Home Middle

ରାମଲଲା କାଠରେ ତିଆରି ବୁଲେଟ୍‌ ପ୍ରୁଫ୍‌ ଅସ୍ଥାୟୀ ମନ୍ଦିରରେ ରହିବେ

ନୂଆଦିଲ୍ଲୀ,୯।୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ରାମଲଲାଙ୍କୁ କାଠରେ ତିଆରି ବୁଲେଟ୍‌ ପ୍ରୁଫ୍‌ ଅସ୍ଥାୟୀ ମନ୍ଦିରରେ ରଖାଯିବ। ପରେ ତାଙ୍କୁ ନୂଆ ମନ୍ଦିରକୁ ବିଜେ କରାଯିବ। ଅଯୋଧ୍ୟା ବିବାଦ ଯୋଗୁ ଦୀର୍ଘ ୨୭ ବର୍ଷ ରାମଲଲାଙ୍କୁ ଟେଣ୍ଟ୍‌ରେ ରଖାଯାଇ…

୨୭ ଦେଶକୁ ମାଡ଼ିଲାଣି କରୋନା

ବେଜିଂ, ୯ା୨: ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ଏହି ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪, ୮୦୦କୁ ବୃଦ୍ଧିପାଇଛି। ଚାଇନାର ହୁବେଇ ପ୍ରଦେଶ ପରିସ୍ଥିତି ସାଂଘାତିକ ହୋଇପଡ଼ିଛି। ଏଠାରେ ଶନିବାର ୮୧…

ପୁଣି କେଜ୍‌ରିଓ୍ବାଲ ସରକାର

ନୂଆଦିଲ୍ଲୀ,୯ା୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପୁଣିଥରେ କ୍ଷମତାସୀନ ହେବେ। ତାଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ୫୬ ଆସନ ଦଖଲ କରି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଦିଲ୍ଲୀ ଦରବାରକୁ ପୁଣି ଅକ୍ତିଆର କରିବ। ଭାଜପାକୁ ୧୪ ଆସନରେ ସଫଳତା…

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ବିଶ୍ୱ ଚାମ୍ପିୟନକୁ ହରାଇଲା ଭାରତ

ଭୁବନେଶ୍ୱର,୮।୨(କ୍ରୀଡ଼ା ପ୍ରତିନିଧି): ବର୍ଷା, ପ୍ରତିକୂଳ ପାଗ, ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱର ନମ୍ବରଓ୍ବାନ ତଥା ବିଶ୍ୱ ଚାମ୍ପିୟନ ବେଲଜିୟମ ଥିଲେ ହେଁ ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତୀୟ ହକି ଦଳର ଜୟ ଯାତ୍ରା ଅବ୍ୟାହତ ରହିଛି। ଶନିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ…

କେଜରିଓ୍ବାଲଙ୍କୁୁ ଶୁଭକାମନା ଜଣାଇଲେ ଅଖିଳେଶ: କହିଲେ ଲୋକଙ୍କ ପାଇଁ କରାଯାଇଥିବା କାମ ଦେବ ଉତ୍ତର

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ଜାରି ରହିଥିବାବେଳେ ଶନିବାର ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଅରବିନ୍ଦ କେଜରିଓ୍ବାଲଙ୍କୁ ଟୁଇଟ୍‌ କରି ଶୁଭକାମନା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଦିଲ୍ଲୀରେ ହୋଇଥିବା କଲ୍ୟାଣ ଏବଂ ବିକାଶ କାର୍ଯ୍ୟ ବେଶ୍‌…

ଆତଙ୍କବାଦ ବିରୋଧରେ ମିଳିତଭାବେ ଲଢ଼ିବେ ଭାରତ-ଶ୍ରୀଲଙ୍କା: ମୋଦି

ନୂଆଦିଲ୍ଲୀ,୮।୨: ଆତଙ୍କବାଦ ଭାରତ ଏବଂ ଶ୍ରୀଲଙ୍କାର ମୁଖ୍ୟ ସମସ୍ୟା। ଏହା ବିରୋଧରେ ଭାରତ ଏବଂ ଶ୍ରୀଲଙ୍କା ମିଳିତଭାବେ ଲଢ଼େଇ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କ ସହିତ…

ମିଶନ ଶକ୍ତି: ମହାକାଶରେ ଶତ୍ରୁ ପକ୍ଷ ସାଟେଲାଇଟ୍‌କୁ ଧ୍ୱଂସ କରିବ ଭାରତ

ନୂଆଦିଲ୍ଲୀ,୮।୨: ଭବିଷ୍ୟତରେ ମହାକାଶରେ ଯୁଦ୍ଧ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରସ୍ତୁତି ଜାରି ରଖିଛି। ଭାରତୀୟ ରକ୍ଷା ଓ ଅନୁସନ୍ଧାନ ସଂଗଠନ(ଡିଆର୍‌ ଡିଓ) ପକ୍ଷରୁ ମିଶନ ଶକ୍ତି ବିକଶିତ କରାଯାଇଛି। ଡିଆର୍‌ଡିଓର ବୈଜ୍ଞାନିକ ଦିନରାତି ଗବେଷଣା କରି…

ଦେଶର ଅର୍ଥବ୍ୟବସ୍ଥା ଆଇସିୟୁରେ: ଚିଦାମ୍ବରମ୍‌

ନୂଆଦିଲ୍ଲୀ,୮।୨: ଦେଶର ଅର୍ଥବ୍ୟବସ୍ଥା ଅତି ସଙ୍କଟ ଜନକ ସ୍ଥିତିରେ ଆଇସିୟୁରେ ଭର୍ତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗରିବଙ୍କ ବିରୋଧୀ। ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଏକ ବଡ଼ ଭୁଲ୍‌ ଥିଲା ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ଏକ କାର୍ଯ୍ୟକ୍ରମରେ…

ଦେଶର ପ୍ରଥମ ନାଗରିକ ସସ୍ତ୍ରୀକ ମତଦାନ ଅଧିକାର ସାବ୍ୟସ୍ତ କଲେ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଜାରି ରହିଛି। ଏହି ଅବସରରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସସ୍ତ୍ରୀକ ନିଜର ନାଗରିକତ୍ୱ ଅଧିକାର ସାବ୍ୟସ୍ତ କରିଛନ୍ତି। ସେ ସ୍ତ୍ରୀ ସବିତା କୋବିନ୍ଦଙ୍କ ସହିତ ପ୍ରେସିଡେଣ୍ଟ୍‌ ଇଷ୍ଟେଟ୍‌…

୭୦ ବିଧାନସଭା ଆସନ ପାଇଁ ଦିଲ୍ଲୀରେ ମତଦାନ ଜାରି: ଶାହିନ ବାଗ୍‌ରେ ଭୋଟରଙ୍କ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଶନିବାର ସକାଳ ୮ଟାଠାରୁ ମତଦାନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାରି ରହିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟି ଗ୍ରହଣ କରାଯିବ। ପୂର୍ବ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୬୭୨…

‘ଶାନ୍ତିର ସକାଳ ଆଣିବ ବୋଡ଼ୋ ଚୁକ୍ତି’

କୋକ୍ରାଝର,୮ା୨(ପି.ଟି.): ଜନସାଧାରଣଙ୍କ ସମର୍ଥନରେ ସ୍ବାକ୍ଷରିତ ହୋଇଥିବା ବୋଡୋ ଚୁକ୍ତି ଆସାମରେ ଶାନ୍ତିର ନୂଆ ସକାଳ ଆଣିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି। ଜାନୁୟାରୀ ୨୭ରେ ତ୍ରିପାକ୍ଷିକ ବୋଡୋ ଶାନ୍ତି ଚୁକ୍ତି ସ୍ବାକ୍ଷର ହୋଇଥିଲା।…

ଘୂର୍ଣ୍ଣିବଳୟ: ଆହୁରି ୨ ଦିନ ବର୍ଷିବ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗୁରୁବାର ରାତିରୁ ଆରମ୍ଭ ହୋଇ ଶୁକ୍ରବାର ଦିନତମାମ ବର୍ଷା ଲାଗି ରହିଥିଲା। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?