ଦେଶର ହିତ ପାଇଁ କଂଗ୍ରେସ ସଂକଳ୍ପବଦ୍ଧ: ରାହୁଲ
ନୂଆଦିଲ୍ଲୀ,୨୮।୧୨: ଦେଶର ହିତ ପାଇଁ କଂଗ୍ରେସ ସବୁବେଳେ ପ୍ରତିଶ୍ରୁତିବଦ୍ଧ। ଏନେଇ ଦଳ ନିରନ୍ତର ପ୍ରୟାସ ଜାରି ରଖିବା ସହିତ ସଜାଗ ରହିଛି ବୋଲି କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ସୋମବାର ରାହୁଲ ଗାନ୍ଧୀ କହିଛନ୍ତି। ଟୁଇଟ୍ କରି ରାହୁଲ କହିଛନ୍ତି ଯେ,…
୪ ରାଜ୍ୟରେ କରୋନା ଟିକାଦାନ ଅଭ୍ୟାସ ପ୍ରକିୟା
ନୂଆଦିଲ୍ଲୀ,୨୮।୧୨: ଦେଶରେ ସାର୍ବଜନୀକ ଭାବେ କରୋନା ଟିକା ଦେବା ଲାଗି ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ମର୍ମରେ ସୋମବାର ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଆସାମ ଏବଂ ଗୁଜରାଟରେ ଅଭ୍ୟାସ ପ୍ରକିୟା (ମକ୍ ଡ୍ରିଲ୍) ଆରମ୍ଭ କରାଯିବ। ଏହାପରେ ଦେଶରେ ଟିକାଦାନ…
ଆଜି ବର୍ଷର ଶେଷ ରାଜ୍ୟ କ୍ୟାବିନେଟ୍
ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ହେବାକୁ ଥିବା ଏହି କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବ ଆସିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଯୋଗଦେବେ। ମନ୍ତ୍ରୀମାନେ…
ନୂଆ ଷ୍ଟ୍ରେନ୍ରୁ ଲକ୍ଡାଉନ ଚର୍ଚ୍ଚା
ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଇବାବେଳକୁ ପୁଣି ଚିନ୍ତା ବଢ଼ାଇଲାଣି ବ୍ରିଟେନରେ ସୃଷ୍ଟି ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍। ଏହାକୁ ମୁକାବିଲା କରିବା ପାଇଁ ଭାରତ ସରକାର ତତ୍ପର ହୋଇ ଉଠିଥିବାବେଳେ ଓଡ଼ିଶାକୁ ଆସୁଥିବା ବ୍ରିଟେନ ଫେରନ୍ତାଙ୍କ ଉପରେ କଡ଼ା ନଜର…
ବଦଳୁନି ଶିଶୁ କନ୍ୟାଙ୍କ ଭାଗ୍ୟ: ‘ବେଟି ବଚାଓ ବେଟି ପଢ଼ାଓ’ ଦିଶାହୀନ
ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କନ୍ୟା ଭ୍ରୂଣ ହତ୍ୟା ରୋକିବା ଏବଂ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନ କାର୍ଯ୍ୟକାରୀ ହେଉଛି। ସେହିଭଳି ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିଜୁ କନ୍ୟା ରତ୍ନ ଯୋଜନା’ ମଧ୍ୟ ଚାଲୁ ରହିଛି।…
ମେଲବୋର୍ନ ଟେଷ୍ଟରେ ଅଧିନାୟକ ରାହାଣେଙ୍କ ଦମ୍ଦାର ବ୍ୟାଟିଂ: ଅଷ୍ଟ୍ରେଲିଆଠାରୁ ୮୨ ରନ୍ ଆଗରେ ଭାରତ
ମେଲବୋର୍ନ,୨୭।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ୍ ଟେଷ୍ଟର ଦ୍ୱିତୀୟ ମ୍ୟାଚ୍ ଜାରି ରହିଛି। ରବିବାର ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତୀୟ ଦଳ ପ୍ରଥମ ପାଳିରେ ୯୧.୩ ଓଭର ଖେଳି ୨୭୭ ରନ୍ କରିନେଇଛି। ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୦୪ ଏବଂ ରବିନ୍ଦ୍ର…
ରାଜଧାନୀରେ ପ୍ରବଳ ଥଣ୍ଡା: ୨୮ ବର୍ଷରେ ରେକର୍ଡ ଭାଙ୍ଗିଲା ଶୀତ
ନୂଆଦିଲ୍ଲୀ,୨୭।୧୨: ରାଜଧାନୀ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଜାରି ରହିଛି। ଗତ ୨୮ ବର୍ଷ ମଧ୍ୟରେ ଡିସେମ୍ବରରେ ହୋଇଥିବା ଶୀତ ରେକର୍ଡ ଭାଙ୍ଗିଛି। ୧୯୯୨ ପରେ ଡିସେମ୍ବରରେ ଦିଲ୍ଲୀରେ ଏବେ ଦ୍ୱିତୀୟ ଥର ପାଇଁ ପ୍ରବଳ ଥଣ୍ଡା ଡିସେମ୍ବରରେ ଅନୁଭୁତ ହେଉଛି। ଇତିମଧ୍ୟରେ…
ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ: ବିଦାୟୀ ବର୍ଷ ବହୁ କିଛି ଦେଖାଇଛି-ଶିଖାଇଛି
ନୂଆଦିଲ୍ଲୀ,୨୭।୧୨: ବିଦାୟ ନେବାକୁ ଯାଉଛି ୨୦୨୦ ବର୍ଷ। ବିଦାୟୀ ବର୍ଷ ବହୁ କିଛି ଦେଖାଇଛି ଏବଂ ଶିଖାଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘୋଷଣା କରାଯାଇଥିବା ଲକ୍ଡାଉନ୍ ସମୟରେ ଦେଶବାସୀ ଏକଜୁଟ ହୋଇ ମହାମାରୀ ବିରୋଧରେ ଲଢ଼େଇ କରିଛନ୍ତି ବୋଲି…
୯ ମାସ ଅପେକ୍ଷାର ଅନ୍ତ: ଆଜିଠୁ ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର
ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର(ଡି.ଏନ୍.ଏ.), ୨୭ା୧୨: ପୁରୀ ଶ୍ରୀମନ୍ଦିର ପରେ ରବିବାରଠାରୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀଲିଙ୍ଗରାଜ ମନ୍ଦିର। ଏଥିପାଇଁ ଏକାମ୍ରକ୍ଷେତ୍ର ପୂରା ପ୍ରସ୍ତୁତ ରହିଥିବାବେଳେ ଦୀର୍ଘମାସ ପରେ ପ୍ରଭୁଙ୍କ ଦର୍ଶନ ପାଇଁ ଉତ୍କଣ୍ଠାରେ ଶ୍ରଦ୍ଧାଳୁ। ଶନିବାର ଅପରାହ୍ନରେ ଅଗ୍ନିଶମ ବିଭାଗ ପକ୍ଷରୁ ଲିଙ୍ଗରାଜ…
‘ନବୀନଙ୍କ ଜୀବନଶୈଳୀକୁ ଅନୁସରଣ କର’
ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ଜିଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ…
ବିଦ୍ୟୁତ୍ ଖୁଣ୍ଟରେ ବିପଦସଙ୍କୁଳ ଯାତ୍ରା
ବଇଣ୍ଡା, ୨୬।୧୨(ଡି.ଏନ୍.ଏ.) ପୋଲଟିଏ ପାଇଁ ଅନେକ ଦାବି, ଆନ୍ଦୋଳନ, ପ୍ରତିବାଦ। ଏହାପରେ ସରକାର ଶୁଣିଲେ ଗୁହାରି। ମଞ୍ଜୁର ହେଲା ଅନୁଦାନ। ଆରମ୍ଭ ହେଲା କାମ। ଇତିମଧ୍ୟରେ ୪ବର୍ଷ ବିତିଗଲାଣି। ହେଲେ ସପୋର୍ଟିଂ ପିଲାରରେ ସୀମିତ ରହିଯାଇଛି କାର୍ଯ୍ୟ। ପ୍ରଶାସନିକ ଅବହେଳା ପାଇଁ…
ଜଗା ଦର୍ଶନ କଲେ ପୁରୀବାସୀ: ଶୃଙ୍ଖଳିତ ଦର୍ଶନ, ଭାବବିହ୍ବଳ ପରିବେଶ
ପୁରୀ ଅଫିସ,୨୭ା୧୨: ଶ୍ରୀମନ୍ଦିର ଖୋଲିବାର ୩ଦିନ ପରେ ଶନିବାର ସ୍ଥାନୀୟ ଲୋକେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ପ୍ରଥମ ଦିନରେ ୩ଟି ପର୍ଯ୍ୟାୟରେ ପୁରୀବାସୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସକାଳ ବେଳା ୬ ଓ ୯ ନମ୍ବର, ଅପରାହ୍ନରେ ୧୨ ଓ…

