ଲକ୍ଡାଉନ୍ ସମୟସୀମା ୩୧ ମେ ପର୍ଯ୍ୟନ୍ତ ବଢ଼ିଲା
ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ସମୟ ସୀମାକୁ ଚତୁର୍ଥ ଥର ଲାଗି ବୃଦ୍ଧି କରାଯାଇଛି। ମେ ୩୧ ପର୍ଯ୍ୟନ୍ତ ଦେଶରେ ଲକ୍ଡାଉନ୍…
ଦୀଘା, ହାତିଆରେ ମାଡ ହେବ ବାତ୍ୟା ‘ଅମ୍ଫାନ’: ପ୍ରଭାବିତ ଆଶଙ୍କା ଜିଲାକୁ ଗଲେ ଓଡ୍ରାଫ, ଏନଡିଆରଏଫ ଟିମ୍
ଭୁବନେଶ୍ୱର,୧୭ା୫(ବ୍ୟୁରୋ)-ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି। ଏହା ପାରାଦୀପଠାରୁ ଦକ୍ଷିଣରେ ୯୫୦ କି.ମି, ପଶ୍ଚିମବଙ୍ଗର ଦୀଘାଠାରୁ ୧୧୨୦ କି.ମି ଏବଂ ବାଂଲାଦେଶର ଖେପୁରାଠାରୁ ୧୨୩୦ କି.ମି ଦୂରରେ…
CORONAVIRUS UPDATE: ତଥ୍ୟ ବଦଳାଇଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ: କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪
ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ବରଂ ୪। ଏନେଇ ରବିବାର ଅପରାହ୍ନରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଆଜି ଘୋଷିତ ୨ ମୃତକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ କରୋନାରେ ହୋଇନାହିଁ। କୋଭିଡ ପରୀକ୍ଷାରୁ ଜଣେ…
ସ୍ଥଳଭାଗ ମୁହାଁ ‘ଅମ୍ଫନ୍’: ସାଗର-ହାତିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା; ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ
ଭୁବନେଶ୍ୱର,୧୭।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ୍’ ଧିରେ ଧିରେ ସ୍ଥଳଭାଗ ମୁହାଁ ହେଉଛି। ଏହା ଏବେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଆସନ୍ତା ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ପଶ୍ଚିମବଙ୍ଗ-ବାଲାଂଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ସାଗର ଓ ହାତିଆ ଦୀପପୁଞ୍ଜ…
CORONAVIRUS UPDATE: ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି
ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ପୂର୍ବରୁ କରୋନାରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ରବିବାର ଆଉ ୨ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ମୃତକ ଗଞ୍ଜାମ ଜିଲାର…
CORONAVIRUS UPDATE: ରାଜ୍ୟରେ ଆଉ ୯୧ ପଜିଟିଭ୍ ଚିହ୍ନଟ; ମୋଟ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି
ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ ରବିବାର ନୂଆ ୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକର ୨୮, ବାଲେଶ୍ୱରର ୧୭, ଗଞ୍ଜାମର ୧୫, କଟକର ୧୨, ପୁରୀର ୭,…
‘ଅମ୍ଫନ୍’: ପଶ୍ଚିମବଙ୍ଗର ଦୀଘାକୁ ଛୁଇଁବା ସମ୍ଭାବନା
ଭୁବନେଶ୍ୱର,୧୬।୫(ବ୍ୟୁରୋ)-କରୋନା(କୋଭିଡ-୧୯)ସଙ୍କଟରେ ଛଟପଟ ହେଉଥିବା ଓଡ଼ିଶା ଏବେ ପୁଣି ଆଉ ଏକ ଭୟଙ୍କର ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହେବାକୁ ଯାଉଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅବପାତ(ଡିପ୍ରେଶନ)ରେ ପରିଣତ ହୋଇଛି। ଏହା ପାରାଦୀପ ଠାରୁ…
ପ୍ରାକ୍ ବାତ୍ୟା ମୁକାବିଲା ସମୀକ୍ଷା: ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬।୫(ବ୍ୟୁରୋ)-ଆସନ୍ତା ୧୯ କିମ୍ବା ୨୦ ତାରିଖରେ ସାମୁଦ୍ରିକ ଝଡ଼ ଅମ୍ଫନ୍ ସ୍ଥଳଭାଗ ଅତିକ୍ରମ କରିବ। ରାଜ୍ୟର ୧୨ଟି ଜିଲା ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅମ୍ଫନ୍ର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ନେଇ ଶନିବାର ସନ୍ଧ୍ୟାରେ…
ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପରଠୁ କରୋନା ଆକ୍ରାନ୍ତ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି; ୧୩ ଦିନରେ ଚିହ୍ନଟ ହୋଇଛନ୍ତି ୫୭୪ ନୂଆ ପଜିଟିଭ୍
ଭୁବନେଶ୍ୱର,୧୬।୫(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ଆଉ ୬୫ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଲାଣି। ହେଲେ ଏହି ସଂଖ୍ୟାକୁ ଯଦି ଅନୁଧ୍ୟାନ କରାଯାଏ ତେବେ ତୃତୀୟ…
ଅବପାତର ରୂପ ନେଲା ଲଘୁଚାପ: ଭୟଙ୍କର ହେଉଛି ବାତ୍ୟା ‘ଅମ୍ଫନ’
ଭୁବନେଶ୍ୱର, ୧୬।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ପୂର୍ବାହ୍ନରେ ଅବପାତ(ଡିପ୍ରେଶନ)ରେ ପରିଣତ ହୋଇଛି। ପଶ୍ଚିମବଙ୍ଗର ଦୀଘାଠାରୁ ୧୨୫୦ କିମି ଏବଂ ପାରାଦୀପ ଠାରୁ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୧୨ ଘଣ୍ଟା…
CORONAVIRUS UPDATE: ରାଜ୍ୟରେ ଆଉ ୬୫ କରୋନା ପଜିଟିଭ୍ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି
ଭୁବନେଶ୍ୱର,୧୬।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ସକାଳେ ଆଉ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…
ପ୍ରଥମରୁ ଅଷ୍ଟମ ସବୁ ପିଲା ପାସ
ଭୁବନେଶ୍ୱର,୧୫।୫(ବ୍ୟୁରୋ)- ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ। କରୋନା ମୁକାବିଲା ସ୍ଥିତିକୁ ନେଇ ଶୁକ୍ରବାର ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ନବମରୁ ଦଶମ ଶ୍ରେଣୀ…

