହିତ ହୋଇଥିବା ଓ ତାଙ୍କର ୩ ପିଲା ରହିଥିବାରୁ ସେ ମନା କରୁଥିଲେ। ଗତ ୨୫ ତାରିଖରେ ମହିଳା ତାଙ୍କ ଗ୍ରାମର ଜଣେ ମହିଳାଙ୍କ ଫୋନ୍‌ରେ ବୁଦ୍ଧିଆଙ୍କୁ ଫୋନ୍‌ କରି ଡାକିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଏହାକୁ ନେଇ ନେଇ ବୁଦ୍ଧିଆ ସଂପୃକ୍ତ ମହିଳାଙ୍କୁ ମାରି ଶେଷ କରିଦେବା ଲାଗି ଯୋଜନା କରିଥିଲେ। ଏକ ଧାରୁଆ କାତି ଧରି ଗ୍ରାମ ନିକଟସ୍ଥ ବିଲମାଳକୁ ଆସିଥିଲେ। ସେଠାକୁ ମହିଳା ଜଣକ ମଧ୍ୟ ଯାଇଥିଲେ। ଉଭୟେ ସେଠାରେ ଶାରିରୀକ ସମ୍ପର୍କ ରଖିବା ପରେ ବୁଦ୍ଧିଆଙ୍କ ଘରକୁ ଯିବାଲାଗି ଜିଦ୍‌ ଧରିଥିଲେ ମହିଳା। ଫଳରେ ଯୋଜନା ଅନୁଯାୟୀ ବୁଦ୍ଧିଆ ନେଇଥିବା କାତିରେ ନିର୍ମମ ଭାବେ ହତ୍ୟା କରି ଘୋଷାଡ଼ି ନେଇ କୂଅରେ ଫିଙ୍ଗି ଘରକୁ ଚାଲି ଯାଇଥିଲେ। ମୃତଦେହ ମିଳିବା ପରେ ମହିଳଙ୍କ ଭାଇଙ୍କ ଅଭିଯୋଗକୁ ନେଇ ଥାନାରେ କେସ ନଂ ୨୬/୨୧ ରୁଜୁ କରାଯାଇଥିଲା। ତେବେ ଘଟଣାର ପାରିପାଶର୍‌ବିକ ସ୍ଥିତିକୁ ନେଇ ଛାନ୍‌ଭିନ ହେବାରୁ ମୃତ ମହିଳାଙ୍କ ସହ ସାଙ୍ଗ ହୋଇ କାମକୁ ଯାଉଥିବା ଅନ୍ୟ ମହିଳାଙ୍କୁ ଆଣି ପଚରାଉଚରା କରିବା ସହ ମୋବାଇଲ କଲ୍‌କୁ ଆଧାର କରି ଅଭିଯୁକ୍ତଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି। ଜେରା ବେଳେ ଅଭିଯୁକ୍ତ ଘଟଣା ସମ୍ପର୍କରେ କହିବା ସହ ହତ୍ୟାକାଣ୍ଡ ସ୍ଥଳକୁ ଯାଇ ଲୁଚାଇଥିବା ମୃତ ମହିଳାଙ୍କ ଚପଲ ଓ ହତ୍ୟାକାଣ୍ଡରେ ବ୍ୟବହୃତ କାତିକୁ ଆଣି ପୋଲିସକୁ ହସ୍ତାନ୍ତର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

‘ଛାତ୍ରୀଛାତ୍ରଙ୍କ ସଫଳତା ଆମ ପୁରସ୍କାର’

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri