ଶାଗ ତୋଳିବାକୁ ଯାଇ କୂଅରୁ ମିଳିଲା ମହିଳାଙ୍କ ମୃତଦେହ

ପୁରୁଷୋତ୍ତମପୁର,୩୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାର୍ଗୁଣାପଲ୍ଲୀ ଗ୍ରାମରେ ଶାଗ ତୋଳିବାକୁ ଯାଇ ବୁଧବାରଠାରୁ ନିଖୋଜ ଥିଲେ ଜଣେ ମହିଳା। ତେବେ ଶନିବାର ଗ୍ରାମଠାରୁ ୧ କିଲୋମିଟର ଦୂରରେ ଥିବା ବିଲମାଳରୁ ଏକ ପରିତ୍ୟକ୍ତ କୂଅରୁ ତାଙ୍କ ମୃତଦେହ ମିଳିବା ଘଟଣାର ଫର୍ଦ୍ଦାଫାଶ କରି ଅଭିଯୁକ୍ତ ଭାବନ୍ଧ ଗ୍ରାମର ବୁଦ୍ଧିଆ ଦାସ(୪୫)ଙ୍କୁ ଗିରଫ କରିଛି ପୁରୁଷୋତ୍ତମପୁର ପୋଲିସ। ପ୍ରେମ ସମ୍ପର୍କକୁ ନେଇ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ। ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସୀମା ସ୍ବାଇଁ, ଥାନାଧିକାରୀ ଜଗନ୍ନାଥ ମଲ୍ଲିକ,ଏସ୍‌ଆଇ ସୁନିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଶାର୍ଗୁଣାପଲ୍ଲୀ ଗ୍ରାମର ମହିଳାଙ୍କ ସ୍ବାମୀ ମୁମ୍ବାଇରେ ରହୁଥିବା ବେଳେ ସେ ତାଙ୍କର ୪ ପିଲାଙ୍କୁ ନେଇ ଶାଶୁଶଶୁରଙ୍କ ନିକଟରେ ରହୁଥିଲେ। ଗ୍ରାମ ନିକଟସ୍ଥ ପଥର ଖଣିର ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଇତି ମଧ୍ୟରେ ଟ୍ରକରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଭାବନ୍ଧ ଗ୍ରାମର ବୁଦ୍ଧିଆ ଦାସଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ଦୀର୍ଘ ଦୁଇ ବର୍ଷ ଧରି ସମ୍ପର୍କ ଚାଲିଥିବା ବେଳେ ବୁଦ୍ଧିଆଙ୍କୁ ନିଜର ସ୍ତ୍ରୀ ଭାବେ ଘରକୁ ନେବା ଲାଗି ବାରମ୍ବାର ଦାବି କରୁଥିଲେ ମହିଳା ଜଣକ। ମାତ୍ର ବୁଦ୍ଧିଆ ବିବାହିତ ହୋଇଥିବା ଓ ତାଙ୍କର ୩ ପିଲା ରହିଥିବାରୁ ସେ ମନା କରୁଥିଲେ। ଗତ ୨୫ ତାରିଖରେ ମହିଳା ତାଙ୍କ ଗ୍ରାମର ଜଣେ ମହିଳାଙ୍କ ଫୋନ୍‌ରେ ବୁଦ୍ଧିଆଙ୍କୁ ଫୋନ୍‌ କରି ଡାକିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଏହାକୁ ନେଇ ନେଇ ବୁଦ୍ଧିଆ ସଂପୃକ୍ତ ମହିଳାଙ୍କୁ ମାରି ଶେଷ କରିଦେବା ଲାଗି ଯୋଜନା କରିଥିଲେ। ଏକ ଧାରୁଆ କାତି ଧରି ଗ୍ରାମ ନିକଟସ୍ଥ ବିଲମାଳକୁ ଆସିଥିଲେ। ସେଠାକୁ ମହିଳା ଜଣକ ମଧ୍ୟ ଯାଇଥିଲେ। ଉଭୟେ ସେଠାରେ ଶାରିରୀକ ସମ୍ପର୍କ ରଖିବା ପରେ ବୁଦ୍ଧିଆଙ୍କ ଘରକୁ ଯିବାଲାଗି ଜିଦ୍‌ ଧରିଥିଲେ ମହିଳା। ଫଳରେ ଯୋଜନା ଅନୁଯାୟୀ ବୁଦ୍ଧିଆ ନେଇଥିବା କାତିରେ ନିର୍ମମ ଭାବେ ହତ୍ୟା କରି ଘୋଷାଡ଼ି ନେଇ କୂଅରେ ଫିଙ୍ଗି ଘରକୁ ଚାଲି ଯାଇଥିଲେ। ମୃତଦେହ ମିଳିବା ପରେ ମହିଳଙ୍କ ଭାଇଙ୍କ ଅଭିଯୋଗକୁ ନେଇ ଥାନାରେ କେସ ନଂ ୨୬/୨୧ ରୁଜୁ କରାଯାଇଥିଲା। ତେବେ ଘଟଣାର ପାରିପାଶର୍‌ବିକ ସ୍ଥିତିକୁ ନେଇ ଛାନ୍‌ଭିନ ହେବାରୁ ମୃତ ମହିଳାଙ୍କ ସହ ସାଙ୍ଗ ହୋଇ କାମକୁ ଯାଉଥିବା ଅନ୍ୟ ମହିଳାଙ୍କୁ ଆଣି ପଚରାଉଚରା କରିବା ସହ ମୋବାଇଲ କଲ୍‌କୁ ଆଧାର କରି ଅଭିଯୁକ୍ତଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି। ଜେରା ବେଳେ ଅଭିଯୁକ୍ତ ଘଟଣା ସମ୍ପର୍କରେ କହିବା ସହ ହତ୍ୟାକାଣ୍ଡ ସ୍ଥଳକୁ ଯାଇ ଲୁଚାଇଥିବା ମୃତ ମହିଳାଙ୍କ ଚପଲ ଓ ହତ୍ୟାକାଣ୍ଡରେ ବ୍ୟବହୃତ କାତିକୁ ଆଣି ପୋଲିସକୁ ହସ୍ତାନ୍ତର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri