ବଦଳୁନି ଶିଶୁ କନ୍ୟାଙ୍କ ଭାଗ୍ୟ: ‘ବେଟି ବଚାଓ ବେଟି ପଢ଼ାଓ’ ଦିଶାହୀନ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): କନ୍ୟା ଭ୍ରୂଣ ହତ୍ୟା ରୋକିବା ଏବଂ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନ କାର୍ଯ୍ୟକାରୀ ହେଉଛି। ସେହିଭଳି ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିଜୁ କନ୍ୟା ରତ୍ନ ଯୋଜନା’ ମଧ୍ୟ ଚାଲୁ ରହିଛି। ଏହାସତ୍ତ୍ୱେ ଅନେକ ସମୟରେ ରାସ୍ତାକଡ଼ରୁ ପରିତ୍ୟକ୍ତ ଅବସ୍ଥାରେ କନ୍ୟାଭ୍ରୂଣ ମିଳୁଛି। ରାଜ୍ୟରେ ବର୍ଷକ ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ୱ ଶିଶୁକନ୍ୟାଙ୍କୁ ଅବହେଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏବେ ବି ଅନେକ ଶିଶୁକନ୍ୟା ପ୍ରାଥମିକ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ପୁଅଙ୍କ ତୁଳନାରେ ଝିଅ ପ୍ରତି ଭେଦଭାବ ସହରାଞ୍ଚଳରେ କମୁଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଭିନ୍ନ ସ୍ଥିତି ରହିଛି। ଅବହେଳିତ ଓ ନିଷ୍ପେଷିତ ଶିଶୁକନ୍ୟାଙ୍କ କାହାଣୀରେ ଆଖିଦୃଶିଆ ପରିବର୍ତ୍ତନ ଅଣାଯାଇପାରୁ ନାହିଁ। ସଚେତନତା ଅଭାବ ଏବଂ ସରକାରୀ ଯୋଜନାର ବିଫଳତା ଯୋଗୁ ରାଜ୍ୟରେ ଏବେ ବି କନ୍ୟା ସନ୍ତାନ ଭେଦଭାବର ଶିକାର ହେଉଛନ୍ତି।

କନ୍ୟାସନ୍ତାନକୁ ପ୍ରତି ସ୍ତରରେ ଉତ୍ସାହିତ କରିବା, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, ରୋଜଗାର ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ଓ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୭-୧୮ ଆର୍ଥିକ ବର୍ଷରୁ ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା କାର୍ଯ୍ୟକାରୀ ହେଉଛି। ଓଡ଼ିଶାରେ ପୁଅଙ୍କ ଅନୁପାତରେ ଝିଅଙ୍କ ଜନ୍ମହାର ହ୍ରାସ ପାଉଥିବା ୧୫ଟି ଜିଲାରେ ଏହି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି। ହେଲେ ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା ଅଧୀନରେ ମିଳୁଥିବା କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର। ପୁରୁଷ, ମହିଳା ଅନୁପାତରେ ସମ୍ବେଦନଶୀଳ ଜିଲାଭାବେ ପରିଚିତ ନୟାଗଡ଼ ଜିଲାକୁ ଏହି ଯୋଜନା ମାଧ୍ୟମରେ ସର୍ବାଧିକ ଅନୁଦାନ ମିଳିଥିବାବେଳେ ଏଥିରୁ ମାତ୍ର ୬୨% ଖର୍ଚ୍ଚ ହୋଇଛି। ବାଲେଶ୍ୱରରେ ସର୍ବନିମ୍ନ ୦.୪% ଏବଂ ଢେଙ୍କାନାଳରେ ୦.୧୨% ଅନୁଦାନ ଶିଶୁକନ୍ୟାଙ୍କ କାମରେ ଲାଗିଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ନୟାଗଡ଼ ଜିଲାକୁ ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା ବାବଦରେ ୪୨.୬୨ ଲକ୍ଷ ମିଳିଥିଲ। ଏଥିରୁ ମାତ୍ର ୨୬.୫୨ ଲକ୍ଷ ଖର୍ଚ୍ଚ ହୋଇପାରିଛି। ଅନ୍ୟ ୧୪ଟି ଜିଲାକୁ ୨୫ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ଅନୁଦାନ ମିଳିଥିବାବେଳେ ଏଥିମଧ୍ୟରୁ ଭଦ୍ରକ ଜିଲାରେ ୫୩ହଜାର, ଢେଙ୍କାନାଳରେ ୦.୦୩ ଲକ୍ଷ, କଟକରେ ୧.୨୩ ଲକ୍ଷ, ଦେବଗଡ଼ରେ ୦.୩ ଲକ୍ଷ, ସୁନ୍ଦରଗଡ଼ରେ ୦.୨୭ ଲକ୍ଷ, ସମ୍ବଲପୁରରେ ୩.୩୭ ଲକ୍ଷ, କେନ୍ଦ୍ରାପଡ଼ାରେ ୦.୩୨ ଲକ୍ଷ, ଝାରସୁଗୁଡ଼ାରେ ୩.୦୫ ଲକ୍ଷ, ଯାଜପୁରରେ ୧.୨୨ ଲକ୍ଷ ଏବଂ ବାଲେଶ୍ୱରରେ ୦.୧ ଲକ୍ଷ ଖର୍ଚ୍ଚ କରାଯାଇଛି। ତେବେ କଳାହାଣ୍ଡି ଜିଲା ୨୧.୩୨ ଲକ୍ଷ, ଅନୁଗୋଳ ୧୪.୨୩ ଲକ୍ଷ, ଗଞ୍ଜାମ ଜିଲା ୨୧.୯୭ ଲକ୍ଷ ଓ ଖୋର୍ଦ୍ଧା ଜିଲା ୮.୪୩ ଲକ୍ଷ ଖର୍ଚ୍ଚ କରି ସାମାନ୍ୟ ଆଗରେ ରହିଛନ୍ତି।

ଅନ୍ୟପକ୍ଷରେ ଲିଙ୍ଗ ନିରୂପଣ ରୋକିବା, ଶିଶୁକନ୍ୟାଙ୍କୁ ସୁରକ୍ଷା ଦେବା, ବିଦ୍ୟାଳୟରେ କନ୍ୟା ସନ୍ତାନଙ୍କ ଉପସ୍ଥାପନା ନିଶ୍ଚିତ କରାଇବା, ସେମାନଙ୍କୁ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବା ଏବଂ ସମାଜକୁ କନ୍ୟା ଶିଶୁଙ୍କ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୬-୧୭ରୁ ‘ବିଜୁ କନ୍ୟା ରତ୍ନ ଯୋଜନା’ କାର୍ଯ୍ୟକାରୀ ହେଉଛି। ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମ ଏବଂ ନୟାଗଡ଼ ଜିଲା ପାଇଁ ସରକାର ସ୍ବତନ୍ତ୍ରଭାବେ ଏହି ଯୋଜନା ପ୍ରଣୟନ କରିଥିବାବେଳେ ଅନ୍ୟ ଜିଲାଗୁଡ଼ିକରେ ଲୋକଙ୍କୁ ସଚେତନ କରିବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ସୁଦ୍ଧା ବିଜୁ କନ୍ୟାରତ୍ନ ଯୋଜନାରେ ମୋଟ ୪ କୋଟି ଟଙ୍କା ମିଳିଥିବାବେଳେ ଏଥିରୁ ୩ କୋଟି ୮୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। କନ୍ୟା ସନ୍ତାନ ପ୍ରତି ଲୋକଙ୍କ ମନରେ ରହିଥିବା ମନୋଭାବରେ କିଭଳି ପରିବର୍ତ୍ତନ ଅଣାଯାଇପାରିବ ସେ ଦିଗରେ ସଚେତନତା କରିବାକୁ ଏହି ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ବାସ୍ତବରେ ଏହା ସଚେତନତା ସୃଷ୍ଟି କରିବାରୁ ବହୁ ଦୂରରେ ରହିଛି। ଅପରପକ୍ଷରେ ଯୋଜନାକୁ ବାସ୍ତବ ରୂପ ଦେବାକୁ ବିଭିନ୍ନ ଜନସଚେତନତାମୂଳକ କାର୍ଯ୍ୟକ୍ରମମାନ କରାଯାଉଛି। କନ୍ୟା ସନ୍ତାନଙ୍କ ସୁରକ୍ଷା ନିମନ୍ତେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଛି। ସଭା, ସମିତି ଆୟୋଜନ କରି ଜିଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?