Posted inରାଜ୍ୟ

ଆଦିବାସୀଙ୍କ ଜୀବିକା ବିପନ୍ନ: ବିକ୍ରି ହେଉନି ଶାଳମଞ୍ଜି, ମିଳୁନି ସହାୟକ ମୂଲ୍ୟ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ମହାମାରୀ କରୋନା କେବଳ ସ୍ବାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିନାହିଁ, ଏହି ଭୂତାଣୁ ଜୀବନଜୀବିକାକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଛି। କରୋନା ରୋକିବା ପାଇଁ ଜାରି ଲକ୍‌ଡାଉନ୍‌ ଯୋଗୁ ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ରହୁଥିବା ଆଦିବାସୀ ଓ ବନବାସୀଙ୍କ ଜୀବିକା ବିପନ୍ନ ହୋଇଛି। ଶାଳମଞ୍ଜି, ତେନ୍ତୁଳିମଞ୍ଜି, ହରିଡ଼ା, ବାହାଡ଼ା ଆଦି ବନଜାତ ଦ୍ରବ୍ୟକୁ ଭରସା କରି ବଞ୍ଚୁଥିବା ଗରିବ ଆଦିବାସୀମାନେ ଘୋର ସଙ୍କଟ ଦେଇ ଗତିକରୁଛନ୍ତି। ଅଢ଼େଇ ମାସ କାଳ ଲକ୍‌ଡାଉନ ହେବା ଯୋଗୁ ଆଦିବାସୀମାନେ ସେମାନଙ୍କର ସଂଗୃହୀତ ଲଘୁ ବନଜାତ ଦ୍ରବ୍ୟ (ଏମ୍‌ଏଫ୍‌ପି)ଗୁଡ଼ିକୁ ବିକ୍ରି କରିବା ନେଇ ଘୋର ସମସ୍ୟାରେ ପଡିଛନ୍ତି। କେତେକ ଜିଲାରେ ସେଗୁଡ଼ିକର ଉଚିତ ମୂଲ୍ୟ ମିଳୁ ନ ଥିବାବେଳେ ଆଉ କେତେକ ସ୍ଥାନରେ ଅଭାବୀ ବିକ୍ରି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ବନଜାତ ଦ୍ରବ୍ୟ କିଣିବାକୁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହାର ସୁଫଳ ଆଦିବାସୀମାନେ ପାଇ ପାରୁନାହାନ୍ତି। ସରକାର ଶାଳମଞ୍ଜି ନ କିଣିବାରୁ କମ୍‌ ଦାମରେ ବିକ୍ରିି କରିବାକୁ ବନବାସୀମାନେ ବାଧ୍ୟ ହେଉଛନ୍ତି ।

ଉପକୂଳ ଜିଲାଗୁଡ଼ିକୁ ବାଦ୍‌ ଦେଲେ ରାଜ୍ୟର ୧୩ଟି ଜିଲାରେ ଆଦିବାସୀମାନେ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରିଥାଆନ୍ତି। ସେହି ଜିଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ଗଜପତି ଏବଂ ଦେବଗଡ଼। ଏହି ସବୁ ଜିଲାରୁ ଜଙ୍ଗଲଜାତ ଦ୍ରବ୍ୟଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୦ ଟଙ୍କାରେ କ୍ରୟ କରିବାକୁ ଏପ୍ରିଲ ୨୦ ତାରିଖରେ ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ସଚିବ ରଞ୍ଜନା ଚୋପ୍ରା ଉକ୍ତ ଜିଲାଗୁଡିକର ଜିଲାପାଳମାନଙ୍କୁ ଚିଠି ଲେଖିଥିଲେ। ଲକ୍‌ଡାଉନ ଚାଲିଥିବାରୁ ଆଦିବାସୀଠାରୁ ସାମାଜିକ ଦୂରତ୍ୱ ରକ୍ଷା କରି ସଂଗ୍ରହ କରିବାକୁ କୁହାଯାଇଥିଲା। ବନ ଦହନ ବିକାଶ କେନ୍ଦ୍ର, ବନ ସୁରକ୍ଷା ସମିତି ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଭଳି ପ୍ରାଥମିକ ଏଜେନ୍ସି ଜରିଆରେ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ଏବଂ ଟିଡିସିସି ଲଘୁବନଜାତ ଦ୍ରବ୍ୟ କ୍ରୟ କରିବାକୁ ନିର୍ଦ୍ଦେଶ ରହିଥିଲା। ଆଦିବାସୀମାନଙ୍କ ଜୀବନଜୀବିକା ସହ ଏହା ଜଡ଼ିତ ହୋଇଥିବାରୁ ଏହାକୁ ଗୁରୁତର ସହ ନେବାକୁ କୁହାଯାଇଥିଲା। ଯଦିଓ ଗତ ୨ ମାସ ହେବ ଲଘୁବନଜାତ ଦ୍ରବ୍ୟ କ୍ରୟ ଆରମ୍ଭ ହୋଇଛି ତେବେ ଏହି ସୁବିଧା ସମସ୍ତ ଗରିବ ଆଦିବାସୀଙ୍କ ନିକଟରେ ଅପହଞ୍ଚ ରହିଛି। ଆଦିବାସୀଙ୍କଠାରୁ ଶାଳମଞ୍ଜି କ୍ରୟ ହୋଇ ପାରୁ ନ ଥିବାରୁ ସ୍ଥାନୀୟ ବ୍ୟବସାୟୀମାନେ ଏମ୍‌ଏସ୍‌ପିଠାରୁ ଅଧା କମ୍‌ ଦାମରେ ଅର୍ଥାତ୍‌ କେ.ଜି ପିଛା ୫ରୁ ୮ ଟଙ୍କା ମଧ୍ୟରେ କ୍ରୟ କରୁଥିବା ନେଇ ଅଭିଯୋଗ ହୋଇଛି। ଦେବଗଡ ଜିଲାରେ ଶାଳମଞ୍ଜି ଅଭାବୀ ବିକ୍ରିକୁ ନେଇ ଆଦିବାସୀମାନେ ଜିଲାପାଳଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛନ୍ତି । ସେହିପରି ସମ୍ବଲପୁର ଜିଲାର କୁଚିଣ୍ଡାରେ ମଧ୍ୟ ଶାଳମଞ୍ଜି ବିକ୍ରି ହେଉ ନ ଥିବା ନେଇ ଅଭିଯୋଗ ହୋଇଛି। କେବଳ ଏହି ଦୁଇ ଜିଲା ନୁହେଁ, ଅନ୍ୟ ଜିଲାଗୁଡିକରେ ମଧ୍ୟ ଶାଳମଞ୍ଜି ବିକ୍ରି ହେଉ ନ ଥିବା ଜଣାପଡିଛି। ବର୍ଷା ଦିନ ଆସିଯାଇଥିବାରୁ ମଞ୍ଜିଗୁଡିକ ନଷ୍ଟ ହେବାକୁ ବସିଲାଣି। ଚାଷୀମାନେ ଶାଳମଞ୍ଜି ବିକ୍ରି କରି ନ ପାରି ହତାଶ ହେଉଛନ୍ତି।

ଶାଳମଞ୍ଜି ବିକ୍ରି କରୁଥିବା ସମ୍ବଲପୁର ଜିଲା ଜମନକିରା ବ୍ଲକର ଡିମିରମୁଣ୍ଡା ପଞ୍ଚାୟତର ବାମଣ୍ଡା ଗ୍ରାମର ଗୋମତି ଝଙ୍କର କହିଛନ୍ତି ଯେ, ଶାଳମଞ୍ଜି ବିକ୍ରି ହେଉ ନାହିଁ। ସରକାରଙ୍କ ଘୋଷିତ ସହାୟକ ମୂଲ୍ୟ ମିଳୁ ନାହିଁ। ବସ୍ତା ପିଛା ୩/୪ ଟଙ୍କା କଟି ଯାଉଥିବାରୁ ଟିଡିସିସି କିଣିଲେ ମଧ୍ୟ ୧୬ ଟଙ୍କାରେ ବିକ୍ରି କରିବାକୁ ପଡୁଛି। ସେହିପରି ଶାଳମଞ୍ଜି ସଂଗ୍ରହ କରୁଥିବା ଦେବଗଡ଼ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ନେତ୍ରାବାହାଲ ଗ୍ରାମର ବନାନୀ ମହିଳା ସଂଘର ସଭାନେତ୍ରୀ ନଳିନୀ ମହାକୁଲ କହିଛନ୍ତି ଯେ, ଶହ ଶହ କୁଇଣ୍ଟାଲ ଶାଳମଞ୍ଜି ଲୋକଙ୍କ ପାଖରୁ ଆମେ ସଂଗ୍ରହ କରିବା ପରେ ଟିଡିସିସି ଆମ ଠାରୁ ସଂଗ୍ରହ କରୁନାହିଁ। ଆମେ ଜିଲାପାଳଙ୍କୁ ଏ ନେଇ ଲିଖିତ ଜଣାଇଛୁ। ଆଦିବାସୀମାନେ ଶାଳମଞ୍ଜି ବିକ୍ରି କରି ଚଳନ୍ତି। ବିକ୍ରି ନ ହେଲେ ସେମାନେ ଚଳିବେ କେମିତି ବୋଲି ନଳିନୀ କହିଛନ୍ତି। ଆଦିବାସୀ ଜୀବନ ଜୀବିକା ଉପରେ ଗବେଷଣା କରୁଥିବା ଗବେଷକ ଚିତ୍ତରଞ୍ଜନ ପାଣି କହିଛନ୍ତି ଯେ, ରାଜ୍ୟ ସରକାର ଗରିବ ଆଦିବାସୀଙ୍କର ଶାଳମଞ୍ଜି ଉଚିତ ମୂଲ୍ୟରେ କ୍ରୟ କରି କରୋନା ମହାମାରୀ ବେଳେ ସହାୟ ହୁଅନ୍ତୁ।

ଏ ସମ୍ପର୍କରେ ଟିଡିସିସି ପରିଚାଳନା ନିର୍ଦ୍ଦେଶକଙ୍କୁ ପଚାରିବାରୁ ସେ କହିଲେ ଯେ, ଶାଳମଞ୍ଜି ସମେତ ଅନ୍ୟାନ୍ୟ ଲଘୁ ବନଜାତ ଦ୍ରବ୍ୟ କ୍ରୟ ପ୍ରକ୍ରିୟା ଚାଲୁରହିଛି। ଚଳିତ ବର୍ଷ ୨୧ କୋଟି ଟଙ୍କାର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ହୋଇଛି। ପୂର୍ବରୁ କେବେ ଏତେ ପରିମାଣ ସଂଗ୍ରହ ହୋଇ ନ ଥିଲା। ଶାଳମଞ୍ଜି ବିକ୍ରିିକୁ ନେଇ କେତେକ ସ୍ଥାନରୁ ଅଭିଯୋଗ ଆସିଥିଲା। ତେବେ କେବଳ ଶାଳମଞ୍ଜି ୧୭ କୋଟି ଟଙ୍କାର କ୍ରୟ କରାଯାଇଛି। ଆଦିବାସୀମାନେ ଯେପରି ସେମାନଙ୍କ ଉପଯୁକ୍ତ ମୂଲ୍ୟ ପାଇ ପାରିବେ ସେଥିପାଇଁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି) ଜରିଆରେ କ୍ରୟ କରାଯିବ। ଆସନ୍ତା ବର୍ଷରୁ ଧାନ କ୍ରୟ ଭଳି ପି-ପାସ୍‌ ବ୍ୟବସ୍ଥା କରାଯିବ। ଲୋକମାନଙ୍କ ଜନଧନ ଆକାଉଣ୍ଟକୁ ସିଧା ସଳଖ ଟଙ୍କା ଦିଆଯିବ। ମଝିରେ କୌଣସି ବ୍ୟକ୍ତି ରହିବେ ନାହିଁ। ଚଳିତ ବର୍ଷ ୨୪ ହଜାର ଲୋକଙ୍କୁ ପଞ୍ଜୀକୃତ କରାଯାଇଥିଲା। ସେମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବନଜାତ ଦ୍ରବ୍ୟ କ୍ରୟ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri