ଉଇ ଖାଇଗଲାଣି ରଥର ପାର୍ଶ୍ୱ ମୂର୍ତ୍ତି

ପୁରୀ,୨୭।୬(ଅଜିତ୍‌ ମହାନ୍ତି)ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୧୦ ଦିନ ରହିଛି। ସେଥିପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋର୍‌ରେ ଚାଲିଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ରଥ ଉପରେ ସ୍ଥାନ ପାଉଥିବା ସାରଥି ଓ ରଥ ୪ ପଟେ ଲାଗୁଥିବା ପାର୍ଶ୍ୱ ଦେବଦେବୀ, ସଖୀଙ୍କ ମୂର୍ତ୍ତି ଉଇ ଖାଇଗଲାଣି। ପୂର୍ବରୁ ସାରଥିମାନଙ୍କୁ ଦୋଳବେଦି ପରିସରରେ ସୁରକ୍ଷିତ ଭାବେ ରଖାଯାଉଥିବାବେଳେ ପରିକ୍ରମା ପ୍ରକଳ୍ପ ନିର୍ମାଣ ପରେ ବେଘର ହୋଇଛନ୍ତି ସାରଥି ଓ ପାଶର୍‌ବଦେବଦେବୀ। ବ୍ରହ୍ମଦାରୁଙ୍କ ସାରଥି ଏବେ ବାଗେଡ଼ିଆ ଧର୍ମଶାଳା ସନ୍ନିକଟ ପାର୍କିଂସ୍ଥଳର ଏକ ସ୍ଥାନରେ ଧୂଳିଧୂସରିତ ଅବସ୍ଥାରେ ରହିଛନ୍ତି। ଅବ୍ୟବସ୍ଥା ଭିତରେ ଅପରିଷ୍କାର ହୋଇ ଏହି ସାରଥି ରହିଥିବା ବେଳେ ନିକଟରେ ଅଳିଆ ପଡ଼ିରହିଛି, ଯାହାକୁ ନେଇ ଭକ୍ତଙ୍କଠାରୁ ଆରମ୍ଭ କରି ରୂପକାର ସେବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପ୍ରତ୍ୟେକ ନବକଳେବର ସମୟରେ ରୂପକାର ସେବକମାନେ ରଥରେ ସ୍ଥାନ ପାଉଥିବା ସାରଥୀ, ଅର୍ଶ୍ୱ ଏବଂ ପାର୍ଶ୍ୱ ଦେବଦେବୀ ମୂର୍ତ୍ତିଗୁଡ଼ିକୁ ନିର୍ମାଣ କରିଥାନ୍ତି। ପ୍ରତିବର୍ଷ ରଥ ନିିର୍ମାଣ ସରିବା ପରେ ରଥଯାତ୍ରା ପୂର୍ବଦିନ ଭୋଇ ସେବକମାନେ ସାରଥୀମାନଙ୍କୁ ଆଣି ରଥରେ ରଥାରୂଢ କରିଥାନ୍ତି। ରଥଯାତ୍ରା ସମ୍ପନ୍ନ ହୋଇ ନୀଳାଦ୍ରି ବିଜେରେ ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିରକୁ ବାହୁଡ଼ ଯିବାପରେ ଭୋଇ ସେବକମାନେ ରଥରୁ ସାରଥିମାନଙ୍କୁ କାଢି ସୁରକ୍ଷିତ ଭାବେ ରଖିଥାନ୍ତି। ରଥଯାତ୍ରା ପରେ ରଥଗୁଡ଼ିକୁ ଭଙ୍ଗାଯାଇଥାଏ। ମାତ୍ର ରଥରେ ଲାଗିଥିବା ସାରଥି, ଠେକରା ବାଡା, ଓଲଟ ଶୁଆ, ଘୋଡା ଆଦି ଭଙ୍ଗା ନ ଯାଇ ରଖାଯାଇଥାଏ। ପ୍ରତ୍ୟେକ ନବକେଳବର ସମୟରେ ମହାପ୍ରଭୁ ପାତାଳୀ ହେବା ସହ ଘୋଡ଼ା, ସାରଥି ଆଦିକୁ ମଧ୍ୟ ପାତାଳି କରାଯାଇଥାଏ।
ଏନେଇ ବଳଭଦ୍ର ରଥର ରୂପକାର ସେବକ ପଞ୍ଚାନନ ମହାପାତ୍ର ଓ ରୂପକାର ସେବକ ରାଜେନ୍ଦ୍ର ମହାପାତ୍ର କହିଛନ୍ତି, ପୂର୍ବରୁ ସାରଥି, ଘୋଡ଼ା, ପାର୍ଶ୍ୱ ଦେବଦେବୀ, ସଖୀ ଆଦିଙ୍କୁ ପୂଜା କରାଯାଉଥିଲା। ଶ୍ରୀମନ୍ଦିର ଭିତରେ ଏମାନଙ୍କୁ ରଖାଯିବା ସହ ଖଇକୋରା ଭୋଗ ପ୍ରତ୍ୟେକ ଦିନ ଲଗାଯାଉଥିଲା। କାଳକ୍ରମେ ସମସ୍ତଙ୍କୁ ଶ୍ରୀମନ୍ଦିର ବାହାରେ ଆଣି ଦୋଳବେଦୀ ପରିସରରେ ରଖାଗଲା। ପରିକ୍ରମା ପ୍ରକଳ୍ପ ସମୟରେ ସମସ୍ତଙ୍କୁ ପୁଣି ସ୍ଥାନାନ୍ତର କରାଯାଇ ସୁରକ୍ଷିତ ଭାବେ ରଖାଗଲା ନାହିଁ। ଫଳରେ ଅନେକ ସଖୀରେ ଉଇ ଲାଗି ନଷ୍ଟ ହୋଇ ଗଲେଣି। ପ୍ରତ୍ୟେକ ନବକଳେବରରେ ସାରଥି, ପାର୍ଶ୍ୱ ଦେବଦେବୀ, ଘୋଡ଼ା, କଳସ ଆଦି ନୂତନ ଭାବରେ ନିର୍ମାଣ କରାଯାଇଥାଏ। ସେହିପରି ନବକଳେବର ପରବର୍ଷ ସଖୀମାନଙ୍କୁ ନିର୍ମାଣ କରାଯାଇଥାଏ। ତେବେ ବର୍ତ୍ତମାନ ଯେଉଁ ସଖୀଗୁଡ଼ିକ ଅଛି, ସେଗୁଡିକ ୧୯୯୬ ପୂର୍ବରୁ ହୋଇଥିବା ନବଳେବର ସମୟରେ ନିର୍ମାଣ କରାଯାଇଥିଲା। ଇତିମଧ୍ୟରେ ୧୯୯୬ ଓ ୨୦୧୫ରେ ଦୁଇଟି ନବଳେବର ଯାଇଥିଲେ ମଧ୍ୟ ନୂତନ ଭାବରେ ସଖୀ ନିର୍ମାଣ ହୋଇନାହିଁ। ୨୦୧୬ରେ ସଖୀ ନିର୍ମାଣ ନେଇ ରୂପକାର ସେବକମାନେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇଥିଲା। ପ୍ରଶାସନ ମଧ୍ୟ କରିବା ପାଇ ଅନୁମତି ଦେଇଥିଲେ। ମାତ୍ର ମୁଖ୍ୟ ପ୍ରଶାସକ ପରିବର୍ତ୍ତନ ହେବା ପରେ ଏନେଇ ଆଉ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ତେବେ ନିଯୋଗ ପକ୍ଷରୁ ସମସ୍ତ ସାରଥି, ପାର୍ଶ୍ୱଦେବଦେବୀ, ସଖୀ, ଘୋଡ଼ାଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ନିମନ୍ତେ ପ୍ରଶାସନକୁ ଦାବିପତ୍ର ଦିଆଯାଇ ଆସିଥିଲା। ମାତ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିଲେ। ବର୍ତ୍ତମାନ ସଖୀଗୁଡିକରେ ଉଇ ଲାଗି ଗଲାଣି। ପ୍ରତ୍ୟେକ ରଥରେ ୧୦ ଗୋଟି ସଖୀ ଲଗାଯାଏ। ହେଲେ ଏବେ ପ୍ରତ୍ୟେକ ରଥର ୩ରୁ ୪ ଗୋଟି ସଖୀ ନଷ୍ଟ ହୋଇ ଯାଇଛନ୍ତି। ନଷ୍ଟ ସଖୀଗୁଡ଼ିକ ରଥରେ ଲାଗିବ ନାହି। ତେଣୁ ପ୍ରଶାସନ ଶ୍ରୀମନ୍ଦିର ପରିସରରେ ସାରଥି, ସଖୀ, ପାର୍ଶ୍ୱଦେବଦେବୀ, ଘୋଡ଼ାଙ୍କ ରଖିବା ନିମନ୍ତେ ବ୍ୟବସ୍ଥା କରନ୍ତୁ ବୋଲି ରୂପକାର ସେବକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?