Posted inଜାତୀୟ

ରାଜଧାନୀରେ ପ୍ରବଳ ଥଣ୍ଡା: ୨୮ ବର୍ଷରେ ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୨୭।୧୨: ରାଜଧାନୀ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଜାରି ରହିଛି। ଗତ ୨୮ ବର୍ଷ ମଧ୍ୟରେ ଡିସେମ୍ବରରେ ହୋଇଥିବା ଶୀତ ରେକର୍ଡ ଭାଙ୍ଗିଛି। ୧୯୯୨ ପରେ ଡିସେମ୍ବରରେ ଦିଲ୍ଲୀରେ ଏବେ ଦ୍ୱିତୀୟ ଥର ପାଇଁ ପ୍ରବଳ ଥଣ୍ଡା ଡିସେମ୍ବରରେ ଅନୁଭୁତ ହେଉଛି। ଇତିମଧ୍ୟରେ ୫ ଦିନ ପାଇଁ ଶୀତଲହରୀ ପ୍ରବାହିତ ହୋଇଛି। ପାଣିପାଗ ପୂର୍ବାନୁମାନ କେନ୍ଦ୍ରର ମୁଖ୍ୟ କୁଳଦୀପ୍‌ ଶ୍ରୀବାସ୍ତବ କହିଛନ୍ତି ଯେ, ୨୦୧୮ରେ ଶୀତ ଲହରୀ ୮ ଦିନ ହୋଇଥିଲା। ଏଠାରେ ଶନିବାର ନ୍ୟୁନତମ ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଥିଲା। ଯାହାକି ସାମାନ୍ୟ ତାପମାତ୍ରାଠାରୁ ୩ ଡିଗ୍ରୀ କମ୍‌। ସଫଦରଜଙ୍ଗ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ୨୧.୯ ଡିଗ୍ରୀ ରହିଥିଲା। ଏହା ସାମାନ୍ୟ ତାପମାତ୍ରାଠାରୁ ଏକ ଡିଗ୍ରୀ ଅଧିକ ରହିଛି। ସୋମବାର ଆଡ଼କୁ ସାମାନ୍ୟ ତାପମାତ୍ରାରେ ୫ ଡିଗ୍ରୀ ବୃଦ୍ଧି ଘଟିବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି। ଡିସେମ୍ବର ୨୯ରେ ପବନ ବହିବାର ସମ୍ଭାବନା ରହିଛି। ଫଳରେ ତାପମାତ୍ରା ପୁଣି କମିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୧୯୯୧, ୧୯୨୯,୧୯୬୧ ଏବଂ ୧୯୯୭ରେ ଦିଲ୍ଲୀର ତାପମାତ୍ରା ଡିସେମ୍ବର ମାସରେ ୨୦ ଡିଗ୍ରୀ ସେଲସିୟସ୍‌ରୁ କମ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରୋଟିନ୍‌ ପାଉଡରଠାରୁ ଦୂରେଇ ରୁହ: ସତର୍କ କରାଇଲା ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୦।୫: (ପି.ଟି.):ପ୍ରୋଟିନ୍‌ ପାଉଡର ଓ ଅନ୍ୟାନ୍ୟ ପ୍ରୋଟିନ୍‌ ସପ୍ଲିମେଣ୍ଟଗୁଡ଼ିକଠାରୁ ଦୂରେଇ ରହିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପରାମର୍ଶ ଦେଇଛି। ଲୁଣ ଖାଇବାରେ କଟକଣା...

ହଠାତ୍‌ ବଦଳିଲା ପାଗ, ଏସବୁ ରାଜ୍ୟରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଆଶଙ୍କା

ନୂଆଦିଲ୍ଲୀ,୧୦ା୫: ଦେଶର ଅନେକ ରାଜ୍ୟରେ ଏବେ ଗରମ ଅନୁଭୂତ ହେଉଥିବା ବେଳେ କିଛି ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ହଠାତ୍‌ ପାଗରେ ପରିପର୍ତ୍ତନ ହୋଇଛି। ଫଳରେ...

ହିନ୍ଦୁଙ୍କ ସଂଖ୍ୟା ୭.୮୨% କମିଛି, ମୁସଲମାନ ୪୩.୧୫% ବଢ଼ିଛନ୍ତି

ନୂଆଦିଲ୍ଲୀ,୧୦/୫:ଭାରତରେ ୧୯୫୦ରୁ ୨୦୧୫ ମଧ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ୭.୮୨ ପ୍ରତିଶତ ହ୍ରାସ ପାଇଥିବାବେଳେ ମୁସଲମାନ ଜନସଂଖ୍ୟା ୪୩.୧୫ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀଙ୍କ ଆର୍ଥତ୍କ ଉପଦେଷ୍ଟା...

ନିଜ ଡ୍ୟାନ୍ସ ଭିଡିଓ ଦେଖି ରାଗରେ ନିଆଁବାଣ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ,୧୦।୫: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଜାଳିଆ ଡ୍ୟାନ୍ସ ଭିଡିଓ ଭାଇରାଲ ପରେ ଏବେ ପଶ୍ଚିମ ମମତା ବାନାର୍ଜୀଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ...

ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ: ଆକାଶରୁ ଫୁଲବର୍ଷା

ନୂଆଦିଲ୍ଲୀ,୧୦।୫: କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରି ଧାମର କବାଟ ଖୋଲିବା ସହିତ ଚାରଧାମ ଯାତ୍ରା ଆରମ୍ଭ ହେବ। ଆଜି ରୀତିନୀତି ଅନୁଯାୟୀ, ଭକ୍ତମାନଙ୍କ ପାଇଁ ସକାଳ...

ଆକାଶରୁ ଅଚାନକ ହେଲା ମାଛ ବର୍ଷା: ଆଉ ତା’ପରେ…

ତେହେରାନ: ଅନେକ ସମୟରେ ବର୍ଷା ହେଉଥିବାବେଳେ ଆକାଶରୁ କୁଆପଥର ଖସିଥାଏ। ଏହାକୁ କୁଆପଥର ବର୍ଷା କୁହାଯାଏ। ତେବେ ସେହିପରି ଭାବେ ଆକାଶରୁ ଅଚାନକ ମାଛ ବର୍ଷା...

ଟ୍ରକ୍‌ରୁ ପୁଳାପୁଳା ଟଙ୍କା ଜବତ

ହାଇଦ୍ରାବାଦ, ୧୦।୫: ଆନ୍ଧ୍ରପ୍ରଦେଶର ଏନ୍‌ଟିଆର ଜିଲାର ଏକ ଚେକ୍‌ପୋଷ୍ଟରେ ଗୁରୁବାର ଗୋଟିଏ ଟ୍ରକରୁ ନଗଦ ୮ କୋଟି ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ପୋଲିସ...

ଭାରତୀୟ ନିର୍ବାଚନରେ ଆମେରିକାର ହସ୍ତକ୍ଷେପ ଉଦ୍ୟମ

ନୂଆଦିଲ୍ଲୀ,୧୦ା୫:ଭାରତରେ ସାଧାରଣ ନିର୍ବାଚନ ଚାଲିଥିବାବେଳେ ଆମେରିକା ଏଥିରେ ହସ୍ତକ୍ଷେପ କରି ରାଜନୈତିକ ଅସ୍ଥିରତା ସୃଷ୍ଟି ଲାଗି ଉଦ୍ୟମ କରୁଛି ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri