Posted inଜାତୀୟ

ଆତଙ୍କବାଦ ବିରୋଧରେ ମିଳିତଭାବେ ଲଢ଼ିବେ ଭାରତ-ଶ୍ରୀଲଙ୍କା: ମୋଦି

ନୂଆଦିଲ୍ଲୀ,୮।୨: ଆତଙ୍କବାଦ ଭାରତ ଏବଂ ଶ୍ରୀଲଙ୍କାର ମୁଖ୍ୟ ସମସ୍ୟା। ଏହା ବିରୋଧରେ ଭାରତ ଏବଂ ଶ୍ରୀଲଙ୍କା ମିଳିତଭାବେ ଲଢ଼େଇ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କ ସହିତ ହାଇଦ୍ରାବାଦ୍‌ ହାଉସ୍‌ଠାରେ ଭାରତ ସରକାରଙ୍କ ପକ୍ଷରୁ ଏକ ପ୍ରତିନିଧିସ୍ତରୀୟ ଆଲୋଚନା ହେବା ପରେ ଆୟୋଜିତ ମିଳିତ ଗଣମାଧ୍ୟମ ସମ୍ମିଳନୀରେ ମୋଦି ଏଭଳି କହିଛନ୍ତି। ପ୍ରତିନିଧିସ୍ତରୀୟ ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ପାଇଁ ବିଭିନ୍ନ ପରିଯୋଜନା ଉପରେ ଚର୍ଚ୍ଚା ହୋଇଥିବା ମୋଦି ସୂଚନା ଦେଇଛନ୍ତି। ଦକ୍ଷିଣ ଏସିଆ ପାଇଁ ଆତଙ୍କବାଦ ସବୁଠୁ ବଡ଼ ବିପଦ ହୋଇଥିବାରୁ ଏଥିପାଇଁ ଏକାଠି ଲଢ଼ିବାକୁ ହେବ ବୋଲି ଉଭୟ ନେତା କହିଛନ୍ତି। ଗତବର୍ଷ ଏପ୍ରିଲରେ ହୋଇଥିତ୍ବା ଇଷ୍ଟର ଆକ୍ରମଣ କେବଳ ଶ୍ରୀଲଙ୍କା ନୁହେଁ ସମଗ୍ର ମାନବଜାତି ଉପରେ ଆକ୍ରମଣ ଥିଲା। ଶ୍ରୀଲଙ୍କାର ପୋଲିସ ଅଧିକାରୀମାନଙ୍କୁ ଭାରତ ଆତଙ୍କବାଦ ନିରୋଧୀ ଲଢ଼େଇ ପାଇଁ ପ୍ରଶିକ୍ଷଣ ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ସେହିପରି ଶ୍ରୀଲଙ୍କାରେ ଥିବା ତାମିଲ ସମ୍ପ୍ରଦାୟର ସବୁ ଆଶା ଆକାଂକ୍ଷା ରାଜପାକ୍‌ସେ ସରକାର ପୂରଣ କରିବା ନେଇ ଭାରତ ଆଶାବାଦୀ। କେବଳ ଶ୍ରୀଲଙ୍କା ନୁହେଁ ସମଗ୍ର ଭାରତ ମହାସାଗର ଅଞ୍ଚଳରେ ସ୍ଥିରତା, ସୁରକ୍ଷା ଓ ବିକାଶ ଭାରତ ଚାହେଁ ବୋଲି ଆଲୋଚନା ଅବସରରେ ମୋଦି କହିଥିଲେ। ଶ୍ରୀଲଙ୍କା ବିକାଶରେ ଭାରତ ବିଶ୍ୱସ୍ତ ସହଯୋଗୀ ରହିଆସିଛି ଓ ରହିବ ବୋଲି ସେ ଗଣମାଧ୍ୟମକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ରାଜଧାନୀରେ ଭୁଶୁଡ଼ିଲା ୫ ମହଲା ବିଲ୍ଡିଂ, ମୃତ୍ୟୁ ସଂଖ୍ୟା….

ନୂଆଦିଲ୍ଲୀ,୭।୧୦: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀରେ ଏକ ୫ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ତେବେ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଏବେ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?