ଓଡ଼ିଶାରେ ମଦ ବନ୍ଦ ହେଲେ କମିବ ରାଜସ୍ବ , ବର୍ଷ ଆରମ୍ଭରୁ ୧୦ ହଜାର କୋଟି ଆୟ କଲେଣି ସରକାର

ଭୁବନେଶ୍ୱର,୨୭।୬: ଓଡ଼ିଶାରେ ହେବନି ମଦ ବ୍ୟାନ୍‌। ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ। ରାଜ୍ୟର ନୂଆ ସରକାରଙ୍କ ଏନେଇ କୌଣସି ଯୋଜନା ନ ଥିବା ସେ କହିଛନ୍ତି। ବୁଧବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟ ସରକାର ମଦ ବନ୍ଦ ହେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଥିଲେ।

ରାଜ୍ୟରେ ପ୍ରଥମ କରି ଭାଜପା ସରକାର ଗଢ଼ିବା ପରେ ଆସନ୍ତା ଅଗଷ୍ଟ ୧୫ରୁ ଓଡ଼ିଶାରେ ମଦ କାରବାର ନିଷିଦ୍ଧ ହେବ ବୋଲି କିଛିଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅସ୍ବୀକାର କରାଯାଇଥିଲା। ଆଉ ଗୁରୁବାର ଅବକାରୀ ବିଭାଗ ତରଫରୁ ମଧ୍ୟ ମନ୍ତ୍ରୀଙ୍କ ବୟାନକୁ ଖଣ୍ଡନ କରାଯାଇଛି। ତେବେ ରାତିରେ ମଦ ବ୍ୟାନ ନେଇ ମନ୍ତ୍ରୀଙ୍କ ବୟାନ ଓ ସକାଳୁ ତାହାକୁ ବିଭାଗ ଦ୍ୱାରା ଖଣ୍ଡନ କରିବା କାହା ମଧ୍ୟରେ ତାଳମେଳ ରହୁନାହିଁ।

ସୂଚନାଥାଉ କି, ମଦ ବ୍ୟବସାୟରୁ ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ବ ସଂଗ୍ରହ କରୁଛନ୍ତି।
ହେଲେ ବିଭାଗ ଯଦି ମଦ ବନ୍ଦ କରିବ ତେବେ ରାଜସ୍ବହାନୀର ଆଶଙ୍କା ରହିଛି। କାରଣ ମଦ ବିକ୍ରିରୁ ୨୦୨୪-୨୫ରେ ୧୦ ହଜାର କୋଟି ଟଙ୍କା ସରକାର ପାଇଥିବା ଜଣାପଡ଼ିଛି।
ସେହିପରି ୨୦୨୩-୨୪ ବର୍ଷରେ ଅଗଷ୍ଟ ମାସ ସୁଦ୍ଧା ୨ ହଜାର ୬୫୫ କୋଟି ରାଜସ୍ବ ଆଦାୟ ହୋଇଥିଲା। ୨୦୨୨-୨୩ରେ ୬ ହଜାର ୪୫୫ କୋଟି, ୨୦୨୧-୨୨ରେ ୫ ହଜାର ୫୨୯ କୋଟିଏବଂ ୨୦୨୦-୨୧ରେ ରାଜସ୍ବ ଆଦାୟ ହୋଇଥିଲା ୪ ହଜାର ୫୩ କୋଟି। କୋଭିଡ-୧୯ ମହାମାରୀ ବାଦ୍‌ ବି ମଦ ଦ୍ୱାରା ସରକାରଙ୍କ ରାଜସ୍ବ ସଂଗ୍ରହରେ କୌଣସି କ୍ଷତି ହୋଇ ନ ଥିଲା। ୨୦୧୨-୧୩ରେ ୧ଲକ୍ଷ ୩୭ହଜାର ୯୯୧ ଟଙ୍କା ରାଜସ୍ୟ ସଂଗ୍ରହ ହୋଇଥିଲା। କିନ୍ତୁ ୨୦୨୨-୨୩ରେ ତାହା ବଢି ୬ହଜାର ୪୫୫କୋଟିରେ ପଡଞ୍ଚିଥିଲା। ଯାହା ରାଜସ୍ୟ ସଂଗ୍ରହର ୩୬୭ଶତକଡା।

ସର୍ବାଧିକ ରାଜସ୍ୟ ଭାରତ ନିର୍ମିତ ବିଦେଶୀ ମଦ(IMFL) ଓ ବିୟରରେ ଅଧିକ ଟିକସ ଲଗାଇବା ଦ୍ୱାରା ଆସିଥାଏ। ରାଜ୍ୟରେ ୧୯ ଶହ ୨୮ଟି କିସମର ମଦ ଦୋକାନ ରହିଛି। ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନ ମଧ୍ୟରେ ଠିପି ବନ୍ଦ ମଦ ଦୋକାନ ୧୧୬୩, ଠିପି ଖୋଲା ମଦ ଦୋକାନ ୭୦୨, ଠିପି ଖୋଲା କ୍ଲବ ୧୯, ବିୟର ପାର୍ଲର ୫୬ ଏବଂ ୩୬ ମିଲିଟାରୀ କ୍ୟାଣ୍ଟିନ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?