ଲକ୍‌ଡାଉନ୍‌ ସମୟସୀମା ୩୧ ମେ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ଚତୁର୍ଥ ଥର ଲାଗି ବୃଦ୍ଧି କରାଯାଇଛି। ମେ ୩୧ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ଜାରି ରହିବ। ଚତୁର୍ଥ ଥର ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ର ସମୟ ସୀମା ୧୪ ଦିନ ରହିଛି। ଚତୁର୍ଥ ଥର ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଏନ୍‌ଡିଏମ୍‌ଏ) ଘୋଷଣା କରିବା ପରେ ସ୍ବରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ପ୍ରକାଶ ପାଇଛି। ଲକ୍‌ଡାଉନ୍‌ ସମୟରେ ଘରୋଇ ତଥା ବିଦେଶୀ ଉଡ଼ାଣକୁ ବନ୍ଦ ରଖାଯିବାକୁ କୁହାଯାଇଛି। ସେହିପରି ହଟ୍‌ସ୍ପଟ୍‌ କଡ଼ାକଟକଣା ପୂର୍ବବତ୍‌ ରହିବ ବୋଲି ସୂଚିତ କରାଯାଇଛି। ଧାର୍ମିକ ସ୍ଥଳ, ଶପିଂ ମଲ୍‌,ମେଟ୍ରୋ- ସିନେମା ହଲ, ରେଷ୍ଟୁରାଣ୍ଟ, ହୋଟେଲ, ସୁଇମିଂ ପୁଲ୍‌, ମନୋରଞ୍ଜନ ପାର୍କ, ଷ୍ଟାଡ଼ିୟମ୍‌ ଆଦି ବନ୍ଦ ରହିବ। ଏହା ସହିତ ସମସ୍ତ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିବ। ଆନ୍ତଃରାଜ୍ୟ ବସ ସେବାକୁ ନୂଆ ମାର୍ଗଦର୍ଶିକାରେ ମଞ୍ଜୁରୀ ଦିଆଯାଇଛି। ତେବେ ଏନେଇ ଦୁଇ ରାଜ୍ୟର ସହମତି ଉପରେ ଗୁରୁତ୍ୱାରୋପ କରାଯାଇଛି। ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ। ସକାଳ ୭ଟାଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ରହିବ। ସେହିପରି ବିବାହ ଉତ୍ସବରେ ୫୦ ଜଣଙ୍କୁ ଯୋଗଦେବାର ଅନୁମତି ମିଳିବ। ଗୋଟିଏ ଦୋକାନରେ ୫ରୁ ଅଧିକ ଲୋକ ଏକତ୍ର ହୋଇପାରିବେ ନାହିଁ। କରୋନା ସଂକ୍ରମଣ ଅନୁସାରେ ରାଜ୍ୟ ସରକାରଙ୍କୁ ରେଡ୍‌, ଅରେଞ୍ଜ୍‌ ଏବଂ ଗ୍ରୀନ୍‌ ଜୋନ୍‌ ଅଞ୍ଚଳକୁ ପୁଣିଥରେ ଚିହ୍ନଟ କରିବା ଲାଗି ନୂଆ ମାର୍ଗ ଦର୍ଶିକାରେ ଅଧିକାର ଦିଆଯାଇଛିି। ସୂଚନାଯୋଗ୍ୟ, ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ମିଜୋରାମ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପୂର୍ବରୁ ନିଜ ନିଜ ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ୩୧ ମେ ପର୍ଯ୍ୟନ୍ତ ବଢ଼ାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri