Posted inରାଜ୍ୟ

ଅବପାତର ରୂପ ନେଲା ଲଘୁଚାପ: ଭୟଙ୍କର ହେଉଛି ବାତ୍ୟା ‘ଅମ୍ଫନ’

ଭୁବନେଶ୍ୱର, ୧୬।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ପୂର୍ବାହ୍ନରେ ଅବପାତ(ଡିପ୍ରେଶନ)ରେ ପରିଣତ ହୋଇଛି। ପଶ୍ଚିମବଙ୍ଗର ଦୀଘାଠାରୁ ୧୨୫୦ କିମି ଏବଂ ପାରାଦୀପ ଠାରୁ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭୟଙ୍କର ସାମୂଦ୍ରୀକ ଝଡ଼ ରୂପ ନେବ। ଏହାର ୨୪ ଘଣ୍ଟା ପରେ ବାତ୍ୟା ‘ଅମ୍ଫନ’ ଆହୁରି ଭୟଙ୍କର ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ସାମୂଦ୍ରୀକ ଝଡ଼ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଉତ୍ତର, ଉତ୍ତର ପଶ୍ଚିମ ଦିଗକୁ ଗତିକରିବ। ଏହା ପରେ ଦିଗ ବଦଳାଇ ଉତ୍ତର, ଉତ୍ତର ପୂର୍ବ ଦିଗ ପଶ୍ଚିମବଙ୍ଗ ଉପକୂଳ ଆଡକୁ ମୁହାଁଇବ। ଆସନ୍ତ ୧୮ ତାରିଖ ବେଳକୁ ଏହି ସାମୂଦ୍ରୀକ ଝଡ଼ ଅତି ଭୟଙ୍କର ହେବ। ୧୯ ତାରିଖ ଅପରାହ୍ନ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭବନା ରହିଛି। ବାତ୍ୟାର ପ୍ରଭାବରେ ଆସନ୍ତା ୧୮ ତାରିଖରୁ ଜଗତ୍‌ସିଂୟପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରଳ, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ ଆଦି ଜିଲାରେ ବର୍ଷା ହେବ। ୧୯ ତାରିଖରେ ଉପକୂଳବର୍ତ୍ତୀ ଜିଲାଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଛି। କରୋନା ସଂକ୍ରମଣ ଆଶଙ୍କାରେ ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ ଓ କଲେଜ ଗୃହଗୁଡ଼ିକୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯାଇଛି। ତେବେ ଜିଲାରେ ଖାଲି ଥିବା ସ୍କୁଲ ଓ କଲେଜଗୁଡିକୁ ଆଶ୍ରୟସ୍ଥଳ ଭାବେ ଚିହ୍ନଟ କରିବା ଲାଗି ଜିଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଆସୁଥିବାରୁ ସମୂଦ୍ର ମଧ୍ୟକୁ ନ ଯିବାଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri