CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୬ ଆକ୍ରାନ୍ତ, ମୋଟ ସୁସ୍ଥଙ୍କ ସଂଖ୍ୟା ୩ ,୭୨୦ରେ ପହଞ୍ଚିଲା
ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ଆଉ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ହଜାର ୭୨୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ରବିବାର ସୁସ୍ଥ…
ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ରଥଯାତ୍ରା ଶୁଣାଣି
ଭୁବନେଶ୍ୱର,୨୧ା୬(ବ୍ୟୁରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପୂର୍ବାହ୍ନ ୧୧ଟାରେ ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଏହି ଶୁଣାଣି ହେବ। ଜଣିକିଆ ବେଞ୍ଚରେ ଏହି ଶୁଣାଣି ହେବ। ରଥଯାତ୍ରା ପୁନର୍ବିଚାର ନେଇ…
CORONAVIRUS UPDATE: ଭୁବନେଶ୍ୱରରେ ଆଉ ଜଣେ କରୋନା ପଜିଟିଭ୍, ୧୮୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୨୧ା୬(ବ୍ୟୁରୋ): ରବିବାର ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଆକ୍ରାନ୍ତ ଜଣଙ୍କ ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାର ଅଞ୍ଚଳର ୭୩ ବର୍ଷୀୟ ବୃଦ୍ଧ। ସେ ଅନ୍ୟ ଜଣେ ଆକ୍ରାନ୍ତଙ୍କ…
ସୁପ୍ରିମକୋର୍ଟଙ୍କ ରାୟ ନେଇ ଶଙ୍କରାଚାର୍ଯ୍ୟଙ୍କ ଉଦ୍ବେଗ: ‘ରଥଯାତ୍ରା ବନ୍ଦ ପାଇଁ ଏହା ସୁଚିନ୍ତିତ ଯୋଜନା’
ପୁରୀ ଅଫିସ, ୨୧।୬: ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ି ପାରିବନି ମହାପ୍ରଭୁଙ୍କ ରଥ। ମହାମାରୀ କରୋନା ସଂକ୍ରମଣକୁ ନେଇ ରଥଯାତ୍ରା ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନ୍ୟାୟକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଗୋବର୍ଦ୍ଧନ…
୧୧ ଦିନରେ ଲକ୍ଷେ ୩୪ ହଜାର
ନୂଆଦିଲ୍ଲୀ, ୨୧।୬:ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଲଗାତାର ୧୧ ଦିନ ଧରି ଦେଶରେ ହାରାହାରି ୧୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ଜୁନ୍ ୧୦ଠାରୁ ଜୁନ୍ ୨୦ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…
CORONAVIRUS UPDATE: ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ
ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ବରଗଡ଼ ଜିଲାର ଜଣେ ୭୬ ବର୍ଷୀୟ ବୃଦ୍ଧ ଥିବା ବେଳେ ଜଣେ ଗଞ୍ଜାମ ଜିଲାର ୪୯ ବର୍ଷୀୟ ବ୍ୟକ୍ତି ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା…
CORONAVIRUS UPDATE: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ; ଆଜି ସର୍ବାଧିକ ୩୦୪ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୩୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୨ଜଣ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ୩୨ ଲୋକାଲ୍ କଣ୍ଟାକ୍ଟ କେସ୍ ଥିବା ସୂଚନା ଓ ଲୋକସଂମ୍ପର୍କ ବିଭାଗ ପକ୍ଷରୁ ପୂର୍ବାହ୍ନରେ ଟୁଇଟ୍ କରି ସୂଚନା ଦିଆଯାଇଛି।…
ମୁମ୍ବାଇ-ଅହମଦାବାଦ୍-ଜୟପୁର-ଜମ୍ମୁରେ ସୂର୍ଯ୍ୟୋପରାଗ ଆରମ୍ଭ
ନୂଆଦିଲ୍ଲୀ, ୨୧।୬: ମୁମ୍ବାଇ, ଅହମଦାବାଦ୍, ଜୟପୁର ଏବଂ ଜମ୍ମୁରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟା ୧ରେ ମୁମ୍ବାଇର ପୁଣେରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଥିବାବେଳେ ଅହମଦାବାଦରେ ୧୦ଟା ୪, ଜୟପୁରରେ ୧୦ଟା ୧୫ ଏବଂ ଜମ୍ମୁରେ ୧୦ଟା ୨୧ରେ ଆରମ୍ଭ ହୋଇଛି।…
ନାକ୍ ମାନ୍ୟତା ପାଇନାହାନ୍ତି ରାଜ୍ୟର ୮୪% ଶିକ୍ଷାନୁଷ୍ଠାନ: ବିପୁଳ ଆର୍ଥିକ ଅନୁଦାନ ହରାଉଛି ରାଜ୍ୟ
ଭୁବନେଶ୍ୱର,୨୧।୬: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। କେବଳ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଛି। ଆଉ କୌଣସି ଶିକ୍ଷାନୁଷ୍ଠାନ…
ଆଦିବାସୀଙ୍କ ଜୀବିକା ବିପନ୍ନ: ବିକ୍ରି ହେଉନି ଶାଳମଞ୍ଜି, ମିଳୁନି ସହାୟକ ମୂଲ୍ୟ
ଭୁବନେଶ୍ୱର,୨୧।୬(ବ୍ୟୁରୋ): ମହାମାରୀ କରୋନା କେବଳ ସ୍ବାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିନାହିଁ, ଏହି ଭୂତାଣୁ ଜୀବନଜୀବିକାକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଛି। କରୋନା ରୋକିବା ପାଇଁ ଜାରି ଲକ୍ଡାଉନ୍ ଯୋଗୁ ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ରହୁଥିବା ଆଦିବାସୀ ଓ…
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା: ପୁରୀ ରଥଯାତ୍ରାକୁ ଅନୁମତି ଦିଆଯାଉ
ଭୁବନେଶ୍ୱର,୨୦।୬(ବ୍ୟୁରୋ)- ପୁରୀର ଶ୍ରୀ ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ନ କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର କୋର୍ଟଙ୍କ ଆଦେଶକୁ ପାଳନ କରିବାକୁ ଜୁନ ୧୮ ତାରିଖରେ ଅନୁଷ୍ଠିତ ସ୍ବତନ୍ତ୍ର କ୍ୟାବିନେଟ ବୈଠକରେ ଅନୁମୋଦନ…
ମୁକେଶ ହେଲେ ବିଶ୍ୱର ନବମ ଧନୀ ବ୍ୟକ୍ତି
ନୂଆଦିଲ୍ଲୀ,୨୦।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବ୍ଲୁମ୍ବର୍ଗ ବିଲିୟନେୟାର ସୂଚୀରେ ବିଶ୍ୱର ଶୀର୍ଷ ୧୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ପ୍ରାୟ ୬୪.୬ ବିଲିୟନ ଡଲାର ସମ୍ପତ୍ତି ସହ ତାଲିକାରେ ସେ ନବମ ସ୍ଥାନରେ ରହିଛନ୍ତି। ସେ ଏକମାତ୍ର…

