୨୭ ଦେଶକୁ ମାଡ଼ିଲାଣି କରୋନା

ବେଜିଂ, ୯ା୨: ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ଏହି ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪, ୮୦୦କୁ ବୃଦ୍ଧିପାଇଛି। ଚାଇନାର ହୁବେଇ ପ୍ରଦେଶ ପରିସ୍ଥିତି ସାଂଘାତିକ ହୋଇପଡ଼ିଛି। ଏଠାରେ ଶନିବାର ୮୧ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସାର୍ସ(ସିଭିୟର ଆକ୍ୟୁଟ୍‌ ରେସ୍ପିରେଟୋରି ସିଣ୍ଡ୍ରୋମ) ଠାରୁ ଏହା ଅଧିକ ଭୟଙ୍କର ହେବାରେ ଲାଗିଛି। ୨୦୦୨-୦୩ରେ ସାର୍ସ ଯୋଗୁ ବିଶ୍ୱବ୍ୟାପୀ ମୋଟ ୭୭୪ ଲୋକ ପ୍ରାଣ ହରାଇଥିଲେ। କିନ୍ତୁ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଯେଉଁଭଳି ଭାବେ ବଢ଼ିଚାଲିଛି, ତାହା ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ବର୍ତ୍ତମାନ ସୁଦ୍ଧା ୨୭ ଦେଶକୁ କରୋନା ଭାଇରସ୍‌ ସଂକ୍ରମଣ ହୋଇସାରିଛି।
ଜାପାନର କ୍ରୁସ୍‌ ଲାଇନର ଜାହାଜରେ ଥିବା ୩,୭୦୦ ଯାତ୍ରୀଙ୍କୁ କରୋନା ଭାଇରସ୍‌ ଯୋଗୁ ଅଲଗା ରଖାଯାଇଛି। ଏଥିରେ ଭାରତର ୧୩୮ ଜଣ ଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ପ୍ରତି ଦୃଷ୍ଟି ଦିଆଯାଉଥିବା ଜଣାପଡ଼ିଛି। କୋଚିରେ ୧୫ ଛାତ୍ର ଆସି ପହଞ୍ଚିଥିବାବେଳେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି। ଅନ୍ୟପକ୍ଷରେ ହଂକଂରେ ଜଣେ ଓ ଫିଲିପାଇନ୍ସରେ ଜଣେ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବାବେଳେ ଚାଇନାକୁ ଛାଡ଼ି ବଶ୍ୱବ୍ୟାପୀ ସଂକ୍ରମିତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ଚାଇନା ପକ୍ଷରୁ ସ୍ଥିତି ସୁଧାରିବା ଲାଗି ଜୋର୍‌ଦାର ପ୍ରୟାସ କରାଯାଉଛି। ଶନିବାର ପୁଣି ୧୫ଶହ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ଉହାନ୍‌ରେ ଖୋଲାଯାଇଛି। କରୋନାକୁ ରୋକିବା ଲାଗି ଆମେରିକା ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। ପ୍ରକାଶଥାଉ କି, ଏହି ରୋଗରେ ଆକ୍ରାନ୍ତ ୬୦ ବର୍ଷିୀୟ ଜଣେ ଆମେରିକୀୟ ମହିଳାଙ୍କ ଗୁରୁବାର ଉହାନ୍‌ରେ ମୃତ୍ୟୁ ହୋଇଥିଲା। ଆମେରିକୀୟ ଦୂତାବାସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ସେହିଭଳି ଜାପାନର ଜଣେ ବ୍ୟକ୍ତି ମଧ୍ୟ ସନ୍ଦିଗ୍ଧ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ଚାଇନାକୁ ଛାଡ଼ି ବର୍ତ୍ତମାନ ସୁଦ୍ଧା ଜାପାନରେ ସର୍ବାଧିକ ୮୯, ସିଙ୍ଗାପୁରରେ ୩୩, ଥାଇଲାଣ୍ଡରେ ୩୨, ଦକ୍ଷିଣ କୋରିଆରେ ୨୪ ରୋଗୀ କରୋନା ଭାଇରସ୍‌ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ ଆକାଉଣ୍ଟ ପାଇଁ ଦେବାକୁ ପଡିବ ଅର୍ଥ!

ଓ୍ବାଶିଂଟନ,୧୬।୪: ଏଲନ ମସ୍କ ଟୁଇଟର ଟେକ ଓଭର କରିବାପରେ ଏହି ପ୍ଲାଟଫର୍ମରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମସ୍କ ଏହାର ନାମ ବଦଳାଥିଲେ। ବର୍ତ୍ତମାନ...

ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ...

ଏବେ ହେବ ମହାସଂଗ୍ରାମ! ଇରାନକୁ ମିଳିବ କଡା ଜବାବ…ଆକ୍ସନ ମୋଡରେ ନେତାନ୍ୟାହୁ

ଜେରୁଜେଲମ,୧୬।୪: ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ସେନା ପର୍ଯ୍ୟନ୍ତ ଇରାନର...

ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭...

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ...

ପଦ ଛାଡିବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୫।୪: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ ସୋମବାର କହିଛନ୍ତି ଯେ ସେ ଆସନ୍ତା ୧୫ମେ’ ରେ ନିଜ ପଦରୁ ଇସ୍ତଫା ଦେବେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ...

ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି।...

ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri