Home Middle

ଇତିହାସରେ ପ୍ରଥମଥର ୪୦୦ରୁ କମ୍‌ ଆସନରେ ଲୋକ ସଭା ନିର୍ବାଚନ ଲଢୁଛି କଂଗ୍ରେସ

ନୂଆଦିଲ୍ଲୀ,୧୫।୪: ଦୀର୍ଘ ସମୟ ଧରି କ୍ଷମତାରେ ରହିଆସିଥିବା ତଥା ଦେଶର ସର୍ବ ପୁରାତନ ଦଳ ହୋଇଥିବା କଂଗ୍ରେସ ଏହାର ନିର୍ବାଚନ ଇତିହାସରେ ସର୍ବନିମ୍ନ ସଂଖ୍ୟକ ଆସନରେ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ୨୦୧୪ ଲୋକ ସଭା ନିର୍ବାଚନରେ ନିର୍ବାଚନ…

ସ୍ବାମୀଙ୍କ ସହ ଭାଜପାରେ ଯୋଗଦେଲେ ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ୱର,୧୫।୪:ନିକଟରେ ବିଜେଡି ଛାଡିଥିବା ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସ୍ବାମୀ ସରୋଜ ପାଣିଗ୍ରାହୀ ମଧ୍ୟରେ ପଦ୍ମ ଧରିଛନ୍ତି। ବିଜେଡିରୁ ଟିକେଟ ନ ମିଳିବା ପରେ ସେ କିଛି ଦିନ ତଳେ ଦଳରୁ…

ମାର୍ଚ୍ଚ ମାସରେ ବୃଦ୍ଧି ପାଇଲା ହୋଲସେଲ୍ ମହଙ୍ଗା ହାର

ଚେନ୍ନାଇ,୧୫।୪: ମାର୍ଚ୍ଚ ମାସରେ ହୋଲସେଲ ମହଙ୍ଗା(ମୁଦ୍ରାସ୍ଫୀତି) ହାର ବୃଦ୍ଧି ପାଇ ୦.୫ ପ୍ରତିଶତରେ ପହଞ୍ଚିଛି। ଫେବୃଆରୀ ମାସରେ ଏହା ୦.୨ ପ୍ରତିଶତ ଥିଲା। ଏହି ରିପୋର୍ଟ ସୋମବାର ସରକାର ପ୍ରକାଶ କରିଛନ୍ତି। ସୋମବାର ପ୍ରକାଶିତ ବାଣିଜ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ମାର୍ଚ୍ଚ…

ରାଜଧାନୀରେ ଡହଡହ ଖରା: ୩୨ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର,୧୫।୪: କିଛିଦିନ ପାଗ ଥଣ୍ଡା ରହିବା ପରେ ପୁଣି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡିଛି। ଡହଡହ ଖରାରେ ସିଝୁଛିି ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସୋମବାର…

ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

ଚେନ୍ନାଇ,୧୫।୪: ସୋମବାର ନିର୍ବାଚନ ଅଧିକାରୀମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରର ଯାଞ୍ଚ କରିଛନ୍ତି। ହେଲିକପ୍ଟର ଅବତରଣ କରିବା ପରେ ଫ୍ଲାଇଙ୍ଗ ସ୍କ୍ୱାଡ଼ ଅଧିକାରୀମାନେ ଖୋଜାଖୋଜି କରିଥିଲେ ବୋଲି ପୋଲିସ କହିଛି। ଗାନ୍ଧୀ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ କେରଳର ୱାୟନାଡ ଅଭିମୁଖେ…

ଆପଲ୍ କୁ ପଛରେ ପକାଇ ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ହେଲା ସାମସଙ୍ଗ, ହ୍ରାସ ପାଇଲା ଆଇଫୋନ୍ ବିକ୍ରି

ମୁମ୍ବାଇ,୧୫।୪: ଆଇଡିସିର ରିପୋର୍ଟ ଅନୁଯାୟୀ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ମାନ୍ୟତା ପାଇଛି ସାମସଙ୍ଗ। ଏଥିସହିତ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ଭାବରେ ଆପଲ୍ ର ରାଜତ୍ୱ ଶେଷ ହୋଇଛି। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ…

ଜେଲ୍‌ରେ ରହିବେ କବିତା

ନୂଆଦିଲ୍ଲୀ,୧୫ା୪: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ସିବିଆଇ ମାମଲାରେ ଗିରଫ ହୋଇଥିବା ବିଆରଏସ ନେତା କେ କବିତାଙ୍କୁ କୋର୍ଟ ଏକ ବଡ଼ ଝଟ୍‌କା ଦେଇଛନ୍ତି। ସୋମବାର ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟ ସିବିଆଇର ଦାବିକୁ ଅନୁମୋଦନ କରିଛି। ୨୩ ଏପ୍ରିଲ ପର୍ଯ୍ୟନ୍ତ…

ଟେସଲା ସହିତ ସେମିକଣ୍ଡକ୍ଟର ଚିପ୍ସ ପାଇଁ ଚୁକ୍ତି ସ୍ଵାକ୍ଷର କଲା ଟାଟା ଇଲେକ୍ଟ୍ରୋନିକ୍ସ

ମୁମ୍ବାଇ,୧୫।୪: ଆମେରିକାର ଅଟୋମେକର୍ ଟେସଲା ଟାଟା ଇଲେକ୍ଟ୍ରୋନିକ୍ସ ସହିତ ସେମିକଣ୍ଡକ୍ଟର ଚିପ୍ସ ପାଇଁ ଏକ ରଣନୀତିକ ଚୁକ୍ତି ସ୍ୱାକ୍ଷର କରିଛି। ରିପୋର୍ଟ ଅନୁଯାୟୀ ଟେସଲା ଭାରତରେ ଏକ ଯୋଗାଣ ଶୃଙ୍ଖଳା ନିର୍ମାଣ କରିବାକୁ ଆଗ୍ରହୀ ଅଟେ ଯାହା ସ୍ଥାନୀୟ ରାଜସ୍ୱ ଉତ୍ପାଦନଠାରୁ…

ଇରାନ ଆକ୍ରମଣ ପରେ ଆକ୍ସନ ମୋଡରେ ଆମେରିକା

ଓ୍ବାଶିଂଟନ,୧୫।୪: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଆମେରିକା ପରିସ୍ଥିତି ଉପରେ କଡା ନଜର ରଖିଛି। ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ତୁର୍କୀ ବୈଦେଶିକ ମନ୍ତ୍ରୀ ହକନ ଫିଦାନଙ୍କ ସହ କଥା ହୋଇଛନ୍ତି।…

ଆମ ପାଖରେ ଆଉ କୌଣସି ବାଟ ନ ଥିଲା; ସଫେଇ ଦେଲା ଇରାନ

ତେହରାନ,୧୫।୪: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକ ଡକାଯାଇଥିଲା। ଏହି ବୈଠକରେ ଇରାନର କୂଟନୀତିଜ୍ଞମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ବୈଠକରେ ଇରାନର କୂଟନୀତିଜ୍ଞ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ସଠିକ୍‌…

ଇରାନ-ଇସ୍ରାଏଲ ଟେନସନ: ଷ୍ଟକ୍ ମାର୍କେଟରେ ହାହାକାର, ୯୦୦ ପଏଣ୍ଟ ଖସିଲା ସେନସେକ୍ସ

ମୁମ୍ବାଇ,୧୫।୪: ଭାରତୀୟ ଷ୍ଟକ୍ ମାର୍କେଟରେ ସୋମବାର ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଶନିବାର ଏବଂ ରବିବାର ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା। ଇରାନ ଇସ୍ରାଏଲର ଅନେକ ସ୍ଥାନକୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଥିବାରୁ…

କେଜରିଓ୍ବାଲଙ୍କୁ ଜେଲରେ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୫।୪: ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୋମବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମାନ ଭେଟିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri